Advertisment

ବିନା ଲଢ଼େଇରେ ରାଜ୍ୟସଭା ଗଲେ ନଡ୍ଡା ଓ ସୋନିଆ

ସେହିପରି ବିହାରର ସମସ୍ତ ୬ ପ୍ରାର୍ଥୀ ମଧ୍ୟ ରାଜ୍ୟସଭା ପାଇଁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

JP Nadda and Sonia Gandhi

JP Nadda and Sonia Gandhi

Advertisment

ବିନା ଲଢ଼େଇ ତଥା ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ଗଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଏନେଇ ଆଜି ରିଟର୍ଣ୍ଣିଂ ଅଫିସର ଘୋଷଣା କରିଛନ୍ତି।

Advertisment

ଗୁଜରାଟର ଖାଲିପଡିଥିବା ୪ଟି ରାଜ୍ୟସଭା ଆସନ ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୋବିନ୍ଦ ଢ଼ୋଲକିଆ, ଯଶବନ୍ତ ସିଂହ ପରମାର ଓ ମୟଙ୍କ ନାୟକ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଛନ୍ତି। ସେହିପରି ରାଜସ୍ଥାନ ରାଜ୍ୟସଭା ଆସନରୁ ସୋନିଆ ଗାନ୍ଧି ରାଜ୍ୟସଭାକୁ ଯାଇଛନ୍ତି। ତାଙ୍କ ସହ ବିଜେପିର ଚୁନ୍ନିଲାଲା ଗରସିୟା ଓ ମଦନ ରାଠୋର ମଧ୍ୟ ରାଜସ୍ଥାନ ରାଜ୍ୟସଭା ପାଇଁ ବିନା ଲଢ଼େଇରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି।

ସେହିପରି ବିହାରର ସମସ୍ତ ୬ ପ୍ରାର୍ଥୀ ମଧ୍ୟ ରାଜ୍ୟସଭା ପାଇଁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ରାଜ୍ୟସଭା ପାଇଁ ବିହାରରରୁ ବିଜେପିର ୨ଜଣ, ଆର୍‌ଜେଡିର ୨, ଜେଡୁୟରୁ ଜଣେ ଓ କଂଗ୍ରେସର ଜଣେ ପ୍ରାର୍ଥୀ ମଇଦାନରେ ଥିଲେ। ଏମାନେ ସମସ୍ତଙ୍କୁ ଏବେ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ କରାଯାଇଛି।

Advertisment

ରାଜ୍ୟସଭା ପାଇଁ ବିହାରରୁ ବିଜେପି ଭୀମ ସିଂହ ଓ ଧର୍ମଶୀଳା ଗୁପ୍ତା ନାମାଙ୍କନ ଦାଖଲ କରିଥିଲେ। ଜେଡିୟୁରୁ ସଞ୍ଜୟ ଝାଙ୍କୁ ପ୍ରାର୍ଥୀ କରାଯାଇଥିଲା। ଆର୍‌ଜେଡିରୁ ମନୋଜ ଝା ଓ ତେଜସ୍ୱୀଙ୍କ ଘନିଷ୍ଠ କୁହାଯାଉଥିବା ସଂଜୟ ଯାଦବ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଭରିଥିଲେ। ସେହିରପି କଂଗ୍ରେସରୁ ଅଖିଳେଶ ପ୍ରସାଦ ସିଂହ ନୋମିନେସନ୍‌ ଫାଇଲ୍‌ କରିଥିଲେ।

Bjp Congress Sonia Gandhi Rajya Sabha Election Jp Nadda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe