Advertisment

ଆଜି ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ; ରାତି ଅଧରେ JPNIC ସିଲ୍‌ ହେବାରୁ ହଙ୍ଗାମା

ଗତକାଲି ବିଳମ୍ବିତ ରାତିରେ ଜୟପ୍ରକାଶ ନାରାୟଣ ଇଣ୍ଟରନ୍ୟାସନାଲ ସେଣ୍ଟର ଚାରିପଟେ ଟିଣ ଚାଦର ଲଗାଇ ତାହାକୁ ସିଲ୍‌ କରି ଦିଆଯାଇଛି। ଏହି ଖବର ପାଇ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ସେଠାରେ ପହଞ୍ଚିଥିବା ବେଳେ ଆରମ୍ଭ ହୋଇଥିଲା ହଙ୍ଗାମା।

author-image
Niharika Rout
ଅଦ୍ୟତନ ହୋଇଛି
Akhilesh Yadav

Akhilesh Yadav

ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆଜି ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳିତ ହେବ । ମାତ୍ର ଏହା ପୂର୍ବରୁ ଆରମ୍ଭ ହୋଇଛି ରାଜନୈତିକ ଝଡ଼। ଗତକାଲି ବିଳମ୍ବିତ ରାତିରେ ଜୟପ୍ରକାଶ ନାରାୟଣ ଇଣ୍ଟରନ୍ୟାସନାଲ ସେଣ୍ଟର ଚାରିପଟେ ଟିଣ ଚାଦର ଲଗାଇ ତାହାକୁ ସିଲ୍‌ କରି ଦିଆଯାଇଛି। ଏହି ଖବର ପାଇ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ସେଠାରେ ପହଞ୍ଚିଥିବା ବେଳେ ଆରମ୍ଭ ହୋଇଥିଲା ହଙ୍ଗାମା।

Advertisment

ଅଖିଳେଶ କହିଥିଲେ କାହାକୁ ଶ୍ରଦ୍ଧାଞ୍ଜଳି ଦେବାରୁ ରୋକିବା ସଭ୍ୟ ଲୋକଙ୍କ କାମ ନୁହେଁ। ଏହି ଟିଣ ଚାଦର ପଛ ପଟେ ସରକାର କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଜୟପ୍ରକାଶ ନାରାୟଣ ଜଣେ ମହାନ ନେତା ହୋଇଥିବା ବେଳେ ଆମକୁ କାହିଁକି ତାଙ୍କୁ ସମ୍ମାନ ଜଣାଇବାରୁ ବଞ୍ଚିତ କରାଯାଉଛି ତାହା ବୁଝି ପାରୁନୁ ବୋଲି ସେ ଅଭିଯୋଗ କରିଛନ୍ତି।

ଏଥିସହ ସେ କହିଛନ୍ତି, ପ୍ରତିବର୍ଷ ଜୟପ୍ରକାଶ ନାରାୟଣ ଜୟନ୍ତୀ ଅବସରରେ ସପା କାର୍ଯ୍ୟକର୍ତ୍ତା ଓ ନେତା ଏକତ୍ରିତ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥାନ୍ତି। ମାତ୍ର ଏଥର ସରକାର କାହିଁକି ଆମକୁ ଏଥିରୁ ବଞ୍ଚିତ କରୁଛନ୍ତି ଆମେ ବୁଝି ପାରୁନି। କାରଣ ସରକାର ଏହାକୁ ବିକିବାକୁ ଯୋଜନା କରୁଥିବା ଅଭିଯୋଗ କରିଛନ୍ତି ଅଖିଳେଶ ।

Advertisment

ଅପରପକ୍ଷେ, ଏନେଇ ଲକ୍ଷ୍ନୌ ବିକାଶ ପ୍ରାଧିକରଣ(LDA) ପକ୍ଷରୁ ଏକ ପତ୍ର ଜାରି କରାଯାଇ ତାହା ଏକ ନିର୍ମାଣସ୍ଥଳ ହୋଇଥିବାରୁ ବାହାର ଲୋକଙ୍କ ଯାତାୟତ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ଉଲ୍ଲେଖ କରିଛନ୍ତି। କେବଳ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ JPNICର ନିର୍ମାଣ ସ୍ଥଳକୁ ନ ଯିବାକୁ LDA ପକ୍ଷରୁ ଅଖିଳେଶଙ୍କୁ ଅନୁରୋଧ କରାଯାଇଛି।

ଅଖିଳେଶ ଯାଦବ ସରକାର କ୍ଷମତାରେ ଥିବା ବେଳେ ୮୫୦ କୋଟି ଟଙ୍କାରେ JPNIC ନିର୍ମାଣ କାମ ଆରମ୍ଭ କରିଥିଲେ। ଏହା ଅଖିଳେଶଙ୍କ ଡ୍ରିମ ପ୍ରୋଜେକ୍ଟ ଥିଲା।ଏଥଇରେ ମ୍ୟୁଜିୟମ, ବଡ଼ କନଭେନସନ ସେଣ୍ଟର, କନଫରେନ୍ସ ହଲ, ଗେଷ୍ଟ ହାଉସ୍‌, ଓପନ ଏୟାର ରେଷ୍ଟୁରାଣ୍ଠ, ସୁଇମିଂ ପୁଲ, ଟେନିସ କୋର୍ଟ, ବ୍ୟାଡମିଣ୍ଟନ କୋର୍ଟଆଦି ନିର୍ମାଣ କାମ ଆରମ୍ଭ ହୋଇଥିଲା। ମାତ୍ର ଅଖିଳେଶଙ୍କ ଶାସନ କାଳରେ ଏହା ଶେଷ ହୋଇ ପାରି ନ ଥିଲା।

ଯୋଗୀ ସରକାର କ୍ଷମତାକୁ ଆସିବା ପରେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଏହାର ତଦନ୍ତ ପାଇଁ କମିଟି ବସାଇଥିଲେ। ଏବେ ବିଜେପି ଏହାକୁ ବିକ୍ରି କରିବାକୁ ମସୁଧା ଚଳାଇଥିବା ଅଖିଳେଶ ଅଭିଯୋଗ କରିଛନ୍ତି।

ଗତବର୍ଷ ବି ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀରେ ହାଇ ଡ୍ରାମା ଦେଖିବାକୁ ମିଳିଥିଲା। ଉକ୍ତ ଗେଟ୍‌ରେ ତାଲା ପଡ଼ିଥିବା ବେଳେ ଅଖିଳେଶ ଯାଦବ ତାହାକୁ ଡେଇଁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

Akhilesh Yadav Uttar Pradesh