Advertisment

ହିମାଚଳ ପ୍ରଦେଶ ରାଜ୍ୟସଭା ଆସନରୁ ଇସ୍ତଫା ଦେଲେ ଜେପି ନଡ୍ଡା

୧୩ ଦିନରେ ତଳେ ସେ ଗୁଜରାଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

ଅଦ୍ୟତନ ହୋଇଛି
JP Nadda

JP Nadda

Advertisment

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ହିମାଚଳ ପ୍ରଦେଶ ଆସନରୁ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି।

Advertisment

ଗତ ଫେବ୍ରୁଆରୀ ୨୦ ତାରିଖରେ ଜେପି ନଡ୍ଡା ଗୁଜରାଟରୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।  କିନ୍ତୁ ସେ ଶପଥ ନେଇ ନାହାନ୍ତି। ଅନ୍ୟପକ୍ଷରେ ସେ ଏଯାବତ୍ ହିମାଚଳ ପ୍ରଦେଶର ରାଜ୍ୟସଭା ସଦସ୍ୟ ଥିଲେ। ହିମାଚଳ ପ୍ରଦେଶର ରାଜ୍ୟସଭା ସଦସ୍ୟ ଭାବେ ତାଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେଉଥିଲା। ତେବେ ନିୟମ ଅନୁଯାୟୀ, ଯଦି କୌଣସି ରାଜ୍ୟସଭା ସଦସ୍ୟ ଅନ୍ୟ ଏକ ଆସନରୁ ନିର୍ବାଚନରେ ବିଜୟୀ ହେବେ, ତା’ହେଲେ ୧୪ ଦିନ ମଧ୍ୟରେ ତାଙ୍କୁ ପୁରୁଣା ଆସନରୁ ଇସ୍ତଫା ଦେବାକୁ ପଡ଼ିବ। ସେଥିପାଇଁ ସେ ହିମାଚଳ ପ୍ରଦେଶ ଆସନରୁ ଇସ୍ତଫା ଦେଇଛନ୍ତି। 

ଏହା ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳକୁ ଆସନ୍ତ ଜୁନ୍ ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଶ୍ରୀ ନଡ୍ଡା ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ। ୨୦୨୦ ଜାନୁଆରୀ ୨୦ରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ।    

Advertisment
Bjp Jp Nadda Loka Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe