Advertisment

ସାମ୍ବାଦିକଙ୍କ ହତ୍ୟାକାରୀ ଦଣ୍ଡ ପାଇଲେ, କିନ୍ତୁ ଏବେ ଚାଲିଗଲେ ବାପା

ସୌମ୍ୟାଙ୍କ ବାପା ମା’ ଦୀର୍ଘ ୧୫ ବର୍ଷ କାଳ ଅପେକ୍ଷା କରିବା ପରେ ସେମାନଙ୍କୁ ନ୍ୟାୟ ମିଳିଥିଲା। କିନ୍ତୁ ନ୍ୟାୟ ପାଇବାର ୨ ସପ୍ତାହ ମଧ୍ୟରେ ସୌମ୍ୟାଙ୍କ ବାପାଙ୍କ ଦେହାନ୍ତ ହୋଇଛି।

author-image
Hemant Lenka
soumya

soumya

ଟିଭି ସାମ୍ବାଦିକ ସୌମ୍ୟା ବିଶ୍ୱନାଥନଙ୍କ ଦେହାନ୍ତ ହୋଇଯାଇଛି। ଶନିବାର ସୌମ୍ୟାଙ୍କ ବାପା ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ଦୁଇ ସପ୍ତାହ ତଳେ ସୌମ୍ୟାଙ୍କ ୪ ହତ୍ୟାକାରୀଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।

Advertisment

ସୌମ୍ୟାଙ୍କ ବାପା ମା’ ଦୀର୍ଘ ୧୫ ବର୍ଷ କାଳ ଅପେକ୍ଷା କରିବା ପରେ ସେମାନଙ୍କୁ ନ୍ୟାୟ ମିଳିଥିଲା। କିନ୍ତୁ ନ୍ୟାୟ ପାଇବାର ୨ ସପ୍ତାହ ମଧ୍ୟରେ ସୌମ୍ୟାଙ୍କ ବାପାଙ୍କ ଦେହାନ୍ତ ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶୁକ୍ରବାର ସୌମ୍ୟାଙ୍କ ୪୧ତମ ଜନ୍ମ ଦିନ ଥିଲା। ଏହାର ଦିନକ ପରେ ଅର୍ଥାତ ଶନିବାର ୮୨ ବର୍ଷ ବୟସରେ ତାଙ୍କ ବାପା ଏମକେ ବିଶ୍ୱନାଥନ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଝିଅ ଓ ସ୍ୱାମୀଙ୍କୁ ହରାଇ ଏବେ ସୌମ୍ୟାଙ୍କ ମା’ ପୂରା ଏକୁଟିଆ ହୋଇଯାଇଛନ୍ତି। 

Advertisment

୨୦୦୮ ମସିହା ସେପ୍ଟେମ୍ବର ୩୦ ତାରିଖରେ ହେଡଲାଇନ୍ସ ଟୁଡେରେ କାମ କରୁଥିବା ସୌମ୍ୟା ଘରକୁ ଫେରୁଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ରାତି ପ୍ରାୟ ୩ଟା ବେଳେ ସୌମ୍ୟା ଝାନ୍ଦେୱାଲାନ ଅଫିସରୁ ନିଜ କାରରେ ଦିଲ୍ଲୀର ବସନ୍ତ କୁଞ୍ଜ ସ୍ଥିତ ଘରକୁ ଫେରୁଥିଲେ। ଏହି ସମୟରେ ସେ ଗୋଟିଏ କାରକୁ ଓଭରଟେକ କରିଥିଲେ।

ଉକ୍ତ କାର୍‌ରେ ରବି, ଅମିତ, ବଲଜୀତ ଓ ଅଜୟ କୁମାର ରହିଥିଲେ। ଜଣେ ମହିଳା ଡ୍ରାଇଭର ସେମାନଙ୍କୁ ଅତିକ୍ରମ କରିଯିବାରୁ ୪ ଜଣ ଯାକ ନିଜ ଗାଡ଼ିରେ ତାଙ୍କ ପିଛା କରିଥିଲେ। ସୌମ୍ୟା ସେମାନଙ୍କୁ ଦେଖି ଆଦୌ ଅଟକି ନଥିଲେ। ତେବେ କିଛି ସମୟ ପିଛା କରିବା ପରେ ୪ ଯୁବକଙ୍କ ମଧ୍ୟରୁ ଜଣେ ନିଜ ପାଖରେ ରଖିଥିବା ଦେଶୀ ବନ୍ଧୁକ ବାହାର କରି ସୌମ୍ୟାଙ୍କ ଉପରକୁ ଗୁଳି କରିଥିଲା।

ଗୁଳିଟି ତାଙ୍କ ମୁଣ୍ଡରେ ମାଡ଼ ହେବାରୁ ଗାଡ଼ି ସିଧା ଯାଇ ଡିଭାଇଡରରେ ପିଟି ହୋଇଯାଇଥିଲା। ସୌମ୍ୟା ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଗୁଳି ମାଡ଼ କରି ୪ ଯୁବକ ସେଠାରୁ ଚାଲି ଯାଇଥିଲେ। କିନ୍ତୁ ୨୦ ମିନିଟ ପରେ ସେମାନେ ପୁଣି ଫେରିଥିଲେ। ଘଟଣାସ୍ଥଳରେ ପୁଲିସ୍‌କୁ ଦେଖି ସମସ୍ତେ ସେଠାରୁ ଚାଲି ଯାଇଥିଲେ।

ରାତାରାତି ସୌମ୍ୟାଙ୍କ ବାପା ଏମକେ ବିଶ୍ୱନାଥନଙ୍କ ଦୁନିଆ ବଦଳି ଯାଇଥିଲା। ରାତି ତମାମ ଝିଅର ଫେରିବା ବାଟକୁ ଅପେକ୍ଷା କରିଥିବା ବିଶ୍ୱନାଥନଙ୍କୁ ଶେଷରେ ମୃତ୍ୟୁ ଖବର ମିଳିଥିଲା। ତେବେ ଝିଅକୁ ନ୍ୟାୟ ଦେବାକୁ ସେ ୧୫ ବର୍ଷ କାଳ ଆଇନଗତ ଲଢ଼େଇ ଲଢ଼ି ଥିଲେ।

ଶେଷରେ ତାଙ୍କୁ ନ୍ୟାୟ ମିଳିଥିଲା। ଅକ୍ଟୋବର ୧୮ରେ ରବି, ଅଜୟ, ଅମିତ ଓ ବଲଜୀତକୁ କୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିଲେ। ନଭେମ୍ବର ୨୫ରେ ସେମାନଙ୍କୁ ଆଜୀବନ ଜେଲଦଣ୍ଡ ମିଳିଥିଲା। ୫ମ ଅଭିଯୁକ୍ତ ଅଜୟ ସେଠୀକୁ ୩ ବର୍ଷର ଜେଲଦଣ୍ଡ ଦେଇ କୋର୍ଟ ଖଲାସ କରିଛନ୍ତି।

Delhi Soumya Death Case Journalist; Soumya Vishwanathan