Advertisment

ଭାରତ ଯୋଡ଼ୋ ଯାତ୍ରାକୁ ଜେଡିୟୁର ନା, କଂଗ୍ରେସକୁ ଦେଲା ବଡ଼ ପରାମର୍ଶ

ବିଜେପିଠାରୁ ଅଲଗା ହେବା ପରେ ଜେଡିୟୁ ଲାଲୁ ପ୍ରସାଦଙ୍କ ଆରଜେଡି ଓ କଂଗ୍ରେସ ସହ ମିଶି ବିହାରରେ ସରକାର ଗଠନ କରିଛି। ତେବେ ଜେଡିୟୁ କଂଗ୍ରେସ ଜାରି ରଖିଥିବା ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବାକୁ ମନା କରି ଦେଇଛି।

JDU

JDU

Advertisment

ବିହାରରେ କ୍ଷମତାସୀନ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍‌ ଜେଡିୟୁର ଆଭିମୁଖ୍ୟକୁ ନେଇ ରାଜନୀତି ଆରମ୍ଭ ହୋଇଛି। ବିଜେପିଠାରୁ ଅଲଗା ହେବା ପରେ ଜେଡିୟୁ ଲାଲୁ ପ୍ରସାଦଙ୍କ ଆରଜେଡି ଓ କଂଗ୍ରେସ ସହ ମିଶି ବିହାରରେ ସରକାର ଗଠନ କରିଛି। ତେବେ ଜେଡିୟୁ କଂଗ୍ରେସ ଜାରି ରଖିଥିବା ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବାକୁ ମନା କରି ଦେଇଛି। 

Advertisment

ସେପ୍ଟେମ୍ବର ୭ରୁ ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରା କରୁଥିବା ବେଳେ ଜାନୁଆରୀ ୩୦ରେ ଶ୍ରୀନଗରେ ଏହାର ଶେଷ କାର୍ଯ୍ୟକ୍ରମ ହେବ। ଭାରତ ଯୋଡ଼ୋ ଯାତ୍ରାର ଶେଷ ପର୍ଯ୍ୟାୟରେ ସାମିଲ ହେବାକୁ କଂଗ୍ରେସ ପକ୍ଷରୁ ଜେଡିୟୁକୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ଜେଡିୟୁ ସଭାପତି ଲଲନ ସିଂହ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇ ପାରିବେ ନାହିଁ ବୋଲି କହିଛନ୍ତି। ଏଥିସହ ବିରୋଧୀଙ୍କୁ ଏକାଠି କରିବା ପାଇଁ କଂଗ୍ରେସ ଉପଯୁକ୍ତ ପଦକ୍ଷେପ ନେଉ ବୋଲି ସେ ପରାମର୍ଶ ଦେଇଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେଙ୍କୁ ଚିଠି ଲେଖି ଲଲନ ସିଂହ କହିଛନ୍ତି ଯେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ନାଗଲ୍ୟାଣ୍ଡରେ ଧାର୍ଯ୍ୟସୂଚୀ ଅନୁସାରେ ରାଜନୀତିକ କାର୍ଯ୍ୟକ୍ରମ ରହିଛି। ତେଣୁ ଭାରତ ଯୋଡ଼ୋ ଯାତ୍ରାର ଶେଷ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବି ନାହିଁ ବୋଲି ସେ କହିଛନ୍ତି। ତେବେ ସେ ଭାରତ ଯୋଡ଼ୋ ଯାତ୍ରା ୨୦୨୪ ପୂର୍ବରୁ ନୂଆ ସୁଯୋଗ ସୃଷ୍ଟି କରିଛି ଓ ଲୋକଙ୍କୁ ବୁଝିବାକୁ ସୁଯୋଗ ଦେଇଛି। ତେଣୁ କଂଗ୍ରେସ ବିରୋଧୀଙ୍କୁ ଏକାଠି କରିବା ପାଇଁ ପଦକ୍ଷେପ ନେଉ ବୋଲି ସେ ଚିଠିରେ ପରାମର୍ଶ ଦେଇଛନ୍ତି।

Advertisment

ଜାନୁଆରୀ ୩୦ କାର୍ଯ୍ୟକ୍ରମ ପାଇଁ କଂଗ୍ରେସ ପକ୍ଷରୁ ଅଣ ବିଜେପି ଦଳଗୁଡ଼ିକର ବରିଷ୍ଠ ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଛି। କଂଗ୍ରେସ ୨୦୨୪ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିବାକୁ କଂଗ୍ରେଦ ପାଗ ଭିଡ଼ିଥିବା ବେଳେ କେଉଁ ବିରୋଧୀ ଦଳଗୁଡ଼ିକ ଶ୍ରୀନଗର ଆସୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Congress Rahul Gandhi Bharat Jodo Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe