Advertisment

ଜେଡିୟୁରେ ଫାଟ! ଇସ୍ତଫା ଦେଲେ ନୀତୀଶଙ୍କ ଘନିଷ୍ଠ ସହଯୋଗୀ

୨୦୨୪ ନିର୍ବାଚନ ପୂର୍ବରୁ ନୀତୀଶ କୁମାର ଇଣ୍ଡିଆ ଆଲିଆନ୍ସରୁ ଅଲଗା ହେବା ସମୟରେ, କେସି ତ୍ୟାଗୀ ନୀତୀଶ କୁମାରଙ୍କୁ ଜୋରଦାର୍ ସମର୍ଥନ କରିଥିଲେ।

KC Tyagi

KC Tyagi

Advertisment

ଜନତା ଦଳ ୟୁନାଇଟେଡ୍‌ ତଥା ଜେଡିୟୁ। ଦଳରେ କିଛି ଠିକ୍‌ ଚାଲିନଥିବା ଚର୍ଚ୍ଚା ହେଉଛି। ଇସ୍ତଫା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅତି ଘନିଷ୍ଠ କୁହାଯାଉଥିବା କେସି ତ୍ୟାଗୀ। ସେ ଦଳର ଦଳର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା କୁହାଯାଇଛି।

Advertisment

ତାଙ୍କ ସ୍ଥାନରେ ନୀତୀଶ କୁମାର ରାଜୀବ ରଞ୍ଜନଙ୍କୁ ଦଳର ନୂତନ ଜାତୀୟ ମୁଖପାତ୍ର ଭାବେ ‌ନିଯୁକ୍ତ କରିଛନ୍ତି। ଏନେଇ ଦଳର ସାଧାରଣ ସମ୍ପାଦକ ଆଫାକ ଅହମ୍ମଦ ଖାନ ଏକ ଚିଠି ଜାରି କରି ଏହି ସୂଚନା ଦେଇଛନ୍ତି।

ବ୍ୟକ୍ତିଗତ କାରଣ ଯୋଗୁ କେସି ତ୍ୟାଗୀ ଇସ୍ତଫା ଦେଇଥିବା କଥା କୁହାଯାଉଥିଲେ ମଧ୍ୟ ଏହା ପଛରେ ଅନେକ କାରଣ ଲୁଚି ରହିଛି। ତାଙ୍କର ଲଗାତର ବିବାଦୀୟ ବୟାନ ଯୋଗୁ ଦଳ ଭିତରେ ଓ ବାହାରେ ସୃଷ୍ଟି ହୋଇଥିବା ମତଭେଦ ସାମିଲ ଅଛି।

Advertisment

ସୂଚନା ମୁତାବକ ଇସ୍ରାଏଲ-ପାଲେଷ୍ଟାଇନ ପ୍ରସଙ୍ଗରେ ତାଙ୍କ ବିବୃତ୍ତି ଯୋଗୁଁ କେସି ତ୍ୟାଗୀଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। କାରଣ ଦଳ ଏହି ତାଙ୍କର ଏହି ବିବୃତ୍ତିରେ ଖୁସି ନାହିଁ।

ମିଳିଥିବା ସୂତ୍ରର ସୂଚନା ଅନୁସାରେ କେସି ତ୍ୟାଗୀ ଇସ୍ତଫା ଦେବା ପଛରେ ଅନେକ ପ୍ରସଙ୍ଗ ରହିଛି। ସେ ଅନେକ ପ୍ରସଙ୍ଗରେ ନିଜର ଏକ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଥିଲେ, ଯେଉଁଥିପାଇଁ ଦଳକୁ ଲଜ୍ଜାଜନକ ପରିସ୍ଥିତିର ସାମ୍ନା କରିବାକୁ ପଡୁଥିଲା। ତେଣୁ ସେ ଇସ୍ତଫା ଦେଇଛନ୍ତି।

୨୦୨୪ ନିର୍ବାଚନ ପୂର୍ବରୁ ନୀତୀଶ କୁମାର ଇଣ୍ଡିଆ ଆଲିଆନ୍ସରୁ ଅଲଗା ହେବା ସମୟରେ, କେସି ତ୍ୟାଗୀ ନୀତୀଶ କୁମାରଙ୍କୁ ଜୋରଦାର୍ ସମର୍ଥନ କରିଥିଲେ। କେସି ତ୍ୟାଗୀ ସମାଜବାଦୀ ରାଜନୀତିର ପୃଷ୍ଠଭୂମିରୁ ଆସିଛନ୍ତି। ସେ ପଶ୍ଚିମ ୟୁପିର ନେତା। ନୀତୀଶ କୁମାରଙ୍କ ସହ ତାଙ୍କର ଦୀର୍ଘ ଦିନର ସମ୍ପର୍କ ରହିଛି।

JDU KC Tyagi KC Tyagi Resign
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe