Advertisment

ବିଜେପି ହାତର କାଠ କଣ୍ଢେଇ ନିର୍ବାଚନ କମିଶନ, ବର୍ଷିଲା ଜେଏମ୍‌ଏମ୍‌

ବିଜେପିର ବୈଠକ ଓ ନିର୍ବାଚନ କମିଶନରଙ୍କ ତାରିଖ ଘୋଷଣା ସମୟକୁ ନେଇ ଏବେ ପ୍ରଶ୍ନ ଉଠାଇଛି ଝାଡ଼ଖଣ୍ଡର ଶାସକ ଦଳ।

author-image
Madhupriya Mistry
Hemant Soren

Hemant Soren

ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଛି। ଅପରାହ୍ଣ ୩ଟା ୩୦ରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ। ତେବେ ଏହାକୁ ନେଇ ଏବେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନିର୍ବାଚନ ଆୟୋଗକୁ ଟାର୍ଗେଟ କରିଛି।

Advertisment

ପୂର୍ବରୁ ବିଜେପି ନେତାମାନେ ନିର୍ବାଚନ ଆୟୋଗ ଆଜି ତାରିଖ ଘୋଷଣା କରିବା କଥା ଜାଣିଥିଲେ ବୋଲି ଜେଏମ୍‌ଏମ୍‌ ନେତା ମନୋଜ ପାଣ୍ଡେ ଅଭିଯୋଗ ଆଣିଛନ୍ତି। ଏଥିସହ ସେ ନିର୍ବାଚନ ଆୟୋଗଙ୍କୁ ବିଜେପି ହାତର କାଠ କଣ୍ଢେଇ କହି ଟାର୍ଗେଟ୍‌ କରିଛନ୍ତି।

ଗତକାଲି ବିଜେପିର ଶୀର୍ଷ ନେତୃତ୍ୱ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ବିଳମ୍ବିତ ରାତି ଯାଏ ବୈଠକ କରିଥିଲେ। ଆଉ ଏହି ବୈଠକରେ ନିର୍ବାଚନ ସଂକ୍ରାନ୍ତୀୟ ରଣନୀତି ପ୍ରସ୍ତୁତି ହୋଇଛି। ଗତକାଲି ସକାଳେ ପ୍ରଥମେ ସୂଚନା ମିଳିଥିଲା ଯେ, ଅପରାହ୍ଣରେ ନିର୍ବାଚାନ କମିଶନର ଏହି ଦୁଇ ରାଜ୍ୟ ପାଇଁ ତାରିଖ ଘୋଷଣା କରିପାରନ୍ତି। କିନ୍ତୁ ବିଜେପିର ବୈଠକ ଶେଷ ହେବା ପରେ ପରେ ନିର୍ବାଚନ କମିଶନର ଆଜି ଅପରାହ୍ଣ ୩ଟା ୩୦ରେ ତାରିଖ ଘୋଷଣା କରିବାକୁ ଯାଉଛନ୍ତି। ବିଜେପିର ବୈଠକ ଓ ନିର୍ବାଚନ କମିଶନରଙ୍କ ତାରିଖ ଘୋଷଣା ସମୟକୁ ନେଇ ଏବେ ପ୍ରଶ୍ନ ଉଠାଇଛି ଝାଡ଼ଖଣ୍ଡର ଶାସକ ଦଳ।

Advertisment

ମନୋଜ ପାଣ୍ଡେ କହିଛନ୍ତି, 'ଆମେ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ। କିନ୍ତୁ ଆଜି ନିର୍ବାଚନ ଘୋଷଣା ହେବାକୁ ଯାଉଛି ଏବଂ ଗତକାଲି ବିଜେପି ନେତାମାନେ ଏହି ବିଷୟରେ ଜାଣିଥିଲେ। ଏହା ଏକ ଗୁରୁତର ବିଷୟ। ବିଜେପି ନେତାଙ୍କ ଇସାରାରେ ନିର୍ବାଚନ କମିଶନ କାମ କରନ୍ତି କି? ଗତକାଲି ହିମନ୍ତ ବିଶ୍ୱ ଶର୍ମା ଆଜି ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଛି ବୋଲି ଏକ ବୟାନରେ କହିଥିଲେ। କୌଣସି କମିଶନଙ୍କୁ ଏହିପରି କାଠକଣ୍ଢେଇ କରି ରଖିବା ଏକ ଗୁରୁତର ବିଷୟ ବୋଲି ସେ କହିଛନ୍ତି।

କହିରଖୁ ଯେ, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ରାଜ୍ୟର ସମସ୍ତ ୮୧ଟି ଆସନରେ ହେବ। ଝାଡ଼ଖଣ୍ଡ ବିଧାନସଭାର କାର୍ଯ୍ୟକାଳ ଜନୁଆରୀ ୫ରେ ଶେଷ ହେବ।

Bjp Election Commission Hemant Soren JMM Jharkhand Assembly Poll