Advertisment

ଛୋଟ ଝିଅ ସହ ନିଜକୁ ଜାଳିଦେଳେ ଶିକ୍ଷୟିତ୍ରୀ

ପୁଲିସ୍‌ ଗୋଟିଏ ସୁଇସାଇଡ ନୋଟ ଜବତ କରିଛି। ଏଥିରେ ସଞ୍ଜୁ ବିଷ୍ଣୋଇ ସ୍ୱାମୀ ଓ ଶାଶୁ ଘରର ଲୋକମାନେ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ ବୋଲି ଉଲ୍ଲେଖ ରହିଛି।

Sanju

Sanju

Advertisment

ନିଜର ୩ ବର୍ଷର ଝିଅ ସହ ନିଜକୁ ନିଜେ ଜାଳି ଦେଇଛନ୍ତି ଜଣେ ଶିକ୍ଷୟିତ୍ରୀ। ରାଜସ୍ଥାନର ଯୋଧପୁର ଜିଲ୍ଲାରେ ଏପରି ଘଟଣା ଘଟିଛି। ନିଆଁ ଲାଗିବା ଯୋଗୁ ଶିକ୍ଷୟିତ୍ରୀଙ୍କ ୩ ବର୍ଷର ଝିଅ ଯଶସ୍ୱୀ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ତାଙ୍କ ମା’ ଅର୍ଥାତ ଶିକ୍ଷୟିତ୍ରୀ ସଞ୍ଜୁ ବିଷ୍ଣୋଇ ଚିକିତ୍ସାଧୀନ ଅବସ୍ଥାରେ ଦିନକ ପରେ ଆଖି ବୁଜିଛନ୍ତି। ପୁଲିସ୍‌ ଗୋଟିଏ ସୁଇସାଇଡ ନୋଟ ଜବତ କରିଛି। ଏଥିରେ ସଞ୍ଜୁ ବିଷ୍ଣୋଇ ସ୍ୱାମୀ ଓ ଶାଶୁ ଘରର ଲୋକମାନେ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ ବୋଲି ଉଲ୍ଲେଖ ରହିଛି।

Advertisment

ସର୍ନାଦା ଗାଁରେ ରହୁଥିବା ସଞ୍ଜୁ ଶୁକ୍ରବାର ମଧ୍ୟାହ୍ନରେ ସ୍କୁଲରୁ ଘରକୁ ଫେରିଥିଲେ। ଏହାପରେ ଗୋଟିଏ ଚେୟାରରେ ବସି ନିଜ ଦେହରେ ଓ ନିଜର ଛୋଟ ଝିଅ ଉପରେ ପେଟ୍ରୋଲ ଢାଳି ଦେଇଥିଲେ। ପ୍ରଥମେ ଝିଅ ଓ ପରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଘଟଣା ବେଳେ ସ୍ୱାମୀ କିମ୍ବା ଶାଶୁ ଘରେ କେହି ବି ନଥିଲେ।

ପଡ଼ୋଶୀମାନେ ଘରୁ ଧୂଆ ବାହାରୁ ଥିବା ଦେଖି ଦୌଡ଼ି ଆସିଥିଲେ ଓ ପରିବାର ଲୋକ ଏବଂ ପୁଲିସ୍‌କୁ ଖବର ଦେଇଥିଲେ। ହେଲେ ସେମାନେ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା।

Advertisment

ପ୍ରଥମେ ଛୋଟ ଝିଅ ଓ ଶନିବାର ସଞ୍ଜୁ ପ୍ରାଣ ହରାଇଥିଲେ। ମୃତଦେହ ନେବାକୁ ସଞ୍ଜୁଙ୍କ ବାପ ଘର ଓ ଶାଶୁ ଘର ମଧ୍ୟରେ ବେଶ ଟଣାଓଟରା ହୋଇଥିଲା। ଶେଷରେ ପୁଲିସ୍‌ ଶବ ବ୍ୟବଚ୍ଛେଦ ପରେ ମୃତଦେକୁ ସଞ୍ଜୁଙ୍କ ବାପା ମା’ଙ୍କୁ ହସ୍ତାନ୍ତର କରିଥିଲା। ମା’ ଓ ଝିଅଙ୍କ ଅନ୍ତିମ ସଂସ୍କାର ଏକାଠି କରାଯାଇଛି।

ଫିଟକାସନି ଗାଁରେ ରହୁଥିବା ମହିଳାଙ୍କ ପରିବାର ଲୋକ ଘଟଣା ପାଇଁ ତାଙ୍କ ଜ୍ୱାଇଁ ଦିଲୀପ ବିଷ୍ଣୋଇ, ତାଙ୍କ ମା’ ଓ ବାପାଙ୍କୁ ଦାୟୀ କରିଛନ୍ତି। ପୁଲିସ୍‌ ଏବେ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Self Immolation Attempt Crime Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe