Advertisment

ସୋରୋସଙ୍କ କାଠକଣ୍ଢେଇ ସାଜିଛି କଂଗ୍ରେସ: ଜେପି ନଡ୍ଡା

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସୋରୋସ୍ ପ୍ରସଙ୍ଗରେ କଂଗ୍ରେସକୁ ଜୋରଦାର ଟାର୍ଗେଟ୍‌ କରିଛନ୍ତି।

JP Nadda

JP Nadda

Advertisment

ସଂସଦରେ ପୁଣି ଥରେ ହଙ୍ଗାମା। ଜର୍ଜ ସୋରୋସ ପ୍ରସଙ୍ଗରେ ସଂସଦରେ ପୁଣିଥରେ ଦେଖାଦେଇଛି ଉତ୍ତେଜନା। କଂଗ୍ରେସ୍‌ ଆଦାନୀ ପ୍ରସଙ୍ଗରେ ଶାସକ ଦଳକୁ ଲଗାତର ଟାର୍ଗେଟ କରୁଛି। ଏବେ ବିଜେପି କଂଗ୍ରେସକୁ ସୋରୋସ ପ୍ରସଙ୍ଗରେ ଘେରିଛି।

Advertisment

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସୋରୋସ୍ ପ୍ରସଙ୍ଗରେ କଂଗ୍ରେସକୁ ଜୋରଦାର ଟାର୍ଗେଟ୍‌ କରିଛନ୍ତି। ଜର୍ଜ ସୋରୋସ୍‌ଙ୍କ କାଠ କଣ୍ଢେଇ ପାଲଟି ଯାଇଛି କଂଗ୍ରେସ। ଜନତା ତାଙ୍କୁ କେବେ କ୍ଷମା କରିବ ନାହିଁ। ଦେଶକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି। ଦେଶ ତାଙ୍କୁ କେବେ କ୍ଷମା କରିବ ନାହିଁ ବୋଲି ସେ କହିଛନ୍ତି।

ଜେପି ନଡ୍ଡା କହିଛନ୍ତି, ସଂସଦର ପରମ୍ପରାରେ ବିରୋଧୀଙ୍କ ବିଶ୍ୱାସ ନାହିଁ। ସରକାର ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ଅପମାନିତ କରିଥିବା ସେ ଅଭିଯୋଗ କରିଛନ୍ତି। ମଲ୍ଲିକାର୍ଜୁନ ଖାଡ଼ଗେ ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ଗୃହର ଅଧ୍ୟକ୍ଷଙ୍କୁ ଚେୟାରଲିଡର୍‌ କୁହାଯାଇଥିବା ଜେପି ନଡ୍ଡା କହିଛନ୍ତି।

Advertisment

ସେପଟେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ଆଜି ସୋନିଆ ଗାନ୍ଧି ଓ ଜର୍ଜ ସୋରୋସଙ୍କୁ ନେଇ ଅଭିଯୋଗ ଆଣିଛନ୍ତି। ଏମାନଙ୍କ ପରସ୍ପର ସହ କ'ଣ ସମ୍ପର୍କ ରହିଛି? କଂଗ୍ରେସ ଏହାର ଜବାବ ଦେଉ ବୋଲି ସେ କହିଛନ୍ତି।

ଜେପି ନଡ୍ଡାଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ମଲ୍ଲିକାର୍ଜୁନ ଖଡଗେ। ସେ କହିଛନ୍ତି, ସରକାର ଗୃହ ଚଳାଇବାକୁ ଚାହୁଁ ନାହାଁନ୍ତି। ବିଜେପି ବାସ୍ତବ ପ୍ରସଙ୍ଗରୁ ଦେଶର ଧ୍ୟାନକୁ ଦୂରେଇ ରଖିବାକୁ ଚେଷ୍ଟା କରୁଛି। ଖଡ଼ଗେ ଗୃହରେ ଉତ୍ତର ରଖୁଥିବା ବେଳେ ମଝିରେ ହିଁ ଅଧ୍ୟକ୍ଷ ଜଗଦିପ ଧନଖଡେ ଜୋରଦାର ହଙ୍ଗାମା ଯୋଗୁ ରାଜ୍ୟସଭାକୁ ମୁଲତବୀ କରିଛନ୍ତି।

ଜଗଦୀପ ଧନଖଡ଼େଙ୍କୁ ପଦରୁ ହଟାଇବାକୁ ଅବିଶ୍ୱାସ ପ୍ରସ୍ତାବ ସମ୍ପର୍କରେ ଗୃହରେ ଜୋରଦାର ହଙ୍ଗାମା ଜାରି ରହିଛି। ଗୃହ ସ୍ଥଗିତ ହେବା ପରେ ଜେପି ନାଡ୍ଡା ସଂସଦ ପରିସରରେ କହିଛନ୍ତି ଯେ ଅଧ୍ୟକ୍ଷଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ କରାଯାଇପାରିବ ନାହିଁ। ଗୃହରେ ଭାଷଣ ଦେବା ପାଇଁ ଖଡ଼ଗେଙ୍କୁ ପୂର୍ଣ୍ଣ ସୁଯୋଗ ମିଳିଥିଲା। ଗୃହ ବାହାରେ ଅଧ୍ୟକ୍ଷ ଧନଖଡ଼େଙ୍କ ବିରୋଧରେ ଅଭିଯୋଗ କରିବା ଭୁଲ୍ ବୋଳି ସେ କହିଛନ୍ତି।

Rajya Sabha Sonia Gandhi Congress George Soros Jp Nadda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe