Advertisment

ଶପଥ ପରେ ଆକ୍ସନରେ ମୋଦି, ମନ୍ତ୍ରୀଙ୍କୁ ଦେଲେ ଟାସ୍କ

ସପ୍ତାହର ପ୍ରଥମ ଚାରି ଦିନ ସୋମବାର, ମଙ୍ଗଳବାର, ବୁଧବାର ଏବଂ ଗୁରୁବାର କାର୍ଯ୍ୟାଳୟ ଛାଡି ନ ଯିବାକୁ ମନ୍ତ୍ରୀମାନଙ୍କୁ କୁହାଯାଇଥିବା ଜୀତନରାମ୍‌ ମାଞ୍ଝୀ ସୂଚନା ଦେଇଛନ୍ତି।

PM Modi

PM Modi

Advertisment

ଆରମ୍ଭ ହୋଇଛି ମୋଦି ୩.୦ ସରକାର। ଶପଥ ନେବା ପରେ ଆକ୍ସନ ମୁଡ୍‌କୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ ମନ୍ତ୍ରୀଙ୍କୁ ଦେଇଛନ୍ତି ଟାସ୍କ। ସପ୍ତାହର ପ୍ରଥମ ୪ ଦିନ କୌଣସି ବି ମନ୍ତ୍ରୀ ନିଜ ଅଫିସ୍‌ ଛାଡି ବାହାରକୁ ନ ଯିବାକୁ ମୋଦି ନିର୍ଦ୍ଦେଶ ଦେଇଛନ୍ତି।

Advertisment

କ୍ୟାବିନେଟ ମନ୍ତ୍ରୀ ହୋଇଥିବା ଜିତନ ରାମ ମାଞ୍ଝୀ ଏକ ସାକ୍ଷାତକାର୍‌ରେ କହିଛନ୍ତି ଯେ ଏଥର ପୂର୍ବ ଅପେକ୍ଷା ଅଧିକ କଡା ପଦକ୍ଷେପ ନେବାକୁ ପଡିବ। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତକୁ ବିଶ୍ୱ ଅର୍ଥନୀତିରେ ତୃତୀୟ ସ୍ଥାନକୁ ଆଣିବାକୁ ପ୍ରଧାନମନ୍ତ୍ରୀ ଦୃଢ଼ ସଙ୍କଳ୍ପ ନେଇଛନ୍ତି। ଏଥିପାଇଁ ମନ୍ତ୍ରୀମାନଙ୍କୁ ଟାସ୍କ ଦିଆଯାଇଛି। ସପ୍ତାହର ପ୍ରଥମ ଚାରି ଦିନ ସୋମବାର, ମଙ୍ଗଳବାର, ବୁଧବାର ଏବଂ ଗୁରୁବାର କୌଣସି ମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟ ଛାଡି ନ ଯିବାକୁ ମନ୍ତ୍ରୀମାନଙ୍କୁ କୁହାଯାଇଛି। ଅନେକ ସରକାରୀ କାମ ରହିଛି। ସେଥିରେ ନିୟୋଜିତ ରହିବାକୁ ମନ୍ତ୍ରୀମାନଙ୍କୁ କୁହାଯାଇଥିବା ମାଞ୍ଝୀ କହିଛନ୍ତି।

କହିରଖୁ ଯେ, ଏଥର ମୋଦି କ୍ୟାବିନେଟ୍‌ରେ ସବୁଠୁ ବୟସ୍କ ମନ୍ତ୍ରୀ ଭାବେ ୭୯ ବର୍ଷୀୟ ଜୀତନ ରାମ ମାଞ୍ଝୀ ସ୍ଥାନ ପାଇଛନ୍ତି। ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ମଞ୍ଝୀ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ବିହାରର ୨୩ତମ ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି। ସେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM) ର ପ୍ରତିଷ୍ଠାତା ସଭାପତି ଅଟନ୍ତି।

Advertisment

ଏହାପୂର୍ବରୁ ସେ ନୀତୀଶ କୁମାରଙ୍କ କ୍ୟାବିନେଟରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ ମନ୍ତ୍ରୀ ଥିଲେ। ସେ ୨୦୨୪ସାଧାରଣ ନିର୍ବାଚନରେ ​​ଗୟା ଆସନରୁ ଜିତିଛନ୍ତି। ଅନ୍ୟ ଯୁବ ମନ୍ତ୍ରୀଙ୍କ ମଧ୍ୟରେ ଚିରାଗ ପାସୱାନ୍ ଏବଂ ଜୟନ୍ତ ଚୌଧୁରୀ ଅଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ମୋଦି ଏବଂ ୭୧ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି।

PM Modi Jitan Ram Manjhi Modi 3.0
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe