Advertisment

ନୀତୀଶ କୁମାରଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଜୀତନ ରାମଙ୍କ ଦଳ

ବିହାର ବିଧାନସଭାରେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM)ର ୪ ଜଣ ବିଧାୟକ ଅଛନ୍ତି।

author-image
Jitendra Garnayak
Jitan Ram and Nitish Kumar

Jitan Ram and Nitish Kumar

ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାରରୁ ଆଜି ସମର୍ଥନ ପ୍ରତ୍ୟାହାର କରି ନେଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଂଝୀଙ୍କ ଦଳ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM)।

Advertisment

ଜୀତନ ରାମଙ୍କ ପୁଅ ତଥା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ ସୁମନ କହିଛନ୍ତି ଯେ ସେ ବିହାର ରାଜ୍ୟପାଳଙ୍କୁ ସମୟ ମାଗିଛନ୍ତି। ସେ ସମୟ ଦେଲେ ଆମେ ତାଙ୍କୁ ଭେଟି ସମର୍ଥନ ପ୍ରତ୍ୟାହାର ସଂପର୍କିତ ଚିଠି ପ୍ରଦାନ କରିବୁ। 

ସୁମନ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ। ସେ ଅଭିଯୋଗ କରିଥିଲେ ଯେ ତାଙ୍କ ଦଳ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାକୁ ଜେଡି (ୟୁ)ରେ ମିଶାଇ ଦେବାକୁ ବହୁତ ଚାପ ପକାଯାଉଥିଲା। ଏହା ପରେ ଦଳର ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ନିଷ୍ପତ୍ତି ନେବାକୁ ତାଙ୍କୁ ଦଳ ଦାୟିତ୍ୱ ଦେଇଥିଲା। 

Advertisment

ଏନ୍‌ଡିଏରୁ ପ୍ରସ୍ତାବ ଆସିଲେ ତାଙ୍କ ଦଳ ବିଚାର କରିବ ବୋଲି କହିଛନ୍ତି ସୁମନ। ଅନ୍ୟପକ୍ଷରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କୁ ଭେଟିବା ପାଇଁ ସେ ସମୟ ମାଗିଥିବା ନେଇ ସୂଚନା ମିଳଛି। ତେବେ ଏନେଇ ସେ କିଛି କହି ନାହାନ୍ତି କି ବିଜେପି ପକ୍ଷରୁ ମଧ୍ୟ କିଛି କୁହାଯାଇ ନାହିଁ।

ବିହାର ବିଧାନସଭାରେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM)ର ୪ ଜଣ ବିଧାୟକ ଅଛନ୍ତି। ଗତ ବର୍ଷ ଦଳ ମହାଗଠବନ୍ଧନରେ ଯୋଗ ଦେଇଥିଲା।

Bihar JDU Jitan Ram Manjhi