Advertisment

ମତଦାନ ପୂର୍ବରୁ କବାଡ଼ିଖାନାରେ ବିସ୍ଫୋରଣ, ଚାଲିଗଲା ୪ ଜୀବନ

ମତଦାନ ପୂର୍ବରୁ କବାଡ଼ିଖାନାରେ ହେଲେ ବିସ୍ଫୋରଣ ଓ ଏହି ବିସ୍ଫୋରଣରେ ଚାଲିଗଲା ୩ ନାବାଳକଙ୍କ ସମେତ ୪ ଜୀବନ । ଏହି ଅଘଟଣରେ ଆଉ ୩ ଜଣ ଗୁରୁତର ହୋଇଛନ୍ତି।

Blast

Blast

Advertisment

ମତଦାନ ପୂର୍ବରୁ କବାଡ଼ିଖାନାରେ ହେଲେ ବିସ୍ଫୋରଣ ଓ ଏହି ବିସ୍ଫୋରଣରେ ଚାଲିଗଲା ୩ ନାବାଳକଙ୍କ ସମେତ ୪ ଜୀବନ । ଏହି ଅଘଟଣରେ ଆଉ ୩ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ସାଂଘାତିକ କାଣ୍ଡ ଝାଡ଼ଖଣ୍ଡର ପଲାମୁରେ ଗତକାଲି ଘଟିଛି। ପଲାମୁ ସମେତ ଝାଡ଼ଖଣ୍ଡର ୪ ଲୋକସଭା ଆସନରେ ଆଜି ମତଦାନ ଚାଲିଥିବା ବେଳେ ଏହା ପୂର୍ବରୁ ଏହି ଅଘଟଣ ଘଟିଛି।

Advertisment

ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରୁ ପ୍ରାୟ ୨ଶହ କିମି ଦୂର ମନାତୁ ଥାନା ଅଞ୍ଚଳରେ ଗତକାଲି ଏହି ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୫୦ ବର୍ଷୀୟ ସ୍କ୍ରାପ୍‌ ଡିଲର ଇଶିତୟାକ ଅନସାରୀ, ୧୦ ବର୍ଷୀୟ ଜଣେ ନାବାଳକ ଓ ୮ ବର୍ଷୀୟ ଦୁଇ ନାବାଳକ ଥିବା ଜଣାଯାଇଛି। ଗୁରୁତରଙ୍କ ମଧ୍ୟରେ ମୃତ ସ୍କ୍ରାପ୍‌ ଡିଲରଙ୍କ ୧୭ ବର୍ଷୀୟ ଝିଅ, ଜଣେ ୧୪ ବର୍ଷୀୟା ନାବାଳିକା ଓ ୭ ବର୍ଷୀୟ ନାବାଳକ ଅଛନ୍ତି।

ମୃତ ସ୍କ୍ରାପ୍‌ ଡିଲରଙ୍କ ଝିଅ ପୁଲିସ୍‌କୁ ଦେଇଥିବା ସୂଚନା ଅନୁଯାୟୀ, ବିସ୍ଫୋରଣ ସମୟରେ ତାଙ୍କ ପିତା କବାଡ଼ି ସାମଗ୍ରୀ ସଜଡ଼ାସଜଡ଼ି କରୁଥିଲେ। ହଠାତ୍‌ ତା’ ମଧ୍ୟରୁ କିଛି ବିସ୍ଫୋରଣ ହୋଇଥିଲା ଓ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା।

Advertisment

ପୁଲିସ୍‌ ତୁରନ୍ତ ପହଞ୍ଚି ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି। ଘଟଣାର ବିସ୍ତୁତ ଯାଞ୍ଚ କରାଯାଉଛି ଓ ଫରେନସିକ ଟିମ୍‌ ବି ଏହାର ଯାଞ୍ଚ କରୁଥିବା ପୁଲିସ୍‌ ଅଧିକାରୀ କହିଛନ୍ତି।

Bomb Blast Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe