Advertisment

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଦିନିକିଆ ଶୋକ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରତନ ଟାଟାଙ୍କ ଅନ୍ତିମ ସଂସ୍କାର କରିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Ratan Tata

Ratan Tata

ଆଉ ନାହାନ୍ତି ଭାରତର ରତ୍ନ ତଥା ବିଶିଷ୍ଟ ଶିଳ୍ପପତି ରତନ ଟାଟା। ତାଙ୍କ ବିୟୋଗରେ ଦିନିକିଆ ଛୁଟି ଘୋଷଣା ହୋଇଛି। ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଦିନିକିଆ ଶୋକ ଘୋଷଣା କରିଛନ୍ତି ଉଭୟ ରାଜ୍ୟର ସରକାର।

Advertisment

ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଦିନିକିଆ ଛୁଟି ଘୋଷଣା ହୋଇଛି। ଆଜି ସମସ୍ତ ସ୍କୁଲ କଲେଜ ବନ୍ଦ ରଖାଯାଇଛି। ଝାଡ଼ଖଣ୍ଡ ସହ ଟାଟାଙ୍କ ଥିଲା ବିଶେଷ ସମ୍ପର୍କ। ଜାମସେଦପୁରରୁ ଆରମ୍ଭ ହୋଇଥିଲା ଟାଟା ଗ୍ରୁପର ଯାତ୍ରା। ସେହିପରି ମୁମ୍ବାଇ ହେଉଛି ରତନ ଟାଟାଙ୍କ ହୋମ୍ ଟାଉନ୍। ତେଣୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୁରୁବାର ଦିନ ଦିନିକିଆ ଶୋକ ଘୋଷଣା କରିଛନ୍ତି। ରତନ ଟାଟାଙ୍କ ସମ୍ମାନାର୍ଥେ ଏହି ଦୁଇ ରାଜ୍ୟ ଶୋକ ପାଳନ କରୁଛି।

ମହାରାଷ୍ଟ୍ରରେ ସବୁ ସରକାରୀ କୋଠାରେ ଅର୍ଧନିମିତ ରହିବ ଜାତୀୟ ପତାକା। ସେହିପରି ଆଜି କୌଣସି ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହେବ ନାହିଁ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରତନ ଟାଟାଙ୍କ ଅନ୍ତିମ ସଂସ୍କାର କରିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏହାପୂର୍ବରୁ ଏକନାଥ ସିନ୍ଦେ ଟ୍ୱିଟ୍‌ କରି କହିଥିଲେ, 'ଅମୂଲ୍ୟ ରତ୍ନ ଆଉ ନାହିଁ। ଭାରତର କୋହିନୂର ଆଉ ନାହାଁନ୍ତି, ସେ ଆମଠାରୁ ଅଲଗା ହୋଇଯାଇଛନ୍ତି। ଦୁଃଖର ବିଷୟ ଯେ ରତନ ଟାଟା ଆମ ଗହଣରେ ଆଉ ନାହାଁନ୍ତି। ସେ ମହାରାଷ୍ଟ୍ରର ଓ ଭାରତର ଗର୍ବ ଥିଲେ। ତାଙ୍କୁ ଦେଖି ଲୋକଙ୍କ ମଧ୍ୟରେ ଶକ୍ତି ଏବଂ ପ୍ରେରଣା ଆସୁଥିଲା। ସେ ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଗୋଡରେ ଠିଆ ହେବା ପାଇଁ ସାହାଯ୍ୟ କରିଛନ୍ତି। ମୁଁ ମହାରାଷ୍ଟ୍ର ସରକାର ଓ ଜନତାଙ୍କ ତରଫୁର ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି।'

ସେପଟେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ରତନ ଟାଟା ଦେଶର ଅମୂଲ୍ୟ ରତ୍ନ। ସେ ଶିଳ୍ପ ତଥା ସାମାଜସେବା ତଥା ପରୋପକାର କ୍ଷେତ୍ରରେ ଦେଶ ତଥା ବିଶ୍ୱରେ ଏକ ଅବିସ୍ମରଣୀୟ ଛାପ ଛାଡି ଯାଇଛନ୍ତି, ଯାହାକୁ କେବେ ବି ଭୁଲି ହେବ ନାହିଁ। ସେ ଜଣେ ପ୍ରକୃତ ରାଷ୍ଟ୍ରବାଦୀ ଥିଲେ। ତାଙ୍କ ଜୀବନ ସଫଳତାରେ ପରିପୂର୍ଣ୍ଣ ଥିଲା। ରତନ ଟାଟା ପ୍ରତ୍ୟେକ ଦେଶବାସୀଙ୍କ ହୃଦୟରେ ରାଜ କରୁଥିଲେ। ତାଙ୍କର ଦେହାନ୍ତ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ହେମନ୍ତ ସୋରେନ୍‌ ଟ୍ୱିଟ୍‌ କରି କହିଛନ୍ତି।

Maharashtra Jharkhand Ratan Tata Passed Away