Advertisment

ରାମ ମନ୍ଦିର ନିକଟରେ ଫୁଟିଲା ଗୁଳି, ଟଳି ପଡ଼ିଲେ ଯବାନ

ଅଯୋଧ୍ୟା ରାମ ମନ୍ଦିର ନିକଟରେ ଆଜି ଘଟିଛି ଅଘଟଣ। ରାମ ମନ୍ଦିର ସୁରକ୍ଷାରେ ନିୟୋଜିତ ଥିବା ଜଣେ ଯବାନଙ୍କର ଗୁଳି ବାଜି ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Ram Mandir

Ram Mandir

Advertisment

ଅଯୋଧ୍ୟା ରାମ ମନ୍ଦିର ନିକଟରେ ଆଜି ଘଟିଛି ଅଘଟଣ। ରାମ ମନ୍ଦିର ସୁରକ୍ଷାରେ ନିୟୋଜିତ ଥିବା ଜଣେ ଯବାନଙ୍କର ଗୁଳି ବାଜି ମୃତ୍ୟୁ ହୋଇଛି। ତେବେ ତାଙ୍କ ଶରୀରରେ କିପରି ଗୁଳି ବାଜିଲା ତାହା ସ୍ପଷ୍ଟ ହୋଇ ପାରିନି। ମୃତ ଯବାନଜଣକ ୨୫ ବର୍ଷୀୟ ଶତ୍ରୁଘ୍ନ ବିଶ୍ୱକର୍ମା ବୋଲି ଜଣାଯାଇଛି।

Advertisment

ଶତ୍ରୁଘ୍ନ ଆମ୍ବେଦକର ନଗରରେ ରହୁଥିବା ବେଳେ ସେ ସ୍ପେଶାଲ ସିକ୍ୟୁରିଟି ଫୋର୍ସ(SSF) ରେ ମୁତୟନ ଥିଲେ। ରାମ ମନ୍ଦିରର ଭିଆଇପି ଗେଟ୍‌ ସମ୍ମୁଖରେ ସେ ନିୟୋଜିତ ଥିଲେ। ଆଜି ସକାଳେ ସେ ନିଜ କାର୍ଯ୍ୟରେ ଯୋଗ ଦେଇଥିଲ। ମାତ୍ର କିଛି ସମୟ ପରେ ହଠାତ୍‌ ଗୁଳି ଫୁଟିବା ଶବ୍ଦ ଶୁଣା ଯାଇଥିଲା।

ସେଠାରେ ମୁତୟନ ଥିବା ଅନ୍ୟ SSF ଯବାନ ପହଞ୍ଚି ଶତ୍ରୁଘ୍ନଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲ ନିଆ ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Advertisment

ଖବରପାଇ ବରିଷ୍ଠ ପୁଲିସ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଥିସହ ଫରେନସିକ୍‌ ଟିମ୍‌ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ଶତ୍ରୁଘ୍ନଙ୍କ କିଛି ସହଯୋଗୀଙ୍କ କହିବା ଅନୁଯାୟୀ, କିଛି ଦିନ ହେବ ସେ ଚିନ୍ତିତ ରହୁଥିଲେ। ଗୁଳି ଫୁଟିବା ପୂର୍ବରୁ ସେ ମୋବାଇଲ ଦେଖୁଥିଲେ। ପୁଲିସ୍‌ ତାଙ୍କ ମୋବାଇଲକୁ ଜବତ କରିଛି। ତେବେ କିଏ ଓ କେଉଁଠୁ ଗୁଳି ମାରିଲା, ଏହା ପଛରେ କାରଣ କ’ଣ ତାହା କିଛି ସ୍ପଷ୍ଟ ହୋଇ ନାହିଁ ।

ସକାଳେ ଡ୍ୟୁଟିକୁ ଯାଇଥିବା ପୁଅର ମୃତ୍ୟୁ ଖବର ପାଇ ପରିବାର ଲୋକଙ୍କ ଅବସ୍ଥା ଅସମ୍ଭାଳ ହୋଇ ଯାଇଛି। ସେମାନେ ପୁଅର ମୃତ୍ୟୁକୁ ସହଜେ ଗ୍ରହଣ କରି ପାରୁ ନ ଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Firing Uttar Pradesh Jawan Deadbody Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe