Advertisment

ବିଚାରପତିଙ୍କ ଘରୁ ଚୋରି ହୋଇଗଲା ପୋଷା କୁକୁର, ୨୪ରୁ ଅଧିକ ଲୋକଙ୍କ ନାଁରେ ହୋଇଛି ମାମଲା

ଅଭିଯୁକ୍ତ ଡମ୍ପି ଅହମଦଙ୍କ ପୁଅ କାଦିର ଖାନ ବିଚାରପତିଙ୍କ ପରିବାର ଲୋକଙ୍କୁ ମାରି ଦେବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।

Dog

Dog

Advertisment

ଉତ୍ତର ପ୍ରଦେଶର ଜଣେ ବିଚାରପତିଙ୍କ ଘରୁ ତାଙ୍କ ପୋଷା କୁକୁରକୁ ଚୋରି ହୋଇଯାଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏହି ବିଚାରପତି ଜଣଙ୍କ ହରଦୋଈ ସ୍ଥିତ ଏକ କୋର୍ଟରେ କାର୍ଯ୍ୟ କରୁଛନ୍ତି। ତେବେ ତାଙ୍କ ପରିବାର ଲୋକେ ବରେଲୀର ସନସିଟି କଲୋନୀରେ ରହୁଛନ୍ତି। ଆଉ ଘଟଣାଟି ବରେଲୀରେ ଘଟିଛି।

Advertisment

ବିଚାରପତିଙ୍କ ପରିବାର ଲୋକେ ସେମାନଙ୍କ ପଡ଼ୋଶୀ ଡମ୍ପି ଅହମଦ କୁକୁର ଚୋରି କରିଥିବା ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଆଧାରରେ ପୁଲିସ ୨୪ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରିଛି। ଏହା ସହିତ କୁକୁରଟିକୁ ଖୋଜିବାକୁ ପ୍ରୟାସ କରୁଛି। ଅଭିଯୁକ୍ତ ଡମ୍ପି ଅହମଦଙ୍କ ପୁଅ କାଦିର ଖାନ ବିଚାରପତିଙ୍କ ପରିବାର ଲୋକଙ୍କୁ ମାରି ଦେବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।

ମେ’ ୧୬ ତାରିଖ ରାତି ପ୍ରାୟ ୯ଟା ୪୫ ବେଳେ ଡମ୍ପି ଅହମଦଙ୍କ ପତ୍ନୀ ବିଚାରପତିଙ୍କ ଘରେ ପହଞ୍ଚିଥିଲେ ଓ ତାଙ୍କ ପରିବାର ଲୋକଙ୍କ ସହିତ କଥା ହେବାକୁ ଚାହିଁଥିଲେ। ଡମ୍ପି ଅହମଦଙ୍କ ପତ୍ନୀ ଅଭିଯୋଗ କରିଥିଲେ ଯେ ସେମାନଙ୍କ (ବିଚାରପତି ଓ ତାଙ୍କ ପରିବାରର) ପୋଷା କୁକୁର ତାଙ୍କୁ ଓ ତାଙ୍କ ଝିଅଙ୍କୁ ଆକ୍ରମଣ କରିଥିଲେ। ଏହା କହି ସେ ପାଟିତୁଣ୍ଡ କରିବା ସହିତ ବହୁ ସମୟ ଧରି ଯୁକ୍ତିତର୍କ କରିଥିଲେ। ଏହି ଘଟଣା ପରେ ବିଚାରପତିଙ୍କ ଘରୁ କୁକୁର ନିଖୋଜ ହୋଇଯାଇଥିଲା।

Advertisment

ବିଚାରପତି ଏହି ଘଟଣା ସମ୍ପର୍କରେ ପୁଲିସ୍‌କୁ ଫୋନ୍ କରି ଜଣାଇବା ସହିତ ଅଭିଯୋଗ ମଧ୍ୟ ଦାଖଲ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍ ମାମଲା ରୁଜୁ କରି କୁକୁରକୁ ଖୋଜିବା ପାଇଁ ପ୍ରୟାସ କରୁଛି। ଅନ୍ୟପକ୍ଷରେ ଯୋଗାଯୋଗ କରାଯାଇଥିଲେ ହେଁ ବିଚାରପତିଙ୍କ ପରିବାର ଲୋକେ ଏହି ଘଟଣା ନେଇ ଗଣମାଧ୍ୟମରେ କିଛି କହି ନଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe