Advertisment

ହରିୟାଣାର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ କନଭୟ ଉପରକୁ ପଥର ମାଡ଼

ଗତ ରାତିରେ ହରିୟାଣାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଜନନାୟକ ଜନତା ପାର୍ଟ ମୁଖ୍ୟ ଦୁଷ୍ୟନ୍ତ ଚୌଟାଲାଙ୍କ କାରକେଡ ଉପରକୁ ହୋଇଛି ହମଲା। ଅଜ୍ଞାନ ଲୋକ ଏପରି ହମଲା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ସେମାନଙ୍କ ସନ୍ଧାନ ଚାଲୁ ରହିଛି।

author-image
Niharika Rout
Attack

Attack

ହରିୟାଣା ନିର୍ବାଚନ ପାଖେଇ ଆସୁଥିବା ବେଳେ ଦେଖିବାକୁ ମିଳିଲାଣି ରାଜନୈତିକ ସରଗରମ । ଗତ ରାତିରେ ହରିୟାଣାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଜନନାୟକ ଜନତା ପାର୍ଟ ମୁଖ୍ୟ ଦୁଷ୍ୟନ୍ତ ଚୌଟାଲାଙ୍କ କନଭୟ ଉପରକୁ ହୋଇଛି ହମଲା। ଅଜ୍ଞାନ ଲୋକ ଏପରି ହମଲା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ସେମାନଙ୍କ ସନ୍ଧାନ ଚାଲୁ ରହିଛି।

Advertisment

ଗତ ରାତିରେ ଦୁଷ୍ୟନ୍ତ ଚୌଟାଲା ନିଜ ନିର୍ବାଚନୀ କ୍ଷେତ୍ର ଉଚାନାରେ ଏକ ଜନସଭାକୁ ସମ୍ବୋଧନ କରୁଥିବା ବେଳେ ଆରମ୍ଭ ହୋଇଥିବା ଉତ୍ତେଜନା। କିଛି ଯୁବକ ସଭାରେ ହଙ୍ଗାମା କରିବା ସହ ଦୁଷ୍ୟନ୍ତଙ୍କ କନଭୟ ଉପରକୁ ଅଚାନକ ଆକ୍ରମଣ କରିଥିଲେ। ଏପରିକି ସେମାନେ ଗାଡ଼ି ଉପରକୁ ଆଖିବୁଜା ଇଟା, ପଥର ମାଡ଼ କରିଥିଲେ। ଏହାପରେ ତୁରନ୍ତ ଆକ୍ରମଣକାରୀମାନେ ସଭାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ଖବର ପାଇ ତୁରନ୍ତ ବରିଷ୍ଠ ପୁଲିସ୍‌ ଅଧିକାରୀ ଓ ବହୁ ସଂଖ୍ୟାରେ ଫୋର୍ସ ସଭାସ୍ଥଳରେ ପହଞ୍ଚିଥିଲେ। ପୁଲିସ୍‌ ଘଟଣାର ପ୍ରାଥମିକ ଯାଞ୍ଚ ଆରମ୍ଭ କରି ତଲାସୀ ଚାଲୁ ରଖିଛି। ଅଭିଯୁକ୍ତଙ୍କୁ ଚିହ୍ନଟ ତଥା କାବୁ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ଆସନ୍ତା ୫ ତାରିଖରେ ହରିୟାଣାର ୯୦ଟି ଯାକ ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ସବୁରାଜନୈତିକ ଦଳ ଏବେ ଜୋରସୋରରେ ପ୍ରଚାରରେ ଲାଗି ପଡ଼ିଛନ୍ତି।

Haryana News Poltics