Advertisment

ଝାଡ଼ଖଣ୍ଡ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଭିଡିଓ ଭାଇରାଲ, ଘେରିଲା ବିଜେପି

ଝାଡ଼ଖଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରୀ ବନ୍ନା ଗୁପ୍ତା ଜଣେ ମହିଳାଙ୍କ ସହ ଭିଡିଓ ଚାର୍ଟ ବେଳେ ଅଶ୍ଳୀଳ କଥା ହେଉଥିବାର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବିଜେପି ରାଜନୀତି କରୁଥିବା ବେଳେ ଏହାକୁ ସିଧାସଳଖ ମନା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

author-image
Niharika Rout
minister

minister

ଝାଡ଼ଖଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରୀ ବନ୍ନା ଗୁପ୍ତାଙ୍କ ଭିଡିଓ ଚାର୍ଟକୁ ନେଇ ଏବେ ଘନେଇଛି ରାଜନୀତି। ଏହି ଭିଡିଓ ପାଇଁ ବିଜେପି କଂଗ୍ରେସ ମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିବା ବେଳେ ଏହା ଏକ ଷଡଯନ୍ତ୍ର ବୋଲି ଖୋଦ କହିଛନ୍ତି ମନ୍ତ୍ରୀ।

Advertisment

ବନ୍ନା ଗୁପ୍ତା ଜଣେ ମହିଳାଙ୍କ ସହ ଭିଡିଓ ଚାର୍ଟ ବେଳେ ଅଶ୍ଳୀଳ କଥା ହେଉଥିବାର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବିଜେପି ରାଜନୀତି କରୁଥିବା ବେଳେ ଏହାକୁ ସିଧାସଳଖ ମନା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

ନିଜ ସଫେଇରେ ବନ୍ନା ଗୁପ୍ତା ଏହାକୁ ନକଲି ବୋଲି କହିବା ସହ ଭିଡିଓକୁ ଏଡିଟିଂ କରାଯାଇଥିବା କହିଛନ୍ତି। ରାଜନୈତିକ ବିରୋଧୀମାନେ ଛବି ଖରାପ କରିବାକୁ ଏପରି କରିଥିବା ସେ ଅଭିଯୋଗ ଆଣିଛନ୍ତି। ଏହା ମୋ’ ବିରୋଧରେ ଏକ ଷଢଯନ୍ତ୍ର ହୋଇଥିବା ବେଳେ ଏହା ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଛି ବୋଲି ସେ କହିଛନ୍ତି।

Advertisment

ଏନେଇ ସେ କହିଛନ୍ତି, ମୁଁ ଏ ବିଷୟରେ ମାମଲା ରୁଜୁ କରିଛି। ପୁଲିସ୍‌ ଖୁବ୍‌ ଶୀଘ୍ର ତଦନ୍ତ ଆରମ୍ଭ କରିବ । ଯେଉଁମାନେ ମୋତେ ଫସାଇବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ।

ଏହା ପୂର୍ବରୁ ବିଜେପି ନେତା ନିଶାକାନ୍ତ ଦୁବେ ନିଜ ଟ୍ୱିଟର ହ୍ୟାଣ୍ଡେଲରରେ ୧୯ ସେକେଣ୍ଡର କ୍ଲିପ୍‌ ପୋଷ୍ଟ କରି ଲେଖିଛନ୍ତି, ଏହା କଂଗ୍ରେସ ନେତାଙ୍କ ଚରିତ୍ର । ମହିଳାଙ୍କ ଇଜ୍ଜତ ସହ ଖେଳିବା, ତାଙ୍କ ପାଇଁ ସାଧାରଣ କଥା । ହେଲେ ଗାନ୍ଧି ପରିବାର ନଜରକୁ ଏହା ଆସି ପାରୁ ନ ଥିବା ବେଳେ ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣ। । ଏହାର ଏକ ଭିଡିଓ କ୍ଲିପ ମୋ ପାଖରେ ଥିବା ନେତେଜଣକ କହିଛନ୍ତି। ଏନେଇ କଂଗ୍ରେସର କାହାର ପ୍ରତିକ୍ରିୟା ମିଳିପାରିନି। ଏଡା ସତ୍ୟ ବୋଲି ପ୍ରମାଣିତ ହେଲେ କଂଗ୍ରେସ ପାଇଁ ଏହା ଲଜ୍ଜାଜନକ ବିଷୟ ବୋଲି ସେ କହିଛନ୍ତି ।

Viral Video Health Minister Jharkhand