Advertisment

ଦୁଇ ଦିନ ହେଲା ନିଖୋଜ ଥିଲେ ଆଇଆଇଟି କଲେଜ ଅଧିକାରୀ, ହୋଟେଲରୁ ମିଳିଲା ମୃତଦେହ

ଗତ ଦୁଇ ଦିନ ହେଲା ରାଜସ୍ଥାନର ଜୋଧପୁର ଆଇଆଇଟି କଲେଜର ଜଣେ ଅଧିକାରୀ ନିଖୋଜ ଥିବା ବେଳେ ତାଙ୍କ ମୃତଦେହ ଦିଲ୍ଲୀର ଏକ ହୋଟେଲରୁ ମିଳିଛି।

ଅଦ୍ୟତନ ହୋଇଛି
DeadBody

DeadBody

Advertisment

ଗତ ଦୁଇ ଦିନ ହେଲା ରାଜସ୍ଥାନର ଜୋଧପୁର ଆଇଆଇଟି କଲେଜର ଜଣେ ଅଧିକାରୀ ନିଖୋଜ ଥିବା ବେଳେ ତାଙ୍କ ମୃତଦେହ ଦିଲ୍ଲୀର ଏକ ହୋଟେଲରୁ ମିଳିଛି। ମୃତ ଅଧିକାରୀଜଣକ ଆଇଆଇଟି ଜୋଧପୁରରେ କାର୍ଯ୍ୟରତ ଥିଲେ ବୋଲି ଜଣାଯାଇଛି।

Advertisment

ସୁନୀଲ ଜୋଧପୁରରେ ନିଜ ପତ୍ନୀଙ୍କ ସହ ରୁହନ୍ତି। ସୁନୀଲଙ୍କ ପତ୍ତା ମିଳୁ ନ ଥିବା ନେଇ ତାଙ୍କ ପତ୍ନୀ ଗତ ୧୦ ତାରିଖରେ ବୋରାନାଡ଼ା ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ।

ତାଙ୍କ କହିବାନୁଯାୟୀ, ୯ ତାରିଖରେ ସୁନୀଲ ଟ୍ରେନ୍‌ ଯୋଗେ ଜୋଧପୁରରୁ ମୁମ୍ବାଇ ଯାଇଥିଲେ। ସେଠାରୁ ସେ ନାସିକ ଯିବେ ବୋଲଇ କହିଥିଲେ। ଟ୍ରେନ୍‌ରେ ଥିବା ବେଳେ ସେ ଶେଷ ଥର ମୋ’ ସହ କଥା ହୋଇଥିଲେ। ଏହାପରେ ଆଉ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା। ଫଳରେ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିବା କହିଛନ୍ତି ତାଙ୍କ ପତ୍ନୀ।

Advertisment

ସୁନୀଲଙ୍କ ମୃତଦେହ ନିକଟରୁ ମିଳିଥିବା କାଗଜପତ୍ରରୁ ତାଙ୍କ ପରିଚୟ ପାଇ ଦିଲ୍ଲୀ ପୁଲିସ୍‌ ତୁରନ୍ତ ଜୋଧପୁର ଆଇଆଇଟି କାର୍ଯ୍ୟାଳୟକୁ ସୂଚିତ କରିଥିଲା। ଖବର ପାଇ ସୁନୀଲଙ୍କ ପରିବାର ସଦସ୍ୟ ଦିଲ୍ଲୀ ଅଭିମୁଖେ ଯାଇଛନ୍ତି।

ସୁନୀଲ ମୁମ୍ବାଇରେ ପହଞ୍ଚି ସେଠାରୁ ନାସିକ ଯିବେ ବୋଲି ପତ୍ନୀଙ୍କୁ କହିଥିଲେ। ମାତ୍ର ଦିଲ୍ଲୀ କ’ଣ ପାଇଁ ଗଲେ ସେ ନେଇ ତାଙ୍କ ପତ୍ନୀଙ୍କ ନିକଟରେ କିଛି ସୂଚନା ନ ଥିବା ବେଳେ ଏହାକୁ ନେଇ ଦେଖାଦେଇଛି ସସ୍‌ପେନ୍ସ ।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହ ସୁନୀଲଙ୍କ କଲ୍‌ ଡିଟେଲ୍ସ ଯାଞ୍ଚ କରୁଛି।

Delhi Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe