Advertisment

ରେଲ୍ଓ୍ବେ ବୋର୍ଡର ପ୍ରଥମ ମହିଳା ମୁଖ୍ୟ ହେଲେ ଜୟା ବର୍ମା ସିହ୍ନା

ଜୟା ବର୍ମା ସିହ୍ନା ପ୍ରଥମ ମହିଳା ଭାବେ ରେଲବାଇ ବୋର୍ଡର ଅଧ୍ୟକ୍ଷା ହେବାର ଗୌରବ ହାସଲ କରିଛନ୍ତି।

author-image
Manoj Swain
ଅଦ୍ୟତନ ହୋଇଛି
Jaya Varma Sinha

Jaya Varma Sinha

ଭାରତୀୟ ରେଳ ବିଭାଗକୁ ମିଳିଛି ପ୍ରଥମ ମହିଳା ସିିିଇଓ। ଜୟା ବର୍ମା ସିହ୍ନା ଭାରତୀୟ ରେଳ ବିଭାଗର ପ୍ରଥମ ମହିଳା ସିିିଇଓ ଭାବେ ନିଯୁକ୍ତି ପାଇଛନ୍ତି। ଆଜି ତାଙ୍କୁ ରେଳ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ନିଯୁକ୍ତି ଦିଆଯାଇଛି। ସେ ଅନୀଲ କୁମାର ଲୋହାତିଙ୍କ ସ୍ଥାନରେ ସିିିଇଓ ଭାବେ କାମ କରିବେ। 

Advertisment

ଜୟା ବର୍ମା ସିହ୍ନା ପ୍ରଥମ ମହିଳା ଭାବେ ରେଳବାଇ ବୋର୍ଡର ଅଧ୍ୟକ୍ଷା ହେବାର ଗୌରବ ହାସଲ କରିଛନ୍ତି। ସେ ଏବେ ରେଳ ବୋର୍ଡର  ଟ୍ରାଫିକ୍ (IRTS) ଓ ଅପରେସନ ବିଜନେସ୍ ଡେଭଲପମେଣ୍ଟ ବିଭାଗରେ କାର୍ଯ୍ୟରତ ଅଛନ୍ତି। ସେ ନିକଟରେ ବାଲେଶ୍ୱର ବାହାନଗାରେ ଘଟିଥିବା ଟ୍ରେନ୍ ଟ୍ରାଜେଡିର ଜଟିଳ ସିଗନାଲ୍ ସିଷ୍ଟମକୁ ଦେଶବାସୀଙ୍କୁ ବୁଝାଇଥିଲେ। ଏହାପରେ ସେ ବେଶ ଚର୍ଚ୍ଚାକୁ ଆସିଥିଲେ। 

ଜୟା ୨୦୨୩ ମସିହା ସେପ୍ଟେମ୍ବର ୧ରେ ଅର୍ଥାତ ଆଜି ରେଳବାଇ ବୋର୍ଡର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳ ୨୦୨୪ ମସିହା ଅଗଷ୍ଟ ୩୧ ପର୍ଯ୍ୟନ୍ତ ରହିବ। ଏହାପରେ ଏହାକୁ ଦରକାର ପଡ଼ିଲେ ବୃଦ୍ଧି ମଧ୍ୟ କରାଯାଇ ପାରିବ। 

Advertisment
Jaya Verma Sinhaଜୟା ବର୍ମା ସିହ୍ନା

ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ଶିକ୍ଷା ସମାପ୍ତି ପରେ ୧୯୮୮ ବ୍ୟାଚ ଆଇଆରଟିଏସ୍ (ରେଳ ଟ୍ରାଫିକ୍) ସେବାରେ ଯୋଗ ଦେଇଥିଲେ। ପରେ ସେ ଉତ୍ତର ରେଳବାଇ, ଦକ୍ଷିଣ ପୂର୍ବ ରେଳବାଇ ଓ ପୂର୍ବତଟ ରେଳବାଇରେ କାର୍ଯ୍ୟ କରିଥିଲେ। ରେଳବାଇର ୧୬୬ ବର୍ଷର ଇତିହାସରେ ପ୍ରଥମ ମହିଳା ଭାବେ ସେ ରେଳ ବୋର୍ଡର ମୁଖ୍ୟ ଭାବେ ଦାୟିତ୍ବ ସମ୍ଭାଳିବେ ।

ଜୟା ବର୍ମାଙ୍କ କାର୍ଯ୍ୟକାଳ ସମୟରେ ଭାରତରୁ ବଂଲାଦେଶ ଯାଉଥିବା ମୈଇତ୍ରୀ ଏକ୍ସପ୍ରେସର ଉଦଘାଟନ ହୋଇଥିଲା। ପୂର୍ବରୁ ସେ ରେଳବାଇରେ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସଫଳଭାବେ ସଂପାଦନା କରିଛନ୍ତି ।

Railway Minister Indian Railway