Advertisment

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ଆବେଦନ ଖାରଜ କରିଥିବା ବିଚାରପତିଙ୍କ ବଦଳି

ଗୁଜରାଟ ହାଇକୋର୍ଟ ବିଚାରପତିଙ୍କ ବଦଳି ନେଇ ସୁପାରିଶ୍। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅପରାଧିକ ମାନହାନି ମାମଲାରେ ଦଣ୍ଡାଦେଶ ସ୍ଥଗିତ ଆବେଦନକୁ ଖାରଜ କରିଥିବା ବିଚାରପତିଙ୍କ ହେବ ବଦଳି।

author-image
Debibandita Barick
ଅଦ୍ୟତନ ହୋଇଛି
Supreme Court

Supreme Court

ଗୁଜରାଟ ହାଇକୋର୍ଟ ବିଚାରପତିଙ୍କ ବଦଳି ନେଇ ସୁପାରିଶ୍। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅପରାଧିକ ମାନହାନି ମାମଲାରେ ଦଣ୍ଡାଦେଶ ସ୍ଥଗିତ ଆବେଦନକୁ ଖାରଜ କରିଥିବା ବିଚାରପତିଙ୍କ ବଦଳି ପାଇଁ ସୁପାରିଶ୍ କଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କଲେଜିୟମ, ବିଚାରପତିଙ୍କ ସ୍ତରରେ ଆଜି ଏକ ଟ୍ରାନ୍ସଫର୍ ନୋଟିସ୍ ଜାରି କରିଛନ୍ତି। ଏଥିରେ ଗୁଜରାଟ ହାଇକୋର୍ଟ ବିଚାରପତି ଜଷ୍ଟିସ ହେମନ୍ତ ଏମ ପ୍ରଚ୍ଛାକଙ୍କୁ ପାଟନା ହାଇକୋର୍ଟକୁ ବଦଳି ହୋଇଛି। 

Advertisment

ଏହି ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ବିରୋଧରେ ରାହୁଲ ଗାନ୍ଧୀ କରିଥିବା ଆବେଦନକୁ ବିଚାର କରିବାକୁ ମନା କରିଦେଇଥିବା ଜଷ୍ଟିସ ଗୀତା ଗୋପିଙ୍କ ସମେତ ଗୁଜରାଟ ହାଇକୋର୍ଟର ଅନ୍ୟ ତିନିଜଣ ବିଚାରପତିଙ୍କୁ ବଦଳି କରିବାକୁ କଲେଜିୟମ ସୁପାରିଶ୍ କରିଛନ୍ତି। ଏମାନଙ୍କ ମଧ୍ୟରେ ଜଷ୍ଟିସ୍ ସମୀର ଦାଭେ ମଧ୍ୟ ଅଛନ୍ତି। ଉନ୍ନତ ନ୍ୟାୟିକ ବ୍ୟବସ୍ଥା ପାଇଁ ବଦଳି ସୁପାରିଶ୍ କରାଯାଇଥିବା ନୋଟିସରେ ଉଲ୍ଲେଖ କରିଛନ୍ତି ସୁପ୍ରିମକୋର୍ଟ। 

ଜଷ୍ଟିସ ଦାଭେଙ୍କୁ ରାଜସ୍ଥାନ ହାଇକୋର୍ଟକୁ ବଦଳି କରାଯାଇଥିବାବେଳେ ଜଷ୍ଟିସ ଗୀତା ଗୋପୀଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି କରାଯିବ। ସେହିପରି ଗୁଜରାଟ ଉଚ୍ଚ ନ୍ୟାୟାଳୟର ଅନ୍ୟ ଜଣେ ଜଜ୍ ଜଷ୍ଟିସ୍ ଅଲପେଶ ୱାଇ କୋଗଜେଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯିବ। ଏମାନଙ୍କ ବ୍ୟତୀତ କଲେଜିୟମ ମଧ୍ୟ ଆହ୍ଲାବାଦ, ଗୁଜରାଟ, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରୁ ବିଚାରପତିଙ୍କୁ ସ୍ଥାନାନ୍ତର କରିବାକୁ ସୁପାରିଶ କରିଛନ୍ତି।

Advertisment
Supreme Court Collegium Transfer Recommendation ସୁପ୍ରିମକୋର୍ଟ ସୁପାରିଶ୍ କରିଥିବା ଟ୍ରାନ୍ସଫର୍ ନୋଟିସ୍

ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରୁ ଜଷ୍ଟିସ୍ ଏସ୍ ସାଙ୍ଗୱାନ୍, ଅବନୀଶ ଜିଙ୍ଗନ୍, ଆରଏମ୍ ସିଂହ ଏବଂ ଅରୁଣ ମୋଙ୍ଗା ଯଥାକ୍ରମେ ଆହ୍ଲାବାଦ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ହାଇକୋର୍ଟକୁ ସ୍ଥାନାନ୍ତର ହେବେ। ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ଭି.କେ ସିଂହଙ୍କୁ ମାଡ୍ରାସ ହାଇକୋର୍ଟକୁ ସ୍ଥାନାନ୍ତର କରାଯିବ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୟ କିଶାନ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବି.ଆର ଗାଭାଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ କଲେଜିୟମ 3 ଅଗଷ୍ଟ 2023 ରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି।

ମୋଦୀ ସାଙ୍ଗିଆକୁ ନେଇ ଗୁଜରାଟର ଏକ ଟ୍ରାଏଲ୍ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ୍ କରି ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାହୁଲ ଗାନ୍ଧୀ। କିନ୍ତୁ ଗୁଜରାଟର ବିଚାରପତି ଆବଦେନକୁ ଖାରଦ୍ କରିଦେବା ପରେ ସେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ନିକଟରେ ସୁପ୍ରିମକୋର୍ଟ ଦଣ୍ଡାଦେଶକୁ ସ୍ଥଗିତ ନିର୍ଦ୍ଦେଶାଦେଶ ଦେବା ପରେ ସଂସଦରେ ସଦସ୍ୟତା ଫେରି ପାଇଛନ୍ତି ରାହୁଲ ଗାନ୍ଧୀ। 

Rahul Gandhi Conviction Rahul Gandhi Criminal Defamation Case Supreme Court Collegium Recommendation Supreme Court Collegium Gujrat High Court Justice Will Transfer