Advertisment

ନ୍ୟୁଜକ୍ଲିକ୍ ସାମ୍ବାଦିକଙ୍କ ଘରେ ଚଢାଉ, ଚୀନରୁ ପାଣ୍ଠି ପାଉଥିବା ଅଭିଯୋଗ

କିଛିଦିନ ତଳେ ନ୍ୟୁୟର୍କ ଟାଇମ୍ସର ଏକ ଅନୁସନ୍ଧାନ ଅଭିଯୋଗ କରିଥିଲା ଯେ, ନ୍ୟୁଜକ୍ଲିକ୍ ପୋର୍ଟାଲ୍ ଚାଇନାର ପ୍ରଚାର ଚଲାଇବା ପାଇଁ ଏକ ନେଟୱାର୍କରୁ ପାଣ୍ଠି ପାଉଛି।

ଅଦ୍ୟତନ ହୋଇଛି
 Representative Image

Representative Image

Advertisment

ଦିଲ୍ଲୀର ଏକାଧିକ ସାମ୍ବାଦିକଙ୍କ ଘରେ ଚଢ଼ାଉ। ଖବର ସଂସ୍ଥା ନ୍ୟୁଜକ୍ଲିକ୍(NewsClick) ସହ ଜଡ଼ିତ ଥିବା କିଛି ସାମ୍ୱାଦିକ ଏବଂ ଲେଖକଙ୍କ ଘରେ ଚଢ଼ାଉ କରିଛି ପୁଲିସ। ଅନୈତିକ କାର୍ଯ୍ୟକଳାପ (ପ୍ରିଭେନସନ୍) ଅଧିନିୟମ (UAPA) ଅଧୀନରେ ମାମଲା ରୁଜୁ କରାଯାଇ ଏହି ଖୋଳତାଡ଼ କରାଯାଉଥିବା ସୂଚନା ମିଳିଛି। 

Advertisment

ଖବର ଅନୁସାରେ, କିଛିଦିନ ତଳେ ନ୍ୟୁୟର୍କ ଟାଇମ୍ସର ଏକ ଅନୁସନ୍ଧାନ ଅଭିଯୋଗ କରିଥିଲା ଯେ, ନ୍ୟୁଜକ୍ଲିକ୍ ପୋର୍ଟାଲ୍ ଚାଇନାର ପ୍ରଚାର କରିବା ପାଇଁ ଏକ ନେଟୱାର୍କରୁ ପାଣ୍ଠି ପାଉଛି। ଏହାପରେ ଅଗଷ୍ଟ ୧୭ରେ ଦିଲ୍ଲୀ ପୁଲିସ ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା।

Advertisment

ଆଜି ଦିଲ୍ଲୀ-ଏନସିଆରର ପ୍ରାୟ ୨୪ଟି ସ୍ଥାନରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲର ଅଧିକାରୀମାନେ ଚଢ଼ାଉ କରିଛନ୍ତି। ଖବର ଲେଖାହେବା ସୁଦ୍ଧା କୌଣସି ସାମ୍ୱାଦିକଙ୍କ ଗିରଫଦାରୀ ହୋଇନଥିଲା, କିନ୍ତୁ କିଛି ସାମ୍ବାଦିକଙ୍କୁ ପଚରାଉଚରା ପାଇଁ ପୁଲିସ ଷ୍ଟେସନକୁ ନିଆଯାଇଛି ବୋଲି ସୂତ୍ରରୁ ପ୍ରକାଶ ପାଇଛି।

ଅନୁସନ୍ଧାନକୁ ନେଇ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, "ଏ ମାମଲାରେ ମୋର ସ୍ପଷ୍ଟୀକରଣ ଦେବାର କୌଣସି ଆବଶ୍ୟକ ନାହିଁ ... ଯଦି କେହି କିଛି ଭୁଲ୍ କରିଛନ୍ତି, ସର୍ଚ୍ଚ ଏଜେନ୍ସି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଅନୁଯାୟୀ ସେମାନଙ୍କ ବିରୋଧରେ ଅନୁସନ୍ଧାନ କରିବାକୁ ମୁକ୍ତ...।"

ପ୍ରକାଶ ଥାଉ କି, କିଛିଦିନ ପୂର୍ବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନ୍ୟୁଜ ପୋର୍ଟାଲ ବିରୋଧରେ ଏକ ମାମଲା ରୁଜୁ କରି ଏହାର ଆର୍ଥିକ ଅନୁଧ୍ୟାନ କରିଥିଲା। ଇଡି ଅଭିଯୋଗ କରିଥିଲା ଯେ, ନ୍ୟୁଜକ୍ଲିକ୍ ଚୀନ୍ ସହ ସଂଯୁକ୍ତ ସଂସ୍ଥାଗୁଡ଼ିକଠାରୁ ପ୍ରାୟ ୩୮ କୋଟି ଟଙ୍କା ଆଣିଛି। ଏସବୁ ଟଙ୍କା କେଉଁ କ୍ଷେତ୍ରରେ ବ୍ୟବହାର କରାଯାଇଛି ତାହା ତଦନ୍ତ କରାଯାଉଛି।

ଯେଉଁମାନେ ନ୍ୟୁଜକ୍ଲିକରୁ ବେତନ କିମ୍ବା ପାରିଶ୍ରମିକ ପାଇଛନ୍ତି, ସେମାନେ ସ୍କାନର୍ ଅଧୀନରେ ଅଛନ୍ତି। ଅଧିକ ଅନୁସନ୍ଧାନ ପାଇଁ ଆଜି ସାମ୍ବାଦିକମାନଙ୍କ ଲାପଟପ୍ ଏବଂ ଫୋନ୍ ଜବତ କରାଯାଇଛି।

ସେପଟେ ଚଢାଉକୁ ନେଇ ପ୍ରେସ କ୍ଲବ ଅଫ ଇଣ୍ଡିଆ ଉଦବେଗ ପ୍ରକାଶ କରିଛି। ଆମେ ଅନୁସନ୍ଧାନ ଉପରେ ନଜର ରଖିଛୁ ଏବଂ ଏକ ବିସ୍ତୃତ ବିବୃତ୍ତି ପ୍ରକାଶ କରିବୁ ବୋଲି ପିସିଆଇ ଟ୍ୱିଟ୍(ବର୍ତ୍ତମାନର ଏକ୍ସ)ରେ ପୋଷ୍ଟ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe