Advertisment

JDU Leader: ବାଂଲାଦେଶ ଜଣେ ହିନ୍ଦୁଙ୍କୁ କ୍ୟାପ୍ଟେନ କରିଛି: କାହିଁକି ଏମିତି କହିଲେ ବିଜେପିର ସହଯୋଗୀ ଜେଡିୟୁ ନେତା?

ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ବଢ଼ିବାରୁ ବଲିଉଡ ଷ୍ଟାର ଶାହରୁଖ ଖାନଙ୍କ କେକେଆର ଟିମରେ ଥିବା ମୁସ୍ତାଫିଜୁରଙ୍କୁ ତୁରନ୍ତ ରିଲିଜ କରିବାକୁ ଦାବି କରାଯାଇଥିଲା।

author-image
Hemant Lenka
Liton

ଲିଟନ ଦାସ ଓ ମୁସ୍ତାଫିଜୁର

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ତଥା ବିଜେପିର ସହଯୋଗୀ ଜେଡିୟୁର ଜଣେ ବରିଷ୍ଠ ନେତା ବଡ଼ ବୟାନ ଦେଇଛନ୍ତି। ବାଂଲାଦେଶ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ ରାଇଡର୍ସ ଟିମରୁ ରିଲିଜ ପାଇଁ ବିସିସିଆଇ ନେଇଥିବା ନିଷ୍ପତ୍ତିକୁ ଭାରତ ପୁଣି ଚିନ୍ତା କରୁ ବୋଲି ସେ କହିଛନ୍ତି। 

Advertisment

ଏହାର କାରଣ ହେଉଛି ଯେ ବାଂଲାଦେଶ ଭଳି ମୁସଲିମ ବହୁଳ ଦେଶ ନିକଟରେ ନିଜର କ୍ରିକେଟ ଟିମର କ୍ୟାପ୍ଟେନ ଭାବେ ଜଣେ ହିନ୍ଦୁଙ୍କୁ ନିଯୁକ୍ତି ଦେଇଛି। ଖାସ ଏଥିପାଇଁ ଜେଡିୟୁ ନେତା ଜଣଙ୍କ ଏପରି ବୟାନ ଦେଇଛନ୍ତି।

ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ବଢ଼ିବାରୁ ବଲିଉଡ ଷ୍ଟାର ଶାହରୁଖ ଖାନଙ୍କ କେକେଆର ଟିମରେ ଥିବା ମୁସ୍ତାଫିଜୁରଙ୍କୁ ତୁରନ୍ତ ରିଲିଜ କରିବାକୁ ଦାବି କରାଯାଇଥିଲା। ବିବାଦ ବଢ଼ିବାରୁ ବିସିସିଆଇ ମୁସ୍ତାଫିଜୁରଙ୍କୁ ରିଲିଜ କରିବାକୁ କେକେଆରକୁ ଅନୁମତି ଦେବା ସହ ତାଙ୍କ ବଦଳ ଖେଳାଳି ଚୟନ କରିବାର ସ୍ୱାଧୀନତା ଦେଇଥିଲା। 

Advertisment

କଂଗ୍ରେସ ନେତା ଶଶି ଥରୁର ଓ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଏହି ପ୍ରସଙ୍ଗରେ ପୂର୍ବରୁ ହିଁ ମତ ରଖି ସାରିଛନ୍ତି। ରାଜନୀତିକୁ କ୍ରିକେଟ ସହ ମିକ୍ସିଂ ନ କରିବାକୁ ସେମାନେ କହିଛନ୍ତି। 

ଏବେ ଜେଡିୟୁ(JDU Leader)ର ବରିଷ୍ଠ ନେତା କେସି ତ୍ୟାଗୀ ଏହି ପ୍ରସଙ୍ଗରେ ବଡ଼ ମତ ରଖିଛନ୍ତି। ସେ କହିଛନ୍ତି, “ରାଜନୀତି ସହ କ୍ରୀଡ଼ାର କୌଣସି ଲିଙ୍କ ନାହିଁ। କିନ୍ତୁ ଭାରତୀୟ ଉପ ମହାଦେଶ, ବିଶେଷ କରି ପାକିସ୍ତାନ ଓ ବାଂଲାଦେଶରେ ସ୍ଥିତି ଅତ୍ୟନ୍ତ ବିବାଦୀୟ ରହିଛି। ସୀମାରେ ଆତଙ୍କବାଦ ଜାରି ରଖିବା ମାମଲାରେ ପାକିସ୍ତାନୀ ଦୋଷୀ। ବାଂଲାଦେଶରେ ହିନ୍ଦୁ ବିରୋଧୀ ଘଟଣା ଯୋଗୁ ଭାରତୀୟ ସମାଜ ରାଗି ଯାଇଛି। ଏହା କ୍ରୀଡ଼ା ମନୋଭାବ ଉପରେ ବେଶ ପ୍ରଭାବ ପକାଇଛି।

ବିସିସିଆଇର ନିଷ୍ପତ୍ତି ସମ୍ଭବତଃ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ନିଆଯାଇଛି। କିନ୍ତୁ ବ୍ୟକ୍ତିଗତ ଭାବେ ମୁଁ ଭାବୁଛି ଯେ କ୍ରୀଡ଼ା ଉପରେ ରାଜନୀତିର ପ୍ରଭାବ ଆଦୌ ନ ରହୁ। ଯେତେବେଳେ ବାଂଲାଦେଶ ହିନ୍ଦୁ କ୍ରିକେଟର ଲିଟନ ଦାସଙ୍କୁ ନିଜ ଟିମର କ୍ୟାପ୍ଟେନ କରିପାରୁଛି ସେତେବେଳେ ବିସିସିଆଇ ନିଜର ନିଷ୍ପତ୍ତି ଉପରେ ପୁଣି ଭାବିବା ଦରକାର। ବାଂଲାଦେଶରେ ଘଟୁଥିବା ଘଟଣାରେ ଆମେ ରାଗି ଯାଇଛେ ଓ ଆଇପିଏଲରୁ ଜଣେ ବାଂଲାଦେଣୀ କ୍ରିକେଟରଙ୍କୁ ହଟାଇ ଦେଇଛେ। କିନ୍ତୁ ବାଂଲାଦେଶ ଜଣେ ସଂଖ୍ୟାଲଘୁ, ଜଣେ ହିନ୍ଦୁଙ୍କୁ ନିଜ ଟିମର ଅଧିନାୟକ କରିଛି। ଏପରି କରି ସେମାନେ ଗୋଟିଏ ବଡ଼ ବାର୍ତ୍ତା ଆମକୁ ଦେଇଛନ୍ତି।”

JDU