Advertisment

କ୍ୟାନସର ସହ ଲଢ଼ୁଥିଲେ, ଆଖି ବୁଜିଦେଲେ ନରେଶ ଗୋଏଲଙ୍କ ପତ୍ନୀ

ଅନୀତା ଗୋଏଲ୍‌ ଦୀର୍ଘ ଦିନ ହେଲା କ୍ୟାନସରରେ ପୀଡ଼ିତ ଥିବା ବେଳେ ଆଜି ଭୋର ୩ଟାରେ ଆଖି ବୁଜିଛନ୍ତି। ପତ୍ନୀଙ୍କ ଶେଷ ସମୟରେ ନରେଶ ଗୋଏଲ୍‌ ତାଙ୍କ ନିକଟରେ ଥିଲେ।

author-image
Niharika Rout
naresh-goyal & wife-anita-goyal

naresh-goyal & wife-anita-goyal

ଜେଟ୍‌ ଏୟାରଓ୍ୱେଜ୍‌ ମାଲିକ ନରେଶ ଗୋଏଲ୍‌ଙ୍କ ପତ୍ନୀ ଅନୀତା ଗୋଏଲ୍‌ଙ୍କ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ଦିନ ହେଲା କ୍ୟାନସରରେ ପୀଡ଼ିତ ଥିବା ବେଳେ ଆଜି ଭୋର ୩ଟାରେ ଆଖି ବୁଜିଛନ୍ତି। ପତ୍ନୀଙ୍କ ଶେଷ ସମୟରେ ନରେଶ ଗୋଏଲ୍‌ ତାଙ୍କ ନିକଟରେ ଥିଲେ। ଅନିତାଙ୍କ ଗୋଏଲଙ୍କ ଶେଷକୃତ୍ୟ ଆଜି ମୁମ୍ବାଇରେ ସମ୍ପନ୍ନ ହେବ । ନରେଶ ଓ ଅନିତା ଗୋଏଲଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

Advertisment

ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ନରେଶ ଗୋଏଲ୍‌ ପତ୍ନୀଙ୍କ ଅସୁସ୍ଥତା ହେତୁ ଦୁଇ ମାସ ପାଇଁ ଅନ୍ତରୀଣ ଜାମିନରେ ମୁକୁଳିଛନ୍ତି। ବମ୍ବେ ହାଇକୋର୍ଟ ତାଙ୍କୁ ଏହି ଜାମିନ ମଞ୍ଜୁର କରିଛନ୍ତି।

ପତ୍ନୀ ଅନିତା କ୍ୟାନ୍‌ସରରେ ପୀଡିତ ଥିବା ଦର୍ଶାଇ ସ୍ୱାସ୍ଥ୍ୟଗତ ଓ ମାନବିକତା ଆଧାରରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ ନରେଶ। ପତ୍ନୀଙ୍କ ପାଖରେ ଖୁବ୍‌ କମ୍‌ ସମୟ ଥିବାରୁ ସେ ତାଙ୍କ ନିକଟରେ ଉପସ୍ଥିତ ରହିବାକୁ କୋର୍ଟଙ୍କୁ ଗୁହାରୀ କରିଥିଲେ। ଏହାପରେ ବିଭିନ୍ନ ସର୍ତ୍ତ ସହ କୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲେ । ମୁମ୍ବାଇ ବାହାରକୁ ନ ଯିବା ଲାଗି ତଥା କୋର୍ଟରେ ପାସପୋର୍ଟ ଜମା କରିବା ସର୍ତ୍ତରେ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି। ନରେଶ ଗୋଏଲ୍‌ ନିଜେ ମଧ୍ୟ କ୍ୟାନ୍‌ସର୍‌ରେ ପୀଡିତ ଅଛନ୍ତି।

Advertisment

ପ୍ରାୟ ୨୫ ବର୍ଷ କାଳ ବିମାଳ ଚଳାଚଳ କରିବା ପରେ ଜେଟ୍‌ ଏୟାରୱେଜ୍ ବ୍ୟବସାୟରେ ବହୁତ ଆର୍ଥିକ କ୍ଷତି ସହିଥିଲା । ଏହାପରେ ୨୦୧୯ ମସିହାଠାରୁ ଏହି କମ୍ପାନୀ ବିମାନ ସେବା ବନ୍ଦ କରି ଦେଇଥିଲା ।

କାନାରା ବ୍ୟାଙ୍କ ଜେଟ୍‌ ଏୟାରଓ୍ୱେଜ୍‌କୁ ଲୋନ୍‌ ରୂପେ ୫୩୮.୬୨ କୋଟି ଟଙ୍କା ଦେଇଥିଲା। ଏଥିରେ ହେରଫେର କରିବା ଅଭିଯୋଗରେ ଗତବର୍ଷ ସେପ୍ଟେମ୍ବରରେ ଇଡି ନରେଶ ଗୋଏଲ୍‌ଙ୍କୁ ଗିରଫ କରିଥିଲା।

ଏହି ମାମଲାରେ ଇଡି ଚାର୍ଜସିଟ୍‌ ଦାଖଲ କରିବା ପରେ ନଭେମ୍ବର ମାସରେ ନରେଶ ଗୋଏଲଙ୍କ ପତ୍ନୀ ଅନୀତା ଗୋଏଲଙ୍କୁ ଗିରଫ କରାଯାଇଥିଲା। ତେବେ ତାଙ୍କ ବୟସ ଓ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର କୋର୍ଟ ସେହିଦିନ ହିଁ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।

Mumbai Jet Airways Naresh Goyal