Advertisment

'ମେମୋରୀ ଲସ୍‌' ପାଇଁ ନୀତୀଶ କୁମାରଙ୍କୁ ଖାଦ୍ୟରେ ମିଶାଇ ଦିଆଯାଉଛି ଔଷଧ!

ଖାଦ୍ୟ ଏବଂ ମେଡିସିନ୍‌ରେ ନୀତୀଶ କୁମାରଙ୍କୁ କିଛି ଏଭଳି ଔଷଧ ମିଶାଇ ଦେଆଯାଉଛି, ଯାହାକୁ ଖାଇବା ଦ୍ୱାରା ତାଙ୍କର ମେମୋରୀ ଲସ୍‌ ହୋଇଥିବା ଦାବି କରାଯାଉଛି।

Nitish Kumar

Nitish Kumar

Advertisment

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ତାଙ୍କର ମେମୋରୀ ଲସ୍‌ ତଥା ସ୍ଣରଣ ଶକ୍ତି ହ୍ରାସ କରାଇବା ପାଇଁ ଚାଲିଛି ଷଡ଼ଯନ୍ତ୍ର। ନୀତୀଶ କୁମାରଙ୍କୁ ଖାଦ୍ୟରେ ମିଶାଇ ଔଷଧ ଦିଆଯାଉଛି। ଏଭଳି କିଛି ବଡ଼ ଦାବି କରିଛନ୍ତି ପୂର୍ବତନ ସାଂସଦ ତଥା ନୀତୀଶ କୁମାରଙ୍କ ପୁରୁଣା ସାଥୀ ଅରୁଣ କୁମାର।

Advertisment

ଲୋକ ଜନଶକ୍ତି ଦଳର ନେତା ଅରୁଣ କୁମାର କହିଛନ୍ତି, ଜେଡିୟୁର ସଭାପତି ଲଲନ ସିଂହ, ଖାଦ୍ୟ ଏବଂ ମେଡିସିନ୍‌ରେ ନୀତୀଶ କୁମାରଙ୍କୁ କିଛି ଏଭଳି ଔଷଧ ମିଶାଇ ଦେଉଛନ୍ତି, ଯାହା ଦ୍ୱାରା ତାଙ୍କର ମେମୋରୀ ଲସ୍‌ ହୋଇଛି। ନୀତୀଶ କୁମାରଙ୍କ ମାନସିକ ଅବସ୍ଥା ଭଲ ନାହିଁ ଏବଂ ତାଙ୍କ ସ୍ମୃତି ଶକ୍ତି ଚାଲିଯାଇଛି।

ଅରୁଣ କୁମାର ଆହୁରି ଦାବି କରିଛନ୍ତି ଯେ ଜେଡିୟୁର ରାଷ୍ଟ୍ରୀୟ ସଭାପତି ଏବଂ କିଛି ଅଧିକାରୀ ନୀତୀଶଙ୍କ ଖାଦ୍ୟ ଏବଂ ଔଷଧରେ କିଛି ଏଭଳି ଜିନିଷ ମିଶାଇଛନ୍ତି, ଯାହାକୁ ଖାଇବା ଦ୍ୱାରା ତାଙ୍କର ଅବସ୍ଥା ଠିକ୍‌ ନାହିଁ। ତେଣୁ ଏହି ପୂରା ଘଟଣାର ତଦନ୍ତ ହେବା ଜରୁରୀ ବୋଲି ସେ କହିଛନ୍ତି। ଏନେଇ ସେ ଗୃହମନ୍ତ୍ରୀଙ୍କ ନିକଟକୁ ଚିଠି ମଧ୍ୟ ଲେଖିଛନ୍ତି।

Advertisment

ଚିଠିରେ ଅରୁଣ କୁମାର ବିହାରକୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଗୁହାରୀ କରିଛନ୍ତି। ଏଥିସହ ବିହାରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଅନୁରୋଧ କରିଛନ୍ତି। ଏଲଜେପି ନେତା ଅରୁଣ କୁମାର ନୀତୀଶଙ୍କ ସ୍ମୃତି ଶକ୍ତି ହ୍ରାସ ଏବଂ ମାନସିକ ଅବସ୍ଥା ଖରାପ ଥିବା ନେଇ ଜେଡିୟୁ ଜାତୀୟ ସଭାପତିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏଲ୍‌ଜେପି ନେତା ତଥା ପୂର୍ବତନ ସାଂସଦ ଅରୁଣ କୁମାର ହାଜିପୁରରେ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଆସିଥିଲେ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଜେଡିୟୁ ସଭାପତି ଲଲନ ସିଂହଙ୍କ ବିରୋଧରେ ଏଭଳି ବଡ଼ ବୟାନ ଦେଇଛନ୍ତି। ସେପଟେ ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ନୀତୀଶ କୁମାର କିମ୍ବା ଲଲନ ସିଂହଙ୍କ କୌଣସି ପ୍ରତିକ୍ରିୟା ଆସିନାହିଁ।

Nitish Kumar JDU
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe