ବିଚ୍‌ ରାସ୍ତାରେ ସବ୍‌-ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା

ଅନୁପମ୍ କଚ୍ଛପ ୨୦୧୮ବ୍ୟାଚ୍‌ର ଇନ୍ସପେକ୍ଟର ଥିଲେ। ସ୍ପେଶାଲ-ବ୍ରାଞ୍ଚରେ ତାଙ୍କର ପୋଷ୍ଟିଂ ହୋଇଥିଲା।

Sub Inspector

ମୃତ ସବ୍‌ ଇନ୍ସପେକ୍ଟର ଅନୁପମ୍‌ କଚ୍ଛପ

Madhupriya Mistry
  • Published: Saturday, 03 August 2024
  • Updated: 03 August 2024, 10:16 AM IST

Sports

Latest News

ବିଚ୍‌ ରାସ୍ତାରେ ପୁଲିସ ବାବୁଙ୍କ ଉପରେ ହେଲା ଆଖିବୁଜା ଗୁଳିମାଡ଼। ଘଟଣାସ୍ଥଳରେ ହିଁ ଟଳି ପଡିଲେ ସବ-ଇନ୍ସପେକ୍ଟର। ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଘଟିଛି ଏଭଳି କିଛି ହତ୍ୟା ଘଟଣା।

ରାଞ୍ଚିରେ ଜଣେ ସବ୍‌-ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ଅନୁପମ କଚ୍ଛପ। ତାଙ୍କ ମୃତଦେହ କାଙ୍କେ ରିଙ୍ଗରୋଡ୍‌ରୁ ଜବତ ହୋଇଛି। ଏ ସମ୍ପର୍କରେ ସୂଚନା ପାଇବା ପରେ ବରିଷ୍ଠ ପୁଲିସ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି। ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। 

Also Read

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅନୁପମ ତାଙ୍କର କିଛି ସାଙ୍ଗମାନଙ୍କ ସହ ପାର୍ଟି କରିବାକୁ କାଙ୍କେ ରିଙ୍ଗ ରୋଡରେ ଥିବା ଏକ ଢ଼ାବାକୁ ଯାଇଥିଲେ। ଅନୁପମ ଓ ତାଙ୍କ ସାଙ୍ଗମାନେ ରାତି ପ୍ରାୟ ୧ ଟା ପର୍ଯ୍ୟନ୍ତ ପାର୍ଟି ଜାରି ରଖିଥିଲେ। ଏହାପରେ ପ୍ରାୟ ରାତି ୨ଟାରେ ଅନୁପମ ନିଜ ବାଇକରେ ଘରକୁ ଫେରୁଥିଲେ। ଏହି ସମୟରେ ଅପରାଧୀମାନେ ଅନୁପମଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ତେବେ ସବ୍‌-ଇନ୍ସପେକ୍ଟରଙ୍କୁ କିଏ ଓ କାହିଁକି ଗୁଳି କରି ହତ୍ୟା କରିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ପୁଲିସ ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ତାଙ୍କ ଦେହରେ ଦୁଇଟି ଗୁଳି ବାଜିଛି। ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। 

୨୦୧୪ରେ ବିଇଟି ସିନ୍ଦ୍ରିରୁ ବି.ଟେକ୍ କରିଥିବା ଅନୁପମ ରାଞ୍ଚିର ଖୁଣ୍ଟି ଜିଲ୍ଲାର ବାସିନ୍ଦା ଥିଲେ। ଅନୁପମଙ୍କୁ ଝାଡଖଣ୍ଡ ପୁଲିସ ମୁଖ୍ୟାଳୟରେ ଅବସ୍ଥିତ ସ୍ୱତନ୍ତ୍ର ଶାଖାରେ ପୋଷ୍ଟିଂ ମିଳିଥିଲା। ବି.ଟେକ୍ ସାରିବା ପରେ ଅନୁପମ ୨୦୧୮ରେ ପୁଲିସ ସେବାରେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story