Advertisment

ମନି ଲଣ୍ଡରିଂ ମାମଲାରେ ଗିରଫ ନରେଶ ଗୋୟଲ କ୍ୟାନସରରେ ଆକ୍ରାନ୍ତ

କାନାରା ବ୍ୟାଙ୍କରୁ ୫୩୮ କୋଟି ଟଙ୍କାର ଋଣ ଠକେଇ ମାମଲାରେ ବନ୍ଧା ହୋଇ ଜେଲ୍‌ରେ ଥିବା ଏହି କୋଟିପତି ଶିଳ୍ପପତି ଚିକିତ୍ସା ନିମନ୍ତେ ଜାମିନ ପାଇଁ ଅପିଲ୍‌ କରିଛନ୍ତି।

Naresh Goyal

Naresh Goyal

Advertisment

ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଜେଟ୍‌ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି। କାନାରା ବ୍ୟାଙ୍କରୁ ୫୩୮ କୋଟି ଟଙ୍କାର ଋଣ ଠକେଇ ମାମଲାରେ ବନ୍ଧା ହୋଇ ଜେଲ୍‌ରେ ଥିବା ଏହି କୋଟିପତି ଶିଳ୍ପପତି ଚିକିତ୍ସା ନିମନ୍ତେ ଜାମିନ ପାଇଁ ଅପିଲ୍‌ କରିଛନ୍ତି।

Advertisment

ଗିରଫ ହେବା ପରଠୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଥିବା ନରେଶ ଗୋୟଲ ବ୍ୟକ୍ତିଗତ ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହେବା ନିମନ୍ତେ କୋର୍ଟଙ୍କ ନିକଟରେ ଅପିଲ୍‌ କରିଥିଲେ। ଏଥିନିମନ୍ତେ ଗୋୟଲଙ୍କୁ ଗତ ମାସ ଅନୁମତି ପ୍ରଦାନ କରାଯାଇଥିବା ବେଳେ ଘରୋଇ ଡାକ୍ତରଙ୍କ ଦ୍ୱାରା ଡାକ୍ତର ବିଭିନ୍ନ ପରୀକ୍ଷା କରାଯାଇଥିଲା। ଏହି ରିପୋର୍ଟ ଆସିବା ପରେ ଗୋୟଲ କ୍ୟାନସରରେ ପୀଡ଼ିତ ହୋଇଥିବା ନେଇ କୋର୍ଟଙ୍କୁ ଅବଗତ କରାଯାଇଛି

ଏହାର ସତ୍ୟତା ଯାଞ୍ଚ କରିବାକୁ କୋର୍ଟ ଏକ ମେଡିକାଲ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଜ ଆବେଦନରେ ଗୋୟଲ କହିଛନ୍ତି, ଘରୋଇ ଡାକ୍ତରଙ୍କ ଦ୍ୱାରା ହୋଇଥିବା ପରୀକ୍ଷାନିରୀକ୍ଷାରୁ ଏହି ଘାତକ ବେମାର ସମ୍ପର୍କରେ ଜଣାପଡ଼ିଛି। ଏଥିନିମନ୍ତେ ତୁରନ୍ତ ଅସ୍ତ୍ରୋପଚାର ଓ କେମୋ ଥେରାପି ଆବଶ୍ୟକ ଥିବା ଡାକ୍ତର ପରାମର୍ଶ ଦେଇଛନ୍ତି। ତେଣୁ ଏହାର ଉନ୍ନତ ଚିକିତ୍ସା ନିମନ୍ତେ ସେ ଜାମିନ ପାଇଁ ଆବେଦନ କରିଛନ୍ତି।

Advertisment

ଏହି ପରିପ୍ରେକ୍ଷୀରେ କୋର୍ଟ ଇଡିର ପକ୍ଷ ମଧ୍ୟ ଜାଣିବାକୁ ଚାହିଁଛନ୍ତି। ଗୋୟଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଜେଜେ ହସ୍ପିଟାଲର ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍‌ ଗଠିତ କରାଯାଉ । ଉକ୍ତ ଟିମ୍‌ ଗୋୟଲଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ମେଡିକାଲ ରିପୋର୍ଟ କୋର୍ଟରେ ଦାଖଲ କରିବ। ଉକ୍ତ ରିପୋର୍ଟ ଅନୁଯାୟୀ, ଇଡି ନିଜ ପକ୍ଷ ରଖିବ ବୋଲି ସ୍ପଷ୍ଟ କରିଛି।

ଇଡିର ଅନୁରୋଧ କ୍ରମେ ଏକ ମେଡିକାଲ ବୋର୍ଡ ଗଠନ କରି ଗୋୟଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଜେଜେ ହସ୍ପିଟାଲକୁ କୁହାଯାଇଛି। ଏଥିସହ ଫାଇନାଲ୍‌ ରିପୋର୍ଟ ଆସନ୍ତା ୨୦ ତାରିଖ ସୁଦ୍ଧା କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ତୁରନ୍ତ ଏହି ମେଡିକାଲ ପ୍ରକ୍ରିୟା ସାରି ନିଷ୍ପତ୍ତି ଶୁଣାଇବାକୁ ଗୋୟଲଙ୍କ ଓକିଲ ଅନୁରୋଧ କରିଛନ୍ତି । ନଚେତ ଏହି ପ୍ରକ୍ରିୟା ବିଳମ୍ବ ହେଲେ ଚିକିତ୍ସା ସୁବିଧା ନ ପାଇ ଗୋୟଲଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇ ପାରେ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି।

 ପ୍ରାୟ ୨୫ ବର୍ଷ କାଳ ବିମାଳ ଚଳାଚଳ କରିବା ପରେ ଜେଟ୍‌ ଏୟାରୱେଜ୍ ବ୍ୟବସାୟରେ ବହୁତ ଆର୍ଥିକ କ୍ଷତି ସହିଥିଲା । ଏହାପରେ ୨୦୧୯ ମସିହାଠାରୁ ଏହି କମ୍ପାନୀ ବିମାନ ସେବା ବନ୍ଦ କରି ସାରିଛି । ୭୪ ବର୍ଷୀୟ ଗୋୟଲଙ୍କୁ ମନି ଲଣ୍ଡରିଂ ମାମଲା ତଥା ଅପରାଧିକ ଷଡଯନ୍ତ୍ର, ଅପରାଧିକ ଅର୍ଥ ହେରଫେର ଓ ଅପରାଧିକ ଦୁର୍ନୀତି ମାମଲାରେ ଗତ ବର୍ଷ ସେପ୍ଟେମ୍ବରରେ ଗିରଫ କରାଯାଇଥିଲା।

Cancer Naresh Goyal Jet Airways
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe