Advertisment

ଭୋଟ ପରେ ପୁଲିଂ ପାର୍ଟି ଉପରେ ନକ୍ସଲ ହମଲା, ଯବାନ ସହିଦ

ପୁଲିଂ କର୍ମଚାରୀମାନେ ଭୋଟ ପରେ ସୁରକ୍ଷାକର୍ମୀଙ୍କ ସହ ଫେରୁଥିଲେ। ଏହି ସମୟରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଛନ୍ତି।

 Naxals

Naxals

Advertisment

ଛତିଶଗଡ଼ର ବିନ୍ଦ୍ରାନାୱାଗର ଠାରେ ଆଜି ନକ୍ସଲମାନେ ପୁଲିଂ କର୍ମଚାରୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି। ଏହି ହମଲାରେ ଜଣେ ଆଇଟିବିପି ଯବାନ ସହିଦ ହୋଇଛନ୍ତି।

Advertisment

ପୁଲିଂ କର୍ମଚାରୀମାନେ ଭୋଟ ପରେ ସୁରକ୍ଷାକର୍ମୀଙ୍କ ସହ ଫେରୁଥିଲେ। ଏହି ସମୟରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଛନ୍ତି। ରାୟପୁର ରେଞ୍ଜର ଆଇଜି ଅରିଫ ଶେଖ କହିଛନ୍ତି, “ବଡେ ଗୋବ୍ରା ପୁଲିଂ ଷ୍ଟେସନରୁ ସୁରକ୍ଷାକର୍ମୀ ଓ ଅଧିକାରୀମାନେ ଫେରୁଥିବା ବେଳେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଥିଲେ।

ଏଥିରେ ଆଇଟିବିପିର ହେଡ କନଷ୍ଟେବଲ ଯୋଗିନ୍ଦର ସିଂହ ପ୍ରାଣ ହରାଇଛନ୍ତି। ତେବେ ପୁଲିଂ ପାର୍ଟିର ଅନ୍ୟ କର୍ମଚାରୀ ଓ ଇଭିଏମ ମେସିନ ସୁରକ୍ଷିତ ଭାବେ ଗାରିଆବନ୍ଦରେ ପହଞ୍ଚି ଯାଇଛି। ସବୁ କିଛି ନିୟନ୍ତ୍ରଣ ମଧ୍ୟରେ ରହିଛି। ନିର୍ବାଚନ ପ୍ରକ୍ରିୟା ସୁରଖୁରରେ ଶେଷ ହୋଇଛି।”

Advertisment

ଆଜି ଛତିଶଗଡ଼ରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ହୋଇଛି। ଲୋକମାନେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେଇଛନ୍ତି। ତେବେ ଗଣତନ୍ତ୍ରର ଏହି ମହାନ ପର୍ବରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ନକ୍ସଲମାନେ ଚେଷ୍ଟା କରି ବିଫଳ ହୋଇଛନ୍ତି।

ଆଜିର ବିସ୍ଫୋରଣ ପୂର୍ବରୁ ଗତକାଲି ଧାମତାରି ରିଜନରେ ନକ୍ସଲମାନେ ଦୁଇଟି ଆଇଇଡି ବିସ୍ଫୋରଣ କରିଥିଲା। ଏଥିପାଇଁ ଆଜି ଭୋଟିଂ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଥିଲା।

Chhattisgarh Naxal Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe