Advertisment

JNUରେ ଗୋଷ୍ଠୀ ସଙ୍ଘର୍ଷ, ବାଡ଼ାପିଟା ହୋଇ ରକ୍ତାକ୍ତ ହେଲେ ଛାତ୍ର

ଅଖିଳ ଭାରତ ବିଦ୍ୟା ପରିଷଦ (ଏବିଭିପି) ଏବଂ ବାମପନ୍ଥୀ ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହେବା ପରେ ୩ ଜଣ ଛାତ୍ର ଆହତ ହୋଇଛନ୍ତି।

author-image
Debibandita Barick
JNU students injured

JNU students injured

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ପୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଅଖିଳ ଭାରତ ବିଦ୍ୟା ପରିଷଦ (ଏବିଭିପି) ଏବଂ ବାମପନ୍ଥୀ ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହେବା ପରେ ୩ ଜଣ ଛାତ୍ର ଆହତ ହୋଇଛନ୍ତି। 

Advertisment

ସୂଚନା ଅନୁସାରେ, ସାଧାରଣ ବୈଠକ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଥିଲା। ଗତକାଲି ରାତିରେ ସ୍କୁଲ ଅଫ୍ ଲାଙ୍ଗୁଏଜରେ ନିର୍ବାଚନ କମିଟି ସଦସ୍ୟ ଚୟନକୁ ନେଇ ଯୁକ୍ତିତର୍କ ମଧ୍ୟରେ ଦୁଇ ଗୋଷ୍ଠୀ ହାତାହାତି ହୋଇଥିଲେ। ଛାତ୍ରମାନେ ପାଟିତୁଣ୍ଡ କରିବା ସହ ଭଙ୍ଗାରୁଜା କରିଥିବା ଭିଡିଓରେ ଦେଖିବାକୁ ମିଳିଛି।

ଗଣ୍ଡଗୋଳ ସମୟର ଏକାଧିକ ଭିଡିଓ ସାମ୍ନାକୁ ଆସିଛି। ଏକ ଭିଡିଓରେ ଦେଖାଯାଉଛି ଯେ, ଜଣେ ଛାତ୍ରଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେଉଛି। ସେମାନଙ୍କ ମଧ୍ୟରୁ କେତେଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇ ନଥିବା ବେଳେ ଛାତ୍ର ଗୋଷ୍ଠୀ ପରସ୍ପରକୁ ଦାୟୀ କରିଛନ୍ତି। ସେପଟେ ଗଣ୍ଡଗୋଳକୁ ନେଇ କୌଣସି ଅଭିଯୋଗ ଆସିନଥିବା ପୁଲିସ କହିଛି।

JNU Delhi Police JNU Student Groups Crash JNU Student Union Polls