Advertisment

ଝାଡ଼ଖଣ୍ଡରେ କାଣ୍ଟେକା ଟକ୍କର: ଆଗରେ JMM, ପଛରେ ପଡ଼ିଲା ବିଜେପି

୪୩ଟି ଆସନରେ ଜେଏମଏମ ମିଳିତ ମଞ୍ଚ ଆଗୁଆ ରହିଛି। ସେହିପରି ବିଜେପି ମେଣ୍ଟ ୨୭ଟି ଆସନରେ ରହିଛି।

Hemant Soren

Hemant Soren

Advertisment

ଛାଡ଼ଖଣ୍ଡରେ ଚାଲିଛି ନେକ୍ ଟୁ ନେକ୍‌ ଫାଇଟ୍‌। ବିଜେପି ଓ ଜେଏମ୍‌ଏମ୍‌ ମଧ୍ୟରେ ଚାଲିଛି କାଣ୍ଟେକା ଟକ୍କର। ବିଧାନସଭା ନିର୍ବାଚନ ଭୋଟ୍‌ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ହେମନ୍ତ ସୋରେନ୍‌ଙ୍କ ଜେଏମ୍‌ଏମ୍‌ ମ୍ୟାଜିକ୍ ନମ୍ବର ପାର୍‌ କରିଛି। ୮୧ଟି ମଧ୍ୟରୁ ୭୨ଟି ଆସନର ଟ୍ରେଣ୍ଡ ଅନୁଯାୟୀ ୪୩ଟି ଆସନରେ ଜେଏମଏମ ମିଳିତ ମଞ୍ଚ ଆଗୁଆ ରହିଛି। ସେହିପରି ବିଜେପି ମେଣ୍ଟ ୨୭ଟି ଆସନରେ ଏବଂ ଅନ୍ୟାନ୍ୟ ୨ ସିଟ୍‌ରେ ଆଗୁଆ ରହିଛି।

Advertisment

ଝାଡଖଣ୍ଡରେ ୨ଟି ପଯ୍ୟାୟରେ ହୋଇଥିଲା ମତଦାନ। ବର୍ତ୍ତମାନ ପୋଷ୍ଟାଲ ବାଲାଟ ଖୋଲିବା ପରେ ପ୍ରାରମ୍ଭିକ ଟ୍ରେଣ୍ଡ ଆରମ୍ଭ ହୋଇସାରିଛି। ଆଉ ଏଥିସହ ଧୀରେ ଧୀରେ ଏହାର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ଚିତ୍ର ସ୍ପଷ୍ଟ ହେବା ପରେ ଜଣାପଡିବ କିଏ ଜିତିବ ଜନତାଙ୍କ ହୃଦୟ ଓ କିଏ ମାରିବ ବାଜି।

ଝାଡଖଣ୍ଡ ବିଧାନସଭାରେ ସମସ୍ତ ୮୧ଟି ଆସନରେ ହୋଇଥିଲା ନିର୍ବାଚନ। ନଭେମ୍ବର ୧୩ ତାରିଖରେ ପ୍ରଥମ ମତଦାନ ହୋଇଥିବା ବେଳେ ନଭେମ୍ବର ୨୦ରେ ଦ୍ୱିତୀୟ ମତଦାନ ହୋଇଥିଲା।

Advertisment
Jharkhand Election Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe