Advertisment

ଅପହରଣ ମାମଲାରେ ଗିରଫ ବିଧାୟକ ରେଭାନ୍ନାଙ୍କୁ ମିଳିଲା ଜାମିନ

ଜାମିନ ପାଇଥିଲେ ମଧ୍ୟ ରେଭାନ୍ନାଙ୍କୁ ଏସ୍‌ଆଇଟି ତଦନ୍ତରେ ସହଯୋଗ କରିବାକୁ ପଡ଼ିବ। ସେହିପରି ସେ ମାମଲା ସହ ଜଡ଼ିତ ପ୍ରମାଣକୁ ନଷ୍ଟ କିମ୍ବା ବିକୃତ କରିବାକୁ ଚେଷ୍ଟା କରିବେ ନାହିଁ।

HD Revanna

HD Revanna

Advertisment

ଅପହରଣ ମାମଲାରେ ଗିରଫ ଜେଡିଏସର ବିଧାୟକ ଏଚ୍‌ଡି ରେଭାନ୍ନାଙ୍କୁ ଆଜି କର୍ଣ୍ଣାଟକାର ସ୍ୱତନ୍ତ୍ର କୋର୍ଟ ଜାମିନ ଦେଇଛନ୍ତି। ପୁଅ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ବାପା ରେଭାନ୍ନା ଅପହରଣ ମାମଲାରେ ଏସ୍‌ଆଇଟି ଦ୍ୱାରା ଗିରଫ ହୋଇଥିଲେ।

Advertisment

ତେବେ ସ୍ୱତନ୍ତ୍ର କୋର୍ଟ ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡ ଓ ସମାନ ଅର୍ଥର ଦୁଇଟି ସ୍ୟୁରିଟି ବଳରେ ତାଙ୍କୁ ଜାମିନ ଦେଇଛନ୍ତି। ଜାମିନ ପାଇଥିଲେ ମଧ୍ୟ ରେଭାନ୍ନାଙ୍କୁ ଏସ୍‌ଆଇଟି ତଦନ୍ତରେ ସହଯୋଗ କରିବାକୁ ପଡ଼ିବ। ସେହିପରି ସେ ମାମଲା ସହ ଜଡ଼ିତ ପ୍ରମାଣକୁ ନଷ୍ଟ କିମ୍ବା ବିକୃତ କରିବାକୁ ଚେଷ୍ଟା କରିବେ ନାହିଁ।

ଅସଦାଚରଣ ଓ ଅପହରଣ ମାମଲାରେ ଗିରଫ ହୋଇ ରେଭାନ୍ନା ବିଚାର ବିଭାଗୀୟ ହାଜତରେ ରହିଥିଲେ। ଏହାର ଅବଧି ଆସନ୍ତାକାଲି ସରିବାର ଥିଲା। ରେଭାନ୍ନାଙ୍କ ପୁଅ ପ୍ରଜ୍ଜ୍ୱଲଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ପୀଡ଼ିତାଙ୍କୁ ରେଭାନ୍ନା ଅପହରଣ କରିବା ପରେ ଗୋଟିଏ ଫାର୍ମ ହାଉସରେ ବନ୍ଦୀ କରି ରଖିଥିଲେ।

Advertisment

ପୀଡ଼ିତାଙ୍କ ପୁଅ ଏନେଇ ଅଭିଯୋଗ କରିବା ପରେ ଏଚ୍‌ଡି ରେଭାନ୍ନାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା। ଶେଷରେ ଯୌନ ଶୋଷଣ ଅଭିଯୋଗର ତଦନ୍ତ କରୁଥିବା ଏସ୍‌ଆଇଟି ରେଭାନ୍ନାଙ୍କୁ ମେ’ ୪ ତାରିଖରେ ଗିରଫ କରିଥିଲା। ଗିରଫଦାରୀରୁ ବର୍ତ୍ତିବା ପାଇଁ ରେଭାନ୍ନା ତାଙ୍କ ବାପା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ାଙ୍କ ବାସଭବନରେ ରହିଥିଲେ। କିନ୍ତୁ ଏସ୍‌ଆଇଟି ଟିମ ତାଙ୍କୁ ସେଠାରୁ ଗିରଫ କରିଥିଲା।

ପୀଡ଼ିତାଙ୍କୁ ଏପ୍ରିଲ ୨୯ରେ ରେଭାନ୍ନାଙ୍କ ସମ୍ପର୍କୀୟ ସତୀଶ ବାବାନ୍ନା ଅପହରଣ କରିଥିଲେ। ଏହାପରେ ତାଙ୍କୁ ବିଧାୟକଙ୍କ ଘନିଷ୍ଠ ସହଯୋଗୀ ରାଜଶେଖରଙ୍କ କାଲେନାଲ୍ଲି ସ୍ଥିତ ଫାର୍ମ ହାଉସରେ ବନ୍ଦୀ କରି ରଖାଯାଇଥିଲା। ଅଭିଯୋଗ ପାଇବା ପରେ ପୁଲିସ୍‌ ଉକ୍ତ ମହିଳାଙ୍କୁ ଫାର୍ମ ହାଉସରୁ ପୁଲିସ୍‌ ଉଦ୍ଧାର କରିଥିଲା।

ଏହାପରେ ପୁଲିସ୍‌ ରେଭାନ୍ନାଙ୍କ ନାଁରେ ଆଇପିସିର ଏକାଧିକ ଦଫାରେ ମାମଲା ରୁଜୁ କରିଥିଲା। ପୁଲିସ୍‌ ଲଗାଇଥିବା ଦଫା ଜାମିନ ବିହୀନ ହୋଇଥିବାରୁ କୋର୍ଟ ମଧ୍ୟ ରେଭାନ୍ନାଙ୍କ ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ। କୋର୍ଟଙ୍କ ନିଷ୍ପତ୍ତି ପରେ ପୁଲିସ ତାଙ୍କୁ ଗିରଫ କରିଥିଲା

ଏଚ୍‌ଡି ରେଭାନ୍ନାଙ୍କ ପୁଅ ହେଉଛନ୍ତି ଜେଡିଏସ ସାଂସଦ ପ୍ରଜ୍ଜ୍ୱଳ। ଉଭୟ ବାପ-ପୁଅଙ୍କ ନାଁରେ ଯୌନ ନିର୍ଯାତନା ମାମଲା ମଧ୍ୟ ରହିଛି। ଏମାନଙ୍କର ଯୌନ କେଳେଙ୍କାରୀର ଏକାଧିକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ପୁଲିସ୍‌ ପ୍ରଜ୍ଜ୍ୱଳଙ୍କୁ ଖୋଜୁ ଥିବା ବେଳେ ସେ ଜର୍ମାନୀ ପଳାଇଛନ୍ତି।

Karnataka JDS Prajwal Revanna HD Revanna JDS MP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe