Advertisment

ଜେଡିୟୁ ନେତା ଉପେନ୍ଦ୍ର କୁଶୱାହାଙ୍କ କନଭୟ ଉପରେ ହମଲା!

ଆକ୍ରମଣକାରୀଙ୍କୁ ତାଙ୍କ ସୁରକ୍ଷାକର୍ମୀମାନେ ପିଛା କରିଥିଲେ ମଧ୍ୟ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ନିଜେ ଉପେନ୍ଦ୍ର କୁଶୱାହା ଟ୍ୱିଟ କରି ସୂଚନା ଦେଇଛନ୍ତି।

author-image
Hemant Lenka
Upendra Kushwaha

Upendra Kushwaha

ଜେଡିୟୁର ବିଦ୍ରୋହୀ ନେତା ଉପେନ୍ଦ୍ର କୁଶୱାହାଙ୍କ କନଭୟ ଉପରେ ହମଲା କରାଯାଇଥିବା ଅଭିଯୋଗ ହୋଇଛି। ବିହାରର ଭୋଜପୁର ଜିଲ୍ଲା ଜଗଦୀଶପୁର ନିକଟସ୍ଥ ନାୟକ ଟୋଲା ମୋଡରେ ତାଙ୍କ କନଭୟକୁ ଆକ୍ରମଣ କରାଯାଇଛି। ଆକ୍ରମଣକାରୀଙ୍କୁ ତାଙ୍କ ସୁରକ୍ଷାକର୍ମୀମାନେ ପିଛା କରିଥିଲେ ମଧ୍ୟ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ନିଜେ ଉପେନ୍ଦ୍ର କୁଶୱାହା ଟ୍ୱିଟ କରି ସୂଚନା ଦେଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ବିହାର ପୁଲିସ୍‌କୁ ଟ୍ୟାଗ କରି ଉପେନ୍ଦ୍ର କୁଶୱାହା କହିଛନ୍ତି,“ଭୋଜପୁର ଜିଲ୍ଲା ଜଗଦୀଶପୁର ଅନ୍ତର୍ଗତ ନାୟକ ଟୋଲା ମୋଡ ନିକଟରେ ହଠାତ୍‌ କିଛି ଅସାମାଜିକ ବ୍ୟକ୍ତି ମୋ କନଭୟରେ ଥିବା ଗାଡ଼ି ଉପରକୁ ପଥର ମାଡ଼ କରିଛନ୍ତି। ସୁରକ୍ଷାକର୍ମୀମାନେ ପିଛା କରିବାରୁ ସେମାନେ ସେଠାରୁ ଦୌଡ଼ି ପଳାଇଥିଲେ।” 

ତେବେ ଏସମ୍ପର୍କରେ ପୁଲିସ ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇନି। ସେହିପରି ଜେଡିୟୁର ଅନ୍ୟ କୌଣସି ନେତା ମଧ୍ୟ କିଛି କହି ନାହାନ୍ତି। 

Advertisment

ଗତବର୍ଷ ଏପ୍ରିଲ ଯାଏ ମୋଦି ସରକାରରେ ମନ୍ତ୍ରୀ ଭାବେ କାମ କରୁଥିବା ଉପେନ୍ଦ୍ର କୁଶୱାହା ନିକଟରେ ଜେଡିୟୁ-ଆରଜେଡି ମହାଗଠବନ୍ଧନରେ ସାମିଲ ହୋଇଥିଲେ। ଏଥିସହ ନିଜର ରାଷ୍ଟ୍ରୀୟ ଲୋକ ସମତା ପାର୍ଟିକୁ ଜେଡିୟୁରେ ଲୀନ କରିଥିଲେ। କିନ୍ତୁ ଏବେ ମହାଗଠବନ୍ଧନରେ ଆରଜେଡିର ଦବଦବା ବଢ଼ୁଥିବାରୁ ସେ ବିଦ୍ରୋହ ଘୋଷଣା କରିଛନ୍ତି। ଏପରି କି ନୀତୀଶ କୁମାର ତାଙ୍କୁ ଦଳ ଛାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ବିବାଦ ଭିତରେ ତାଙ୍କ କନଭୟ ଉପରେ ହମଲା ହୋଇଥିବା ଅଭିଯୋଗ ହୋଇଛି।

Bihar Nitish Kumar JDU