Advertisment

ସୁରକ୍ଷା କର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ସଫା

ଏହି ଆତଙ୍କବାଦୀମାନେ ଏଲଓସି ପାର୍‌ କରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା ଚଳାଉଥିବା ସୂଚନା ମିଳିଥିଲା। ସେମାନେ ପାକିସ୍ତାନ ଅଧିକୃତ କଶ୍ମୀର ଦେଇ ସୀମା ଅତିକ୍ରମ କରି ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ।

author-image
Niharika Rout
Jawan

Jawan

ଭାରତକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୪ ଆତଙ୍କବାଦୀ ଆଜି ସକାଳେ ସେନା ଗୁଳିରେ ଟଳି ପଡ଼ିଛନ୍ତି। ଏପରି ଘଟଣା ଜମ୍ମୁକଶ୍ମୀରର ମଚିଲ୍‌ ସେକ୍ଟରରେ ଘଟିଛି।

Advertisment

କଶ୍ମୀର ଜୋନ୍‌ ପୁଲିସ୍‌ ଅଧିକାରୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଆତଙ୍କବାଦୀମାନେ ଏଲଓସି ପାର୍‌ କରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା ଚଳାଉଥିବା ସୂଚନା ମିଳିଥିଲା। ସେମାନେ ପାକିସ୍ତାନ ଅଧିକୃତ କଶ୍ମୀର ଦେଇ ସୀମା ଅତିକ୍ରମ କରି ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ସୂଚନା ପାଇ ଭାରତୀୟ ସୁରକ୍ଷା ବଳ ଓ କଶ୍ମୀର ପୁଲିସ୍‌ ଏକ ମିଳିତ ଅପରେସନରେ ସମସ୍ତ ୪ ଆତଙ୍କୀଙ୍କୁ ସଫା କରି ଦେଇଛନ୍ତି।

ସେମାନେ ମଛଲ ସେକ୍ଟରର କାଲା ଜଙ୍ଗଲ ଦେଇ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ଉପରୁ ଫାୟାରିଂ କରାଯାଇଥିବା ଜମ୍ମୁକଶ୍ମୀର ପୁଲିସ୍‌ ପକ୍ଷରୁ ଟ୍ୱିଟ କରାଯାଇଛି।

Advertisment

ଏହା ପୂର୍ବରୁ ଗୁରୁବାର ସକାଳେ ଅନନ୍ତନାଗ ପୁଲିସ୍‌ ୨ ଲସ୍କର-ଇ- ତୋଇବାର ଆତଙ୍କବାଦୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ସେମାନଙ୍କ ନିକଟରୁ ପୁଲିସ୍‌ ଲକ୍ଷେ ଟଙ୍କା କ୍ୟାସ୍‌ ସହ ୧୨ଏକେ ୪୭ ରାଉଣ୍ଡ ଗୁଳି ଓ ଗୋଟିଏ ଗ୍ରେନେଡ ଜବତ କରିଛି।

ଏହି ଆତଙ୍କବାଦୀମାନେ ପାକିସ୍ତାନ- ଆଫଗାନିସ୍ତାନ ସୀମାରେ ଗରିଲା ଟ୍ରେନିଂ ନେଇଥିବା ବେଳେ ଏବେ ଭାରତରେ ପ୍ରବେଶ ପାଇଁ ଉଦ୍ୟମ ଚଳାଇଥିବା ତଦନ୍ତରୁ ଜଣାପଡ଼ିଛି। 

Jammu Kashmir Terrorist Encounter Army Jawan