Advertisment

ମନ୍ତ୍ରୀଙ୍କ PSଙ୍କ ଘରୋଇ ସହାୟକଙ୍କ ଘରୁ ୩୫ କୋଟି ଜବତ, ବନ୍ଧା ହେଲେ ୨ ଜଣ

ଗତକାଲି ବିଳମ୍ବିତ ରାତିରେ ସରିଲା ଟଙ୍କା ଗଣା। ଘରୋଇ ସହାୟକଙ୍କ ଘରୁ ବାହାରିଛି ସମୁଦାୟ ୩୫ କୋଟି ୨୩ ଲକ୍ଷ ଟଙ୍କା । ଏହି ଘଟଣାରେ ମନ୍ତ୍ରୀଙ୍କ PS ସଞ୍ଜୀବ ଲାଲ ଓ ତାଙ୍କ ଘରୋଇ ସହାୟକ ଜହାଙ୍ଗିର ଆଲମଙ୍କୁ ଗିରଫ କରାଯାଇଛି।

Money Seized

Money Seized

Advertisment

ଗତକାଲି ସକାଳୁ ଆରମ୍ଭ ହୋଇଥିବା ଚଢ଼ାଉ ରାତି ଅଧରେ ସରିଲା। ମନ୍ତ୍ରୀଙ୍କ PSଙ୍କ ଘରୋଇ ସହାୟକଙ୍କ ଘରୁ ବାହାରିଲା ଟଙ୍କା ପାହାଡ। ନୋଟ୍‌ ଗଣି ଗଣି ଇଡି ଅଧିକାରୀ ହାଲିଆ ହେବା ପରେ ଶେଷରେ ମେଶିନକୁ ନିୟୋଜିତ କରାଗଲା। ଆଉ ଗତକାଲି ବିଳମ୍ବିତ ରାତିରେ ସରିଲା ଟଙ୍କା ଗଣା। ଘରୋଇ ସହାୟକଙ୍କ ଘରୁ ବାହାରିଛି ସମୁଦାୟ ୩୫ କୋଟି ୨୩ ଲକ୍ଷ ଟଙ୍କା । ଏପରି ଏକ ଘଟଣା ଝାଡ଼ଖଣ୍ଡରେ ସାମନାକୁ ଆସିଥିବା ବେଳେ ଏହାକୁ ନେଇ ଏବେ ସମଗ୍ର ଦେଶରେ ଚର୍ଚ୍ଚା ଚାଲିଛି। 

Advertisment

ଏହି ଘଟଣାରେ ମନ୍ତ୍ରୀଙ୍କ PS ସଞ୍ଜୀବ ଲାଲ ଓ ତାଙ୍କ ଘରୋଇ ସହାୟକ ଜହାଙ୍ଗିର ଆଲମଙ୍କୁ ଗିରଫ କରାଯାଇଛି। ଉଭୟଙ୍କୁ ଗତକାଲି ରାତି ସାରା ପଚରାଉଚରା ପରେ ଗିରଫ କରାଯାଇଛି।

ଝାଡ଼ଖଣ୍ଡର ଗ୍ରାମୀଣ ବିକାଶ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲମଗିରି ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକ ଘରୁ ମିଳିଲା ମୋଟ ୩୫ କୋଟି ୨୩ ଲକ୍ଷ ଟଙ୍କା । ଗତକାଲି ପ୍ରାୟ ୬ଟି ସ୍ଥାନରେ ଚଢ଼ାଉ ଚାଲିଥିବା ବେଳେ ଷ୍ଟିଲ ଟ୍ରଙ୍କରେ ଭର୍ତ୍ତି ଟଙ୍କାକୁ କଡ଼ା ସୁରକ୍ଷା ବଳୟରେ ନେଇଯାଇଛି ଇଡି।

Advertisment

କଂଗ୍ରେସ ନେତା ତଥା ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲମଗିର ଆଲମଙ୍କ ପର୍ସନାଲ ସେକ୍ରେଟାରୀ ସଚିବ ସଂଜୀବ ଲାଲଙ୍କ ଘରୋଇ ସହାୟକ ଜାହାଙ୍ଗିରଙ୍କ ଘରେ ନୋଟ୍‌ର ପାହାଡ଼ ଦେଖି ତାଜୁବ ହୋଇଯାଇଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ। ୧୨ ଘଣ୍ଟାରୁ ଅଧିକ ସମୟ ଧରି ୬ଟି ଟଙ୍କା ଗଣା ମେଶିନରେ ଚାଲିଥିଲା ଟଙ୍କା ଗଣା। ଶେଷରେ ଗତକାଲି ବିଳମ୍ବିତ ରାତିରେ ଟଙ୍କା ଗଣା ସରିଥିବା ବେଳେ ସେଠାରୁ ମୋଟ ୩୫ କୋଟି ୨୩ ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାଯାଇଛି।

ଏହି ଟଙ୍କାକୁ ଷ୍ଟିଲ ଟ୍ରଙ୍କରେ ରଖି ଗତରାତିରେ ହିଁ ସୁରକ୍ଷିତ ସ୍ଥାନକୁ ନେଇଛନ୍ତି ଇଡି ଅଧିକାରୀ । ରାଞ୍ଚିର ଆହୁରି ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ନିର୍ବାଚନ ବେଳେ କେଉଁଠୁ ପୁଳା ପୁଳା ନୋଟ୍ ଆସିଲା, ତାର ରହସ୍ୟ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଗତବର୍ଷ ଫେବୃୟାରୀରେ ଆଲମଗିର ମନନ୍ତ୍ରୀ ଥିବା ଗ୍ରାମ୍ୟ ଉନ୍ନୟନ ଚିଫ୍ ଇଂଜିନିୟର ବୀରେନ୍ଦ୍ର ରାମଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ଗିରଫ କରିଥିଲା ଇଡି । କେତେକ ଯୋଜନାର ପ୍ରଣୟନ ବେଳେ ଆର୍ଥିକ ଅନିୟମିତତା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ତେବେ ଏହି ମାମଲାର ଖୋଳତାଡ଼ କରୁ କରୁ କୌଣସି ସୂତ୍ରରୁ ସୁରାଗ୍ ପାଇ ଗତକାଲି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରୋଇ ସହାୟକଙ୍କ ଘର ସମେତ ରାଞ୍ଚିର ୬ଟି ସ୍ଥାନରେ ରେଡ୍ ହୋଇଥିଲା ।

ED Raid Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe