Advertisment

ନିର୍ବାଚନ ଆୟୋଗଙ୍କ ଯୁଗାନ୍ତକାରୀ ପଦକ୍ଷେପ; ବାଲାଟ ପେପରରେ ଭୋଟ୍ ଦେଇପାରିବେ କାର୍ଯ୍ୟରତ ସାମ୍ବାଦିକ

ଏଥିପାଇଁ ସାମ୍ବାଦିକମାନଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଆବେଦନ କରିବାକୁ ପଡ଼ିବ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ସମସ୍ତଙ୍କ ଭୋଟ୍ ଦେବାର ଅଧିକାରକୁ ଅକ୍ଷୂର୍ଣ୍ଣ ରଖିବା ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଆଉ ପାଦେ ଆଗେଇଲେ ନିର୍ବାଚନ ଆୟୋଗ। ପ୍ରଥମ କରି ଆୟୋଗ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଆପଣାଇଛି ବ୍ୟବସ୍ଥା। ଏଥର ଅଫିସରେ ଥାଇ ମଧ୍ୟ କାର୍ଯ୍ୟରତ ସାମ୍ବାଦିକମାନେ ବାଲାଟ ପେପରରେ ଭୋଟ୍ ଦେଇପାରିବେ।

Advertisment

ଏଥିପାଇଁ ସାମ୍ବାଦିକମାନଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଆବେଦନ କରିବାକୁ ପଡ଼ିବ। ଆବେଦନ ପରେ ରିଟର୍ଣ୍ଣିଂ ଅଫିସର ଆବେଦନକାରୀଙ୍କ ଆକ୍ରେଡିସନ ଯାଞ୍ଚ କରିବେ। ଆକ୍ରେଡିସନ୍ ଯାଞ୍ଚ ପରେ ଯଥା ସମୟରେ ପୋଷ୍ଟାଲ ବାଲାଟ୍ ପହଞ୍ଚିବ।

ଏହାପରେ ସାମ୍ୱାଦିକମାରେ ପୋଷ୍ଟାଲ ବାଲାଟରେ ଭୋଟ ଦେଇ ରିଟର୍ଣ୍ଣିଂ ଅଫିସରଙ୍କୁ ପଠାଇବେ। କାର୍ଯ୍ୟରତ ସାମ୍ବାଦିକଙ୍କ ଭୋଟ୍ ଦେବା ଅଧିକାରକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ଏହି ବ୍ୟବସ୍ଥା ଆଣିଛନ୍ତି ନିର୍ବାଚନ କମିଶନ।

Advertisment

୧୮ତମ ଲୋକସଭା ପାଇଁ ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୯ରେ ହେବାକୁ ଥିବାବେଳେ ଏପ୍ରିଲ ୨୬ରେ ଦ୍ୱିତୀୟ, ୭ ମେ'ରେ ତୃତୀୟ, ୧୩ ମେ'ରେ ଚତୁର୍ଥ, ୨୦ ମେ'ରେ ପଞ୍ଚମ, ୨୫ ମେ'ରେ ଷଷ୍ଠ ଏବଂ ଜୁନ୍ ୧ରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହେବ। ଜୁନ ୪ରେ ଏକାଠି ସମସ୍ତ ସାତ ପର୍ଯ୍ୟାୟ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। 

ଆମ ରାଜ୍ୟ ଓଡିଶା କଥା ଯଦି କହିବା, ତେବେ ଏଥର ମଧ୍ୟ ଲୋକସଭା ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଓଡିଶାରେ ଚାରୋଟି ପର୍ଯ୍ୟାୟରେ ମତଦାନ ହେବ। ମେ' ୧୩, ୨୦, ୨୫ ଏବଂ ଜୁନ୍ ୧ରେ ଭୋଟ୍ ପଡିବ ଏବଂ ୪ରେ ରେଜଲ୍ଟ ଆସିବ।   

General Election Voting Election Commission Of India Journalists