Advertisment

ଜିତନ ରାମ ମାଞ୍ଝୀ ମହାଗଠବନ୍ଧନର ଗୁଇନ୍ଦାଗିରି କରୁଥିବା କହିଲେ ନୀତୀଶ କୁମାର

ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀ ଜୁନ ୨୩ରେ ହେବାକୁ ଥିବା ବିରୋଧୀ ମେଣ୍ଟର ବୈଠକରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିବା କଥାକୁ ନୀତୀଶ କୁମାର ସ୍ୱୀକାର କରିଛନ୍ତି।

Nitish Kumar

Nitish Kumar

Advertisment

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା(ସେକ୍ୟୁଲାର) ପାର୍ଟିର ମୁଖ୍ୟ ଜିତନ ରାମ ମାଞ୍ଝୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବିଜେପି ପାଇଁ ମାଞ୍ଝୀ ମହାଗଠବନ୍ଧନରେ ଥିବା ଦଳଗୁଡ଼ିକ ଗୁଇନ୍ଦାଗିରି କରୁଥିଲେ। ମହାଗଠବନ୍ଧନରୁ ସେ ବାହାରିଯିବା ଭଲ ବୋଲି ନୀତୀଶ କୁମାର କହିଛନ୍ତି।

Advertisment

ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀ ଜୁନ ୨୩ରେ ହେବାକୁ ଥିବା ବିରୋଧୀ ମେଣ୍ଟର ବୈଠକରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିବା କଥାକୁ ନୀତୀଶ କୁମାର ସ୍ୱୀକାର କରିଛନ୍ତି। କିନ୍ତୁ ସେ ବୈଠକରେ ଯୋଗ ଦେଇଥିଲେ, ଏହାର ସବୁ ତଥ୍ୟ ବିଜେପିକୁ ପରବର୍ତ୍ତୀ ଅବସ୍ଥାରେ ଦେଇଥାଆନ୍ତେ ବୋଲି ମଧ୍ୟ ନୀତୀଶ କୁମାର କହିଛନ୍ତି।

ସେ କହିଛନ୍ତି, “ମାଞ୍ଝୀ ନିୟମିତ ଭାବେ ବିଜେପି ନେତାଙ୍କ ଯୋଗାଯୋଗରେ ରହିଥିଲେ। ସେ ନିକଟରେ ଏକାଧିକ ବିଜେପି ନେତାଙ୍କୁ ଭେଟିଥିଲେ। ବିରୋଧୀମାନେ ଜୁନ ୨୩ରେ ବୈଠକ କରିବାକୁ ଯାଉଛନ୍ତି। ଏଥିରେ ସେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ମୁଁ ମୋର ଆଶଙ୍କା ଥିଲା ଯେ ଜୁନ ୨୩ରେ ଆଲୋଚନା ହେବାକୁ ଥିବା ବିଷୟବସ୍ତକୁ ସେ ଲିକ୍‌ କରିଦେବେ।

Advertisment

ତେଣୁ ମୁଁ ତାଙ୍କୁ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା(ସେକ୍ୟୁଲାର) ଦଳକୁ ଜେଡିୟୁ ସହିତ ଲୀନ କରିଦେବାକୁ କହିଥିଲି। ହେଲେ ସେ ସେମିତି କରି ନଥିଲେ। ତେଣୁ ମୁଁ ତାଙ୍କୁ ମହାଗଠବନ୍ଧନରୁ ବାହାରିଯିବାକୁ କହିଥିଲି। ସେ ଚାଲି ଯିବା ଭଲ କଥା।”

ଆଜି ଜେଡିୟୁ ବିଧାୟ ରତନେଶ ସାଡା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏଥିପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୀତୀଶ କୁମାର ଯୋଗ ଦେଇ ଏପରି କହିଛନ୍ତି।

ନୀତୀଶ କୁମାର ଆହୁରି କହିଛନ୍ତି, “ଆମ ଦଳ ମାଞ୍ଝୀଙ୍କୁ ଅନେକ କିଛି ଦେଇଛି। ତାଙ୍କ ଦଳକୁ ଗୋଟିଏ ମନ୍ତ୍ରୀ ପଦ ଦିଆଯାଇଥିଲା। ଜେଡିୟୁ କୋଟାରୁ ତାଙ୍କ ଦଳର ବିଧାୟକ ମନ୍ତ୍ରୀ ହୋଇଥିଲା। ଏସବୁ ସତ୍ତ୍ୱେ ସେ ବିଜେପି ନେତାଙ୍କ ଯୋଗାଯୋଗରେ ରହିଥିଲେ।”

ଏହାବାଦ ନୀତୀଶ କୁମାର ଆଗୁଆ ଲୋକସଭା ନିର୍ବାଚନର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ ବୋଲି କହିଛନ୍ତି। ଏଥିପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ କାମ କରିବାକୁ ସେ ପୁଣି କହିଛନ୍ତି।

Bihar Nitish Kumar JDU
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe