Advertisment

ଏସ୍‌ପିଙ୍କ ନାଁରେ ଆସିଲା ଯୌନ ନିର୍ଯାତନା ଅଭିଯୋଗ, ଦେଲେ ଏମିତି ସଫେଇ

ଜଣେ ଏସ୍‌ପିଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ଜଣେ ମହିଳା ପୁଲିସ୍‌ ଅଧିକାରୀ ତାଙ୍କ ନାଁରେ ଆଣିଛନ୍ତି ଯୌନ ନିର୍ଯାତନା ଅଭିଯୋଗ ।

SP

SP

Advertisment

ଜଣେ ଏସ୍‌ପିଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ଜଣେ ମହିଳା ପୁଲିସ୍‌ ଅଧିକାରୀ ତାଙ୍କ ନାଁରେ ଆଣିଛନ୍ତି ଯୌନ ନିର୍ଯାତନା ଅଭିଯୋଗ । ଏହି ଅଭିଯୋଗର ନିରପେକ୍ଷ ତଦନ୍ତ ନିମନ୍ତେ ସମ୍ପୃକ୍ତ ଏସ୍‌ପିଙ୍କ ବଦଳି କରାଯାଇଛି। ଏପରି ଏକ ଅଭାବନୀୟ ଘଟଣା ହରିୟାଣାର ଜିନ୍ଦ ଜିଲ୍ଲାରେ ଘଟିଛି। ଏହି ଘଟଣାରେ  ହରିଆଣାର ଜିନ୍ଦ ଜିଲ୍ଲା ଏସ୍‌ପି ସୁମିତ କୁମାରଙ୍କୁ ବଦଳି କରାଯାଇଛି।

Advertisment

 ହରିଆଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ନିକଟକୁ ଆସିଥିବା ଏକ ଚିଠି ଭାଇରାଲ ହେବା ପରେ ଉକ୍ତ ଘଟଣା ପଦାକୁ ଆସିଛି। ଉକ୍ତ ଚିଠିଟି ଜଣେ ମହିଳା ପୁଲିସ୍‌ ଅଧିକାରୀ ଲେଖିଥିବା ବେଳ ସେଥିରେ ସେ ଏସ୍‌ପି ସୁମିତ କୁମାରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଦୁଇ ସିନିୟର ମହିଳା ପୁଲିସ୍‌ ବି ଏସ୍‌ପିଙ୍କୁ ଏହି ମାମଲାରେ ସହଯୋଗ କରୁଥିବା ସେ ଉଲ୍ଳେଖ କରିଥିଲେ।

ଏପରିକି ଏସ୍‌ପିଙ୍କ ସହ ବୁଝାମଣା କଲେ ଆଗକୁ ପ୍ରମୋସନ୍‌ ହେବ ବୋଲି କହି ସେମାନେ ଚାପ ପକାଉଥିବା ମହିଳା ଅଧିକାରୀ ଅଭିଯୋଗ କରିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସମ୍ପୃକ୍ତ ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ।

Advertisment

ଏହି ଚିଠି ଭାଇରାଲ ହେବା ପରେ ସମଗ୍ର ରାଜ୍ୟରେ ତମ୍ବିତୋଫାନ ସୃଷ୍ଟି ହୋଇଥିଲା। ହରିୟାଣାର ମହିଳା ଆୟୋଗ ଏହାର ତଦନ୍ତ ଆରମ୍ଭ କରିଥିବା ବେଳେ ନିରପେକ୍ଷ ତଦନ୍ତ ନିମନ୍ତେ ଏସ୍‌ପିଙ୍କୁ ଅନ୍ୟତ୍ର ବଦଳି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏଥିସହ ଏସ୍‌ପିଙ୍କୁ ତାଙ୍କ ପକ୍ଷ ରଖିବାକୁ କୁହାଯାଇଥିଲା।

ମହିଳା ଆୟୋଗ ସମ୍ମୁଖରେ ହାଜର ହୋଇ ଏସ୍‌ପି ନିଜକୁ ନିରପେକ୍ଷ ବୋଲି କହିବା ସହ ଏହା ତାଙ୍କ ବିରୋଧରେ ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି କହିଛନ୍ତି। ଉକ୍ତ ଚିଠିକୁ ଏକ ମେଲ୍‌ ଆକାଉଣ୍ଟରୁ ଭାଇରାଲ କରାଯାଇଥିବା ବେଳେ ଉକ୍ତ ଆକାଉଣ୍ଟକୁ ମାତ୍ର ଦେଢ ମିନିଟ୍‌ ମଧ୍ୟରେ ଡିଲିଟ କରି ଦିଆଯାଇଥିବା ସେ କହିଛନ୍ତି।

ଏଥିସହ ସେ କହିଛନ୍ତି, ମୋର ୨୦ ବର୍ଷର କ୍ୟାରିୟରରେ ଏପରି ଅଭିଯୋଗ କେବେ ଆସିନି। ଆପଣ ବ୍ୟକ୍ତିଗତ ଭାବେ ମୋ’ ସହ କାମ କରିଥିବା ମହିଳା ଅଧିକାରୀଙ୍କୁ ପଚରାଉଚରା କରନ୍ତୁ। ଏହାପରେ ମୋ’ ଚରିତ୍ରର ବିଶ୍ଳେଷଣ କରି ପଦକ୍ଷେପ ନିଅନ୍ତୁ ବୋଲି ସେ ଆୟୋଗ ସମ୍ମୁଖରେ ଅନୁରୋଧ କରିଛନ୍ତି ।

Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe