Advertisment

୧୪ ବର୍ଷିୟ ନାବାଳିକା ଉପରେ ଅକଥନୀୟ ଅତ୍ୟାଚାର

ପଞ୍ଚାବର ଗୁରୁଗ୍ରାମ ନିୟୁ କଲୋନୀରୁ ଆସିଛି ଏଭଳି ହୃଦୟବିଦାରକ ଘଟଣା।

ଅଦ୍ୟତନ ହୋଇଛି
The minor girl

The minor girl

Advertisment

ଜଣେ ୧୪ ବର୍ଷିୟ ନାବାଳିକାଙ୍କୁ ଘରେ ବିଭିନ୍ନ କାମ କରିବାକୁ ରଖି ଅକଥନୀୟ ଶାରୀରିକକ ଓ ମାନସିକ ନିର୍ଯାତନା ଦେଇଛନ୍ତି ଦମ୍ପତି। ପଞ୍ଚାବର ଗୁରୁଗ୍ରାମ ନିୟୁ କଲୋନୀରୁ ଆସିଛି ଏଭଳି ହୃଦୟବିଦାରକ ଘଟଣା। ଗୁରୁଗ୍ରାମ ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ସମ୍ପୃକ୍ତ ଦମ୍ପତିଙ୍କୁ ଗିରଫ କରିଛି। ଏହି ଦମ୍ପତି ତାଙ୍କ ଶିଶୁର ଯତ୍ନ ନେବା ନିମନ୍ତେ ପୀଡିତା ନାବାଳିକାଙ୍କୁ ଆଣି ଘରେ ରଖିଥିଲେ।

Advertisment

ମଙ୍ଗଳବାର ପ୍ରଶାସନ ଓ ପୁଲିସର ଏକ ଯୁଗ୍ମ ଟିମ୍ ଏହି ପୀଡ଼ିତ ନାବାଳିକାଙ୍କୁ ଉଦ୍ଧାର କରିବା ପରେ ଶଖୀ ଆଶ୍ରୟସ୍ଥଳକୁ ଆଣିଥିଲେ। ପୀଡିତା ନାବାଳିକାଙ୍କ ଘର ଝାରଖଣ୍ଡ ରାଞ୍ଚିର ବୋଲି ଜଣାପଡ଼ିଛି। ତାଙ୍କ ଶରୀରର ପାଟି, ହାତ, ଗୋଡ଼ ପ୍ରଭୃତି ବିଭିନ୍ନ ସ୍ଥାନରେ କଟା ଓ ଚେଙ୍କ ଚିହ୍ନ ଦେଖିବାକୁ ମିଳିଛି।

ଅଭିଯୁକ୍ତ ଦମ୍ପତି ଏକ ଘରୋଇ କମ୍ପାନୀରେ କାମ କରନ୍ତି। ୫ ମାସ ତଳେ ଏକ ପ୍ଲେସମେଣ୍ଟ ଏଜେନ୍ସି ଜରିଆରେ ଏହି ନାବାଳିକାଙ୍କୁ ଘର କାମ କରାଇବାକୁ ଆଣିଥିଲେ। ନାବଳିକାକୁ ଆଣିବା ପରେ ଦମ୍ପତି ତାଙ୍କ ସାଢ଼େ ୩ ବର୍ଷର ଶିଶୁର ଯତ୍ନ ନେବା କାମରେ ଲଗାଇ ଥିଲେ। ଏହି ସମୟରେ ପୀଡ଼ିତା ନାବାଳିକାଙ୍କୁ ସେମାନେ ପ୍ରତ୍ୟେକ ଦିନ ବିଭିନ୍ନ କାମ କରାଇବାକୁ ବାଧ୍ୟ କରି ମାଡ଼ ମାରୁଥିଲେ। ଖାଇବା ପିଇବା ନ ଦେବା ସହ ରାତିରେ ବାହାରେ ଛାଡ଼ି ଦେଉଥିଲେ। ଖାଦ୍ୟ ଦିଆଯାଉ ନ ଥିବାରୁ ପୀଡ଼ିତା ନାବାଳିକା ଡଷ୍ଟବିନ୍‌ରୁ ଖାଦ୍ୟ ଖୋଜି ଖାଉଥିବା ଉଦ୍ଧାରକାରୀ ଟିମ୍‌କୁ ପ୍ରକାଶ କରିଛି।

Advertisment

ଏଭଳି ଅକଥନୀୟ ଅତ୍ୟାଚାର ଯୋଗୁ ନାବାଳିକା ଜଣକ ଗୁରୁତର ହୋଇ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେପଟେ ଏନେଇ ମାମଲା କରାଯାଇଥିବା ବେଳେ ଅଭିଯୁକ୍ତ ଦମ୍ପତିଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ନିୟୁ କଲୋନୀ ପୁଲିସ ଷ୍ଟେସନ ପକ୍ଷରୁ କୁହାଯାଇଥିବା ପିଟିଆଇ ସୂତ୍ରରୁ ଜଣାପଡ଼ିଛି।

Child Trafficking
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe