Advertisment

ବିରୋଧୀଙ୍କ ଦ୍ୱିତୀୟ ମେଳି ପୂର୍ବରୁ ଜେଡିୟୁ-ଆରଜେଡି ଭିତରେ ଫାଟ, ମନ୍ତ୍ରୀ-ଆଇଏଏସ୍ ଝଗଡ଼ା ନେଲା ବଡ଼ ରୂପ

୨୦୨୪ରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନ ପୂର୍ବରୁ ଜୁଲାଇରେ ବେଙ୍ଗଲୁରୁରେ ୧୭ରୁ ୧୮ଟି ବିରୋଧୀ ଦଳ ଏକାଠି ହେବାକୁ ଯାଉଛନ୍ତି। ତେବେ ବିରୋଧୀଙ୍କ ରାଜନୀତି ସମୀକରଣ ଦୃତଗତିରେ ବଦଳୁଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Bihar Education Minister Chandrashekhar and additional chief secretary (ACS) Education KK Pathak

Bihar Education Minister Chandrashekhar and additional chief secretary (ACS) Education KK Pathak

ବିରୋଧୀ ଦଳମାନଙ୍କ ଦ୍ୱିତୀୟ ବୈଠକ ପୂର୍ବରୁ ବିହାର ମହାମେଣ୍ଟ ସରକାରରେ ଥିବା ଜେଡିୟୁ-ଆରଜେଡି ସାମ୍ନାସାମ୍ନୀ ହୋଇଛି। ମନ୍ତ୍ରୀ ଓ ଆଇଏଏସ୍ ଅଧିକାରୀଙ୍କ ଭିତରେ ସୃଷ୍ଟି ହୋଇଥିବା କ୍ଷମତା କନ୍ଦଳ ଏହି ଫାଟ ସୃଷ୍ଟି କରିଛି।

Advertisment

୨୦୨୪ରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନ ପୂର୍ବରୁ ଜୁଲାଇରେ ବେଙ୍ଗଲୁରୁ ଠାରେ ୧୭ରୁ ୧୮ଟି ବିରୋଧୀ ଦଳ ଏକାଠି ହେବାକୁ ଯାଉଛନ୍ତି। ତେବେ ବିରୋଧୀଙ୍କ ରାଜନୀତି ସମୀକରଣ ଦୃତଗତିରେ ବଦଳୁଛି। ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ଏନ୍‌ସିପିରେ ପୁତୁରା ଅଜିତ୍ ପାୱାର ବିଦ୍ରୋହ କରିବାରୁ ଏହି ଦଳରେ ଫାଟ ସୃଷ୍ଟି ହୋଇସାରିଛି। ଅନ୍ୟପଟେ ବିହାରର ଜନତା ଦଳ ୟୁନାଟେଡ୍‌(ଜେଡିୟୁ) ଏବଂ ଆରଜେଡି ଭିତରେ ଫାଟ ଦେଖାଦେଇଛି। ମନ୍ତ୍ରୀ ଓ ଆଇଏଏସ୍ ଅଧିକାରୀଙ୍କ ଭିତରେ ଝଗଡ଼ା ଏହି ଫାଟର ସୂତ୍ରପାତ କରିଛି। ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ଏବଂ ଆଇଏଏସ୍ କେକ ପାଠକଙ୍କ ଭିତରେ ବିବାଦ ଏବେ ଦଳସ୍ତରରେ ପହଞ୍ଚିଛି। ଯାହାକୁ ନେଇ ଏହି ଦୁଇ ଦଳ ଭିତରେ ବୟାନବାଜୀ ଓ ନିର୍ବାଚନୀ ଯୁଦ୍ଧର ପ୍ରସ୍ତୁତି ଦେଖିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅତି ନିକଟତର ଆଇଏଏସ୍ କେକେ ପାଠକଙ୍କୁ ଶିକ୍ଷା ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ନିଯୁକ୍ତ କରାଯିବା ପରେ ବିହାର ମହାମେଣ୍ଟ ଭିତରେ ଏହି ଫାଟ ନଜର ଆସିଛି। ପାଠକ ଏହି ପଦବୀ ସହ ବିହାର ଖରାପ ଶିକ୍ଷା ପ୍ରଳାଳୀରେ ପରିବର୍ତ୍ତନ ଆଣି ଏହାକୁ ମଜଭୁତ କରିବା ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ମୁତାବକ ଶିକ୍ଷକ ନିଯୁକ୍ତି ନିୟମାବଳୀରେ ପରିବର୍ତ୍ତନ କରିଥିଲେ। ଏଥିସହ ଶିକ୍ଷା ବିଭାଗ ଅଧିକାରୀଙ୍କୁ ଜିନ୍‌ସ ଓ ଟି-ସାର୍ଟ ପିନ୍ଧି ଅଫିସ୍‌ ଆସିବା ଉପରେ ବ୍ୟାନ୍‌ ଲଗାଇ ଦେଇଥିଲେ।

Advertisment

ପାଠକଙ୍କର ଏହି ନିଷ୍ପତ୍ତିକୁ ନେଇ ଆରଜେଡି କୋଟାରୁ ହୋଇଥିବା ଶିକ୍ଷା ମନ୍ତ୍ରୀ ପ୍ରଫେସର ଚନ୍ଦ୍ରଶେଖର ଖୁସି ନଥିଲେ। ଚନ୍ଦ୍ରଶେଖରଙ୍କ ସଚିବ କୃଷ୍ଣ ମଦନ ଯାଦବ ୪ ଜୁଲାଇରେ ଏବାବଦରେ ଏକ ଅଭିଯୋଗ କେକେ ପାଠକଙ୍କୁ ଲେଖିଥିଲେ। ଯେଉଁଥିରେ ପାଠକଙ୍କ କାର୍ଯ୍ୟଶୈଳୀ ନେଇ ପ୍ରଶ୍ନ ଉଠାଇଥିଲେ।

ଏହି ଅଭିଯୋଗ ପରେ ପାଠକ କଡ଼ା ଅଭିମୁଖ୍ୟ ଗ୍ରହଣ କରି ମନ୍ତ୍ରୀ ଶ୍ରୀ ପାଠକଙ୍କ ନିଜସ୍ୱ ସଚିବ କୃଷ୍ଣ ମଦନଙ୍କ ଏଣ୍ଟ୍ରି ଶିକ୍ଷା ବିଭାଗର ସମସ୍ତ କାର୍ଯ୍ୟାଳୟରେ ବ୍ୟାନ୍‌ କରିଦେଇଥିଲେ। ଯାହାପରେ ଚନ୍ଦ୍ରଶେଖର ଓ କେକେ ପାଠକଙ୍କ ବିବାଦ ବଢ଼ିବଢ଼ି ଚାଲିଛି।

ଏହା ଜାଣିବା ପରେ ଆଜେଡି ସୁପ୍ରିମୋ ଲାଲୁ ଯାଦବ ଗୁରୁବାର ଦିଲ୍ଲୀ ଯିବା ପୂର୍ବରୁ ଚନ୍ଦ୍ରଶେଖରଙ୍କୁ ତାଙ୍କ ଘରକୁ ଡାକିଥିଲେ। ପୂରାସ୍ଥିତି ବୁଝିବା ପରେ ତୁରନ୍ତ ଘଟଣାର ସମାଧାନ କରିବାକୁ ଜେଡିୟୁ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଫୋନ୍ ଯୋଗେ କହିଥିଲେ।

ଲାଲୁଙ୍କ ଫୋନ୍‌ ପାଇବା ଏହିଦିନ ହିଁ ପାଠକ ଓ ଚନ୍ଦ୍ରଶେଖରଙ୍କୁ ନିଜ ଘରକୁ ଡକାଇ ଆଲୋଚନା କରିଥିଲେ ନୀତିଶ। ଏଥିରେ ଜନତା ଦଳ ୟୁନାଇଟେଡ୍‌ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ ଓ ବିହାର ସରକାରରେ ଥିବା ବରିଷ୍ଠ ମନ୍ତ୍ରୀ ବିଜୟ କୁମାର ଚୌଧୁରୀ ମଧ୍ୟ ସାମିଲ ହୋଇଥିଲେ। ତେବେ ଏହି ବିବାଦ ଦେଇ ମୁଖ୍ୟମନ୍ତ୍ରୀ ସହ କୌଣସି ଆଲୋଚନା ହୋଇନଥିବା ପରେ କହିଥିଲେ ଚନ୍ଦ୍ରଶେଖର।

ସେପଟେ ଏହି ବିବାଦକୁ ନେଇ ଦୁଇଦଳର ନେତାଙ୍କ ଭିତରେ ବୟାନବାଜୀ ଆରମ୍ଭ ହୋଇଯାଇଛି। ଯାହା ଦଳୀୟ ଫାଟ ସୃଷ୍ଟିର କାରଣ ହୋଇଥିବା କୁହାଯାଉଛି। ତେଣୁ ଏଠାରେ ଆଗକୁ ରାଜନୀତି ରଙ୍ଗ କି ପ୍ରକାର ରୂପ ନେଉଛି ଦେଖିବାର କଥା।

Bihar Politics Bihar CM Nitish Kumar