Advertisment

Nitish Kumar: ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ରାଜ୍ୟସଭା ଯିବେ ନୀତୀଶ କୁମାର!

ସେ ରାଜ୍ୟସଭାକୁ ବିଧିବଦ୍ଧ ଭାବେ ନିର୍ବାଚିତ ହେବା ପରେ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ସେହିପରି ଜେଡିୟୁ ବଦଳରେ ସହଯୋଗୀ ବିଜେପିର ଜଣେ ବରିଷ୍ଠ ସଦସ୍ୟ ବିହାରର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

Nitish-Kumar

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

Advertisment

ବିହାରରେ ବିଜେପିକୁ ମିଳିବ ମୁଖ୍ୟମନ୍ତ୍ରୀ ପଦ। କାରଣ ବିହାର ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ ୨୦ ବର୍ଷ ଧରି କାମ କରୁଥିବା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର(Nitish Kumar) ରାଜ୍ୟ ରାଜନୀତି ଛାଡ଼ିବେ। ସେ ବିହାର ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ରାଜ୍ୟସଭାକୁ ଯିବେ। ଏନେଇ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଥିବା ବେଳେ ନୀତୀଶ କୁମାରଙ୍କ ରାଜ୍ୟସଭା ପାଇଁ ନାମାଙ୍କନ ମଧ୍ୟ ଦାଖଲ କରିବେ।

Advertisment

ସେ ରାଜ୍ୟସଭାକୁ ବିଧିବଦ୍ଧ ଭାବେ ନିର୍ବାଚିତ ହେବା ପରେ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ସେହିପରି ଜେଡିୟୁ ବଦଳରେ ସହଯୋଗୀ ବିଜେପିର ଜଣେ ବରିଷ୍ଠ ସଦସ୍ୟ ବିହାରର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। 

ରିପୋର୍ଟ ଅନୁସାରେ, ଗୁରୁବାଦ ଦିନ ନୀତୀଶ କୁମାର ରାଜ୍ୟସଭା ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ନାମାଙ୍କନ ଦାଖଲ ପରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ଭାବେ କାମ କରିବେ। କିନ୍ତୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଅର୍ଥାତ ମାର୍ଚ୍ଚ ୧୬ ପରେ ସେ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ।

Advertisment

ନୀତୀଶ କୁମାର ରାଜ୍ୟସଭାକୁ ଯିବାକୁ ଥିବା ବେଳେ ବିହାରର ସକ୍ରିୟ ରାଜନୀତିରେ ପ୍ରବେଶ କରିବେ ତାଙ୍କ ପୁଅ ନିଶାନ୍ତ କୁମାର। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ କାମ କରୁଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ନିଶାନ୍ତ କୁମାର ବିହାରର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ। ତେବେ ଏନେଇ ଜେଡିୟୁ କିମ୍ବା ସହଯୋଗୀ ବିଜେପି ପକ୍ଷରୁ କିଛି ବି କୁହାଯାଇ ନାହିଁ। କିନ୍ତୁ ନୀତୀଶ କୁମାରଙ୍କ ଇସ୍ତଫା ଓ ନିଶାନ୍ତ କୁମାରଙ୍କ ଏଣ୍ଟ୍ରୀ ସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। 

ଏସବୁ ଚର୍ଚ୍ଚା ଭିତରେ ଜେଡିୟୁର ଜାତୀୟ କାର୍ଯ୍ୟକାରୀ ସଭାପତି ସଞ୍ଜୟ ଝା ବୁଧବାର ଦିଲ୍ଲୀରୁ ପାଟନା ଆସିଛନ୍ତି। ସେ ପାଟନାରେ ପହଞ୍ଚିବା ପରେ ନୀତୀଶ କୁମାରଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଜେଡିୟୁ ନେତା ଲଲନ ସିଂହ ମଧ୍ୟ ଦିଲ୍ଲୀରୁ ପାଟନା ଆସୁଥିବା ଜଣାପଡ଼ିଛି। 

ବିହାରର ୫ ରାଜ୍ୟସଭା ଆସନରୁ ଏନଡିଏ ବେଶ ସହଜରେ ୪ଟି ଦଖଲ କରିନେବ। କିନ୍ତୁ ୫ମ ଆସନର ଗଣତି ସାମାନ୍ୟ ଚିନ୍ତାଜନକ ରହିଛି। ବିହାରରେ ଗୋଟିଏ ବିଧାନସଭା ଆସନ ଜିତିବା ପାଇଁ ୪୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବିହାର ବିଧାନସଭାରେ ବିଜେପି, ଜେଡିୟୁ, ଏଲଜେପି(ରାମ ବିଳାଶ ପାଶୱାନ), ହାମ ଓ ଆରଏଲଜେଏମର ମିଳିତ ଭାବେ ୨୦୨ ବିଧାୟକ ରହିଛନ୍ତି। ତେଣୁ ଏନଡିଏ ବେଶ ସହଜରରେ ୪ ଆସନ ଜିତି ନେବେ। 

୫ମ ଆସନ ପାଇଁ ବେଶ ସତର୍କତା ସହ ହିସାବ କରିବାକୁ ପଡ଼ିବ। କାରଣ ବିରୋଧୀଙ୍କ ପାଖରେ ୪୧ ଜଣ ବିଧାୟକଙ୍କ ସମର୍ଥନ ରହିଛି। ୫ମ ଆସନ ପାଇଁ ଏନଡିଏ ପକ୍ଷରୁ ଉପେନ୍ଦ୍ର କୁଶୱାଙ୍କ ନାମ ଘୋଷଣା କରାଯାଇଛି।

ହେଲେ ଏଲଜେପି ମୁଖ୍ୟ ଚିରାଗ ପାଶୱାନ ଏ ନିଷ୍ପତ୍ତି ସମ୍ପର୍କରେ ଜାଣି ନଥିବା କହିବା ପରେ ହଇଚଇ ସୃଷ୍ଟି ହୋଇଛି। ଏହାକୁ ନେଇ କ୍ରସ ଭୋଟିଂର ଆଶଙ୍କା ଥିବାରୁ ଏନଡିଏ ପକ୍ଷରୁ ସମସ୍ତ ବିଧାୟକଙ୍କୁ ଗୁରୁବାର ନାମାଙ୍କନ ପୂର୍ବରୁ ପାଟନାରେ ଏକାଠି ହେବାକୁ କୁହାଯାଇଛି। 

Nitish Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe