Advertisment

ବିଚ୍‌ ରାସ୍ତାରେ ସବ୍‌-ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା

ଅନୁପମ୍ କଚ୍ଛପ ୨୦୧୮ବ୍ୟାଚ୍‌ର ଇନ୍ସପେକ୍ଟର ଥିଲେ। ସ୍ପେଶାଲ-ବ୍ରାଞ୍ଚରେ ତାଙ୍କର ପୋଷ୍ଟିଂ ହୋଇଥିଲା।

ଅଦ୍ୟତନ ହୋଇଛି
Sub Inspector

Sub Inspector

Advertisment

ବିଚ୍‌ ରାସ୍ତାରେ ପୁଲିସ ବାବୁଙ୍କ ଉପରେ ହେଲା ଆଖିବୁଜା ଗୁଳିମାଡ଼। ଘଟଣାସ୍ଥଳରେ ହିଁ ଟଳି ପଡିଲେ ସବ-ଇନ୍ସପେକ୍ଟର। ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଘଟିଛି ଏଭଳି କିଛି ହତ୍ୟା ଘଟଣା।

Advertisment

ରାଞ୍ଚିରେ ଜଣେ ସବ୍‌-ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ଅନୁପମ କଚ୍ଛପ। ତାଙ୍କ ମୃତଦେହ କାଙ୍କେ ରିଙ୍ଗରୋଡ୍‌ରୁ ଜବତ ହୋଇଛି। ଏ ସମ୍ପର୍କରେ ସୂଚନା ପାଇବା ପରେ ବରିଷ୍ଠ ପୁଲିସ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି। ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। 

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅନୁପମ ତାଙ୍କର କିଛି ସାଙ୍ଗମାନଙ୍କ ସହ ପାର୍ଟି କରିବାକୁ କାଙ୍କେ ରିଙ୍ଗ ରୋଡରେ ଥିବା ଏକ ଢ଼ାବାକୁ ଯାଇଥିଲେ। ଅନୁପମ ଓ ତାଙ୍କ ସାଙ୍ଗମାନେ ରାତି ପ୍ରାୟ ୧ ଟା ପର୍ଯ୍ୟନ୍ତ ପାର୍ଟି ଜାରି ରଖିଥିଲେ। ଏହାପରେ ପ୍ରାୟ ରାତି ୨ଟାରେ ଅନୁପମ ନିଜ ବାଇକରେ ଘରକୁ ଫେରୁଥିଲେ। ଏହି ସମୟରେ ଅପରାଧୀମାନେ ଅନୁପମଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

Advertisment

ତେବେ ସବ୍‌-ଇନ୍ସପେକ୍ଟରଙ୍କୁ କିଏ ଓ କାହିଁକି ଗୁଳି କରି ହତ୍ୟା କରିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ପୁଲିସ ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ତାଙ୍କ ଦେହରେ ଦୁଇଟି ଗୁଳି ବାଜିଛି। ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। 

୨୦୧୪ରେ ବିଇଟି ସିନ୍ଦ୍ରିରୁ ବି.ଟେକ୍ କରିଥିବା ଅନୁପମ ରାଞ୍ଚିର ଖୁଣ୍ଟି ଜିଲ୍ଲାର ବାସିନ୍ଦା ଥିଲେ। ଅନୁପମଙ୍କୁ ଝାଡଖଣ୍ଡ ପୁଲିସ ମୁଖ୍ୟାଳୟରେ ଅବସ୍ଥିତ ସ୍ୱତନ୍ତ୍ର ଶାଖାରେ ପୋଷ୍ଟିଂ ମିଳିଥିଲା। ବି.ଟେକ୍ ସାରିବା ପରେ ଅନୁପମ ୨୦୧୮ରେ ପୁଲିସ ସେବାରେ ଯୋଗ ଦେଇଥିଲେ।

Jharkhand Firing Sub Inspector Murder Sub Inspector Shot Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe