Advertisment

ଏକକ ନିର୍ବାଚନ କମିଟିକୁ ଭେଟିଲା ବିଜେପି ଟିମ୍‌, କହିଲା - ଦେଶରେ ହେଉ ଏକକ ନିର୍ବାଚନ

ଲୋକଙ୍କ ବିକାଶ ପାଇଁ ହେଉଥିବା କାମରେ ଏହାଦ୍ୱାରା ଅନେକ ବାଧା ଉପୁଜୁଛି। ଲୋକଙ୍କ ଉନ୍ନତି ଓ ଆର୍ଥିକ ବୋଝ ବି ଏହା ଦ୍ୱାରା ସୃଷ୍ଟି ହୋଇଥାଏ। ଖାଲି ଏତିକି ନୁହେଁ ଆର୍ଥିକ ଦୁର୍ନୀତି ବି ଏହାଫଳରେ ବଢ଼ିଥାଏ ବୋଲି ଟିମ୍ କହିଛି।

author-image
Niharika Rout
BJP team meets Ramnath Kobinda

BJP team meets Ramnath Kobinda

ଏକକ ନିର୍ବାଚନ ଉପରେ ପୁଣି ଗୁରୁତ୍ୱାରୋପ କରିଛି ବିଜେପି । ପୂର୍ବତନ ରାଷ୍ଟ୍ରପତି ତଥା ଏକକ ନିର୍ବାଚନ କମିଟି ଚେୟାରମ୍ୟାନ୍ ରାମନାଥ କୋବିନ୍ଦଙ୍କୁ ଭେଟି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି ବିଜେପି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଏକ ଟିମ୍ ରାମନାଥ କୋବିନ୍ଦଙ୍କୁ ଭେଟି ନିଜ ଦାବି ଉପସ୍ଥାପିତ କରିଛି।

Advertisment

ଏହି ଟିମ୍‌ କମିଟି ଅଧ୍ୟକ୍ଷଙ୍କୁ ଜଣାଇଛି ଯେ, ଦେଶରେ ବାରମ୍ବାର ନିର୍ବାଚନ ଦ୍ୱାରା ଅନେକ ବିକାଶ କାମ ଅଟକି ଯାଉଛି। ବର୍ଷ ସାରା ଦେଶର କେଉଁଠି ନା କେଉଁଠି ନିର୍ବାଚନ ହେଉଛି ଏବଂ ଏହାଦ୍ୱାରା ବିଭିନ୍ନ ସ୍ଥାନରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥାଏ ।

ଲୋକଙ୍କ ବିକାଶ ପାଇଁ ହେଉଥିବା କାମରେ ଏହାଦ୍ୱାରା ଅନେକ ବାଧା ଉପୁଜୁଛି। ଲୋକଙ୍କ ଉନ୍ନତି ଓ ଆର୍ଥିକ ବୋଝ ବି ଏହା ଦ୍ୱାରା ସୃଷ୍ଟି ହୋଇଥାଏ। ଖାଲି ଏତିକି ନୁହେଁ ଆର୍ଥିକ ଦୁର୍ନୀତି ବି ଏହାଫଳରେ ବଢ଼ିଥାଏ ବୋଲି ଟିମ୍ କହିଛି।

Advertisment

ସେହିଭଳି ସୁରକ୍ଷାକର୍ମୀମାନେ ସୀମାର ସୁରକ୍ଷା ଛାଡ଼ି ଦେଶର ନିର୍ବାଚନ କାମରେ ଲାଗିଥାନ୍ତି। ଶିକ୍ଷକଙ୍କଠୁ ସ୍ୱାସ୍ଥ୍ୟକର୍ମୀ ବି ଏଥିରେ ନିୟୋଜିତ ହୋଇ ନିଜ ମୂଳ କାମ କରିପାରନ୍ତିନି। ତେଣୁ ଆଇନ ଓ ନିୟମରେ ପରିବର୍ତ୍ତନ କରାଯାଉ ବୋଲି ନଡ୍ଡା ଦାବି କରିଛନ୍ତି।

ଲୋକସଭା, ବିଧାନସଭା ଏବଂ ପଞ୍ଚାୟତ ନିର୍ବାଚନ ଏକାସହ କରାଯିବାକୁ ପରାମର୍ଶ ଦିଆଯାଇଥିବା କହିଛନ୍ତି ନଡ୍ଡା। ଯଦି, ଏଭଳି ନହୁଏ ତାହେଲେ ଲୋକସଭା ଓ ବିଧାନସଭା ଏକାସହ ଏବଂ ଦେଶର ସବୁ ପଞ୍ଚାୟତର ନିର୍ବାଚନ ଏକାସଙ୍ଗେ କରାଇବାକୁ ସେ ପରାମର୍ଶ ଦେଇଛନ୍ତି।

Bjp Ramnath Kovind Jp Nadda