Advertisment

ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର୍‌ ଚୋରି ; ୬ ଦିନ ହେଲା ମିଳୁନି ପତ୍ତା

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର୍‌ ଚୋରି ହୋଇଯାଇଛି। ଏନେଇ ଦିଲ୍ଲୀର ଏକ ଥାନାରେ ମାମଲା ରୁଜୁ ହୋଇଛି।

jp nadda with wife

jp nadda with wife

Advertisment

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର୍‌ ଚୋରି ହୋଇଯାଇଛି। ଏନେଇ ଦିଲ୍ଲୀର ଏକ ଥାନାରେ ମାମଲା ରୁଜୁ ହୋଇଛି। ଏହି ଘଟଣାକୁ ୬ ଦିନ ବିତିବାକୁ ବସିଥିବା ବେଳେ ପୁଲିସ୍‌ କାର୍‌ ଚୋରଙ୍କ ସନ୍ଧାନ ପାଇ ପାରିନି।

Advertisment

ଜେପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ ଫର୍ଚ୍ୟୁନର କାର୍‌ ଗତ ୧୯ ତାରିଖରେ ସର୍ଭିସିଂ ପାଇ ଯାଇଥିବା ବେଳେ ଚୋରି ହୋଇ ଯାଇଛି। ମଲ୍ଲିକାଙ୍କ କାର୍‌ ଡ୍ରାଇଭର ଯୋଗିନ୍ଧର ସିଂ ଏନେଇ ଗତ ୧୯ ତାରିଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଡ୍ରାଇଭରଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ଗତ ୧୯ ତାରିଖରେ ସର୍ଭିସିଂ ପାଇଁ ସେ ଗାଡ଼ିକୁ ସର୍ଭିସିଂ ସେଣ୍ଟରକୁ ନେଇଥିଲେ। ସେଠାରେ ଗାଡ଼ିକୁ ଛାଡ଼ି ସେ ନିଜ ଘରକୁ ଚାଲି ଯାଇଥିଲେ। ମାତ୍ର ସେ ସର୍ଭିସିଂ ସେଣ୍ଟର ଫେରିବା ପରେ ଅଉ କାର୍‌ର ସନ୍ଧାନ ପାଇ ପାରି ନ ଥିଲେ। ଏନେଇ ସର୍ଭିସିଂ ସେଣ୍ଟର କର୍ମଚାରୀ ବି କିଛି କହି ପାରି ନ ଥିଲେ।

Advertisment

ପୁଲିସ୍‌ ଏହାପରେ ସିସିଟିଭି ଫୁଟେଜ ଖୋଳତାଡ଼ କରି ଗାଡ଼ିଟି ଶେଷ ଥର ପାଇଁ ଗୁରୁଗ୍ରାମ ଅଞ୍ଚଳରେ ଯାଉଥିବା ଦେଖିବାକୁ ପାଇଥିଲା। ଏହି ଘଟଣାକୁ ୬ ଦିନ ବିତିବାକୁ ବସିଥିବା ବେଳେ ପୁଲିସ୍‌ ଗାଡ଼ି ଚୋରଙ୍କ ଟେର ପାଇ ପାରିନି।

Delhi Jp Nadda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe