Advertisment

ପ୍ରକାଶ ପାଇଲା ଜେଇଇ ଆଡଭାନସ୍‌ଡ ରେଜଲ୍ଟ

ଏଥିରେ ହାଇଦ୍ରାବାଦ ଜୋନର ଭି.ସି. ରେଡ୍ଡି ଟପ୍ପର ହୋଇଛନ୍ତି ।

author-image
Niranjan Mishra
ଅଦ୍ୟତନ ହୋଇଛି
Vavilala Chidvilas Reddy with a score of 341/360 marks bagged AIR 1 while female topper Nayakanti Na

Vavilala Chidvilas Reddy with a score of 341/360 marks bagged AIR 1 while female topper Nayakanti Na

ପ୍ରକାଶ ପାଇଛି ଜେଇଇ ଆଡଭାନସଡ ରେଜଲ୍ଟ। ଏଥିରେ ୧୦୦ ପ୍ରତିଶତ ନମ୍ବର ରଖି ହାଇଦ୍ରାବାଦ ଜୋନର ଭି.ସି. ରେଡ୍ଡି ଟପ୍ପର ହୋଇଛନ୍ତି । ଯେତେବେଳେ କି ୫୬ ରାଙ୍କରେ ଥିବା ଏନ୍‌ଏନ୍‌ ଭାଭ୍ୟଶ୍ରୀ ମହିଳାଙ୍କ ବର୍ଗରେ ଟପ୍‌ର ହୋଇଛନ୍ତି। ଚଳିତବର୍ଷ ୧ ଲକ୍ଷ ୮୦ ହଜାର ୩୭୨ଜଣ ଜେଇଇ ଆଡଭାନସଡ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୩ ହଜାର ୭୭୩ ଜଣ କୃତକାର୍ଯ୍ୟ ହୋଇଛନ୍ତି।

Advertisment

ଚଳିତବର୍ଷ ୩୬ ହଜାର ୨୦୪ଜଣ ଛାତ୍ର ଓ ୭୫୦୯ଜଣ ଛାତ୍ରୀ ଜେଇଇ ଆଡଭାନସଡ୍ ପରୀକ୍ଷାରେ ସଫଳ ହୋଇଛନ୍ତି। ପରୀକ୍ଷାର୍ଥୀମାନେ www.
jeeadv.ac.inରୁ ରେଜଲ୍ଟ ଦେଖିପାରିବେ।

JEE Jee Result