Advertisment

ନିଜ ଦଳର ସାଂସଦ ହରିବଂଶଙ୍କୁ ତୀବ୍ର ସମାଲୋଚନା କଲା ଜେଡିୟୁ

ଜେଡିୟୁର ବୟକଟ ସତ୍ତ୍ୱେ ସଂସଦର ନୂଆ ବିଲଡିଂ ଉଦଘାଟନୀ ଉତ୍ସବରେ ଦଳର ସାଂସଦ ତଥା ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଯୋଗ ଦେଇଥିଲେ।

author-image
Hemant Lenka
JDU

JDU

ଜେଡିୟୁର ବୟକଟ ସତ୍ତ୍ୱେ ସଂସଦର ନୂଆ ବିଲଡିଂ ଉଦଘାଟନୀ ଉତ୍ସବରେ ଦଳର ସାଂସଦ ତଥା ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଯୋଗ ଦେଇଥିଲେ। ହରିବଂଶଙ୍କ ଏପରି ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଛି ଜେଡିୟୁ। ଦଳର ମୁଖ୍ୟ ମୁଖପାତ୍ର ନୀରଜ କୁମାର ସୋମବାର ସର୍ବସମ୍ମୁଖରେ ହରିବଂଶଙ୍କୁ ଟାର୍ଗେଟ କରିଛନ୍ତି।

Advertisment

ସାମ୍ବାଦିକରୁ ରାଜନେତା ବନି ଜେଡିୟୁ ପକ୍ଷରୁ ରାଜ୍ୟସଭାକୁ ଯାଇଥିବା ହରିବଂଶଙ୍କୁ ନୀରଜ କୁମାର କହିଛନ୍ତି ଯେ “ସାମ୍ବାଦିକ କ୍ଷେତ୍ର ପ୍ରତି ଆପଣଙ୍କ ଅବଦାନ ପାଇଁ ଜେଡିୟୁ ଆପଣଙ୍କୁ ରାଜ୍ୟସଭା ପଟାଇଥିଲା। କିନ୍ତୁ ଯେତେବେଳେ ଦେଶର ସାମ୍ବିଧାନିକ ଗଣତନ୍ତ୍ରରେ କଳା ଇତିହାସ ଯୋଡ଼ି ହେଉଥିଲା ସେତେବେଳେ ଆପଣ ପଦ ପାଇଁ ନିଜର ଆତ୍ମସମ୍ମାନ ସହ ବୁଝାମଣା କରିନେଲେ। ଆପଣଙ୍କ ଅଧ୍ୟକ୍ଷ, ସମ୍ମାନୀୟ ଉପ ରାଷ୍ଟ୍ରପତି ମଧ୍ୟ ସେଠାରେ ଉପସ୍ଥିତ ନଥିଲେ। ତଥାପି ଆପଣ ନିଜର ଫାଇଦା ପାଇଁ ସେଠାରେ ଉପସ୍ଥିତ ରହିଥିଲେ।”

ଜେଡିୟୁ ମୁଖ୍ୟ ମୁଖପାତ୍ର କୁମାର ଆହୁରି କହିଛନ୍ତି, “ଜେଡିୟୁ ସଂସଦର ଉଦଘାଟନ ଉତ୍ସବକୁ ବୟକଟ କରିଥିବା ବେଳେ ଆପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେଣୁ ଦଳର ନେତୃବୃନ୍ଦ ଆପଣଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତା’ର ବିଚାର କରିବେ। କିନ୍ତୁ ଆପଣ ଯାହା କଲେ, ସେଭଳି କାମ ଆପଣଙ୍କ ଭଳି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ଆଶା ନଥିଲା।”

Advertisment

କ୍ରମାଗତ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାର ସଦସ୍ୟ ହୋଇଥିବା ହରିବଂଶଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ଶେଷ ହେବ। ୨୦୧୮ରୁ ସେ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ କାମ କରୁଛନ୍ତି। ସେ ତୃତୀୟ ଅଣ କଂଗ୍ରେସ ସାଂସଦ ଭାବେ ଏହି ପଦ ଅଳଙ୍କୃତ କରିଛନ୍ତି।

୬୬ ବର୍ଷୀୟ ହରିବଂଶ ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖରଙ୍କ ମିଡିଆ ପରାମର୍ଶଦାତା ଭାବେ କାମ କରୁଥିଲେ। ଏହାପୂର୍ବରୁ ସେ ଝାରଖଣ୍ଡ ଓ ବିହାରର ସବୁଠାରୁ ବଡ଼ ଖବରକାଗଜ ପ୍ରଭାବତ ଖବରର ସମ୍ପାଦକ ଥିଲେ।

JDU New Parliament Building