EarthQuake
ଭୂକମ୍ପ ଝଟକାରେ ଥରିଲା ଝାଡ଼ଖଣ୍ଡ । ଆଜି ଶକାଳେ ଝାଡ଼ଖଣ୍ଡରେ ଅନୁଭୂତ ହୋଇଛି ଭୂମିକମ୍ପ ଝଟକା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଛି।
Advertisment
ଆଜି ସକାଳ ପ୍ରାୟ ୯ଟା ୨୦ରେ ପ୍ରଥମେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ଓ ଜମସେଦପୁରରେ ଏହି ଝଟକା ଅନୁଭୂତ ହୋଇଛି । ଏହାର ଝଟକା ପ୍ରାୟ ୫ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା।
ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନି। ଏହି ଭୂମିକମ୍ପର କେନ୍ଦ୍ର ସ୍ଥଳ ଝାଡ଼ଖଣ୍ଡର ଖରସାବାଁ ଜିଲ୍ଲାରୁ ୧୩ କିମି ଦୂରରେ ଥିବା ଜଣାଯାଇଛି।
Advertisment
ରାଞ୍ଚି ଓ ଜମସେଦପୁରର ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିଯୋଗୁ ଲୋକେ ଭୟଭୀତ ହୋଇପଡିଥିବା ବେଳେ ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ଏହି ଭୂକମ୍ପରେ କୌଣସି ଧନଜୀବନ ହାନୀ ହୋଇ ନ ଥିବା ଜଣାନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
