Advertisment

କେନ୍ଦ୍ର ବନାମ ନ୍ୟାୟପାଳିକା: ବିଚାରପତିମାନେ ନିର୍ବାଚନ ଲଢ଼ନ୍ତି ନାହିଁ କହିଲେ ଆଇନମନ୍ତ୍ରୀ

ପୂରା ବିବାଦରେ ମୁଖ୍ୟ ତୁଣ୍ଡ ସାଜିଥିବା ଆଇନମନ୍ତ୍ରୀ ରିଜିଜୁ ଆଜି କହିଛନ୍ତି ଯେ ବିଚାରପତିମାନେ ନିର୍ବାଚନ ଲଢ଼ନ୍ତି ନାହିଁ କିମ୍ବା ଲୋକଙ୍କ ଯାଞ୍ଚର ସମ୍ମୁଖୀନ ହୁଅନ୍ତି ନାହିଁ।

author-image
Hemant Lenka
Kiren Rijiju

Kiren Rijiju

ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଓ ନ୍ୟାୟପାଳିକା ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା ମଧ୍ୟରେ ପୁଣିଥରେ ବାଣ ମାରିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କରେନ ରିଜିଜୁ। ପୂରା ବିବାଦରେ ମୁଖ୍ୟ ତୁଣ୍ଡ ସାଜିଥିବା ଆଇନମନ୍ତ୍ରୀ ରିଜିଜୁ ଆଜି କହିଛନ୍ତି ଯେ ବିଚାରପତିମାନେ ନିର୍ବାଚନ ଲଢ଼ନ୍ତି ନାହିଁ କିମ୍ବା ଲୋକଙ୍କ ଯାଞ୍ଚର ସମ୍ମୁଖୀନ ହୁଅନ୍ତି ନାହିଁ। ତଥାପି ସେମାନେ ନିଜର କାର୍ଯ୍ୟକଳାପ ଓ ରାୟ ପାଇଁ ଲୋକଙ୍କ ନଜରରେ ରୁହନ୍ତି ବୋଲି ସେ କହିଛନ୍ତି।

Advertisment

ଦିଲ୍ଲୀ ବାର୍‌ ଆସୋସିଏସନର ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ରିଜିଜୁ କହିଛନ୍ତି, “ଲୋକମାନେ ଆପଣମାନଙ୍କୁ ଦେଖୁଛନ୍ତି ଓ ବିଚାର କରୁଛନ୍ତି। ଆପଣମାନଙ୍କ ରାୟ, କାର୍ଯ୍ୟ ପ୍ରକ୍ରିୟା ଓ ଆପଣମାନଙ୍କ ନ୍ୟାୟ ଉପରେ ନଜର ରଖୁଛନ୍ତି। ଲୋକମାନେ ଦେଖୁଛନ୍ତି ଓ ଏହାକୁ ତର୍ଜମା କାଛନ୍ତି। ସେମାନେ ମତାମତ ମଧ୍ୟ ଦେଉଛନ୍ତି।” ଏକଥା କହିବା ବେଳେ କର ତାଳିରେ ପୂରା ପରିବେଶ କମ୍ପି ଉଠିଥିଲା।

ସେ ଲୋକମାନଙ୍କୁ ମନେ ପକାଇ ସୋଶାଲ ମିଡିଆ କଥା କହିଛନ୍ତି। ଲୋକଙ୍କ ପାଖରେ ଏବେ କହିବାର କ୍ଷମତା ରହିଛି। ଆଉ ପୁରୁଣା ଦିନ ନାହିଁ। ପୂର୍ବରୁ କଥା କହିବାକୁ କୌଣସି ମଞ୍ଚ ନଥିଲା। କେବଳ ନେତା ଲୋକମାନେ କହୁଥିଲେ। ହେଲେ ସମୟ ବଦଳି ଯାଇଥିବା ରିଜିଜୁ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, “ପ୍ରଧାନ ବିଚାରପତି ସୋଶାଲ ମିଡିଆରେ ବିଚାରପତିମାନେ ସାମ୍ନା କରୁଥିବା ଦୁର୍ବ୍ୟବହାର ଘଟଣାରେ ସହଯୋଗ ଲୋଡ଼ିଥିଲେ। ଏହାକୁ କେମିତି ନିୟନ୍ତ୍ରଣ କରାଯିବ? ବର୍ତ୍ତମାନ ଜଜମାନେ ଏହାର ଜବାବ ସୋଶାଲ ମିଡିଆରେ ଦେଇଇପାରିବେ ନାହିଁ। ସରକାରଙ୍କୁ ଏହା ଉପରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା।

ମୁଁ ଏହାକୁ ଗୁରୁତ୍ୱର ସହ ନେଇଛି ଓ ସମାଧାନ ମଧ୍ୟ ବାହାର କରିଛି। ୧୯୪୭ ପରେ ଅନେକ ପରିବର୍ତ୍ତନ ହୋଇଛି। ତେଣୁ ଚାଲିଥିବା ବ୍ୟବସ୍ଥା ପୂର୍ବଭଳି ଜାରି ରହିବ ବୋଲି ଭାବିବା ଭୁଲ ହେବ। ସେହିପରି ଏହା ଉପରେ ପ୍ରଶ୍ନ କରି ହେବନି କହିବା ମଧ୍ୟ ଭୁଲ। ବର୍ତ୍ତମାନ ପରିବର୍ତ୍ତନର ସମୟ। ଆମକୁ ଏଥିରେ ତାଳ ଦେବାକୁ ପଡ଼ିଛି। କାହିଁକି ସମ୍ବିଧାନ ୧୦୦ରୁ ଅଧିକ ଥର ସଂଶୋଧନ ହୋଇଛି ବୋଲି ଭାବିବାକୁ ପଡ଼ିବ।”

Supreme Court High Court