Advertisment

ବିଚାରପତିମାନେ ଆଇନରେ ବନ୍ଧା, ରାଜନୀତିରେ ନୁହେଁ: ଦିଲ୍ଲୀ ହାଇକୋର୍ଟ

କେଜ୍ରିୱାଲ କରିଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି ଓ ତାଙ୍କ ରିମାଣ୍ତକୁ ବେଆଇନ କୁହାଯାଇ ପାରିବ ନାହିଁ ବୋଲି ରୁଲିଂ ଦେଇଛନ୍ତି।

ଅଦ୍ୟତନ ହୋଇଛି
AK

AK

Advertisment

ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟିକୁ ଶକ୍ତ ଝଟକା ଦେଇ ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବୈଧ କହିଛନ୍ତି। ଅବକାରୀ ନୀତି ଦୁର୍ନୀତି ମାମଲାର ଗିରଫଦାରୀ ବିରୋଧରେ କେଜ୍ରିୱାଲ କରିଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି ଓ ତାଙ୍କ ରିମାଣ୍ତକୁ ବେଆଇନ କୁହାଯାଇ ପାରିବ ନାହିଁ ବୋଲି ରୁଲିଂ ଦେଇଛନ୍ତି। ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ଅଦଲାତ ଆଇନ ଅନୁସାରେ କାର୍ଯ୍ୟ କରନ୍ତି। ବିଚାରପତିମାନେ କୌଣସି ରାଜନୀତିକ ଚାପରେ ପରିଚାଳିତ ନୁହନ୍ତି।

Advertisment

କୋର୍ଟ କ’ଣ କହିଛନ୍ତି?

ଗିରଫଦାରୀ ସମୟ ଉପରେ କେଜ୍ରିୱାଲ ପ୍ରଶ୍ନ ଉଠାଇଥିଲେ ମଧ୍ୟ ଏଥିରେ କୋର୍ଟ ହସ୍ତକ୍ଷେପ କରି ନାହାନ୍ତି। ଏଠାରେ କୋର୍ଟ ଗିରଫଦାରୀ ଓ ରିମାଣ୍ଡର ଆଇନଗତ ଦିଗକୁ ବିଚାର କରାରଯାଉଛି। ଗିରଫଦାରୀ କିମ୍ବା ରିମାଣ୍ଡକୁ ବେଆଇନ କୁହାଯାଇ ପାରିବ ନାହିଁ। କୋର୍ଟ ନିର୍ବାଚନ ସମୟରେ ଗିରଫଦାରୀକୁ ଏଠାରେ ବିଚାର କରୁ ନାହାନ୍ତି।

ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ଇଡି ପାଖରେ ପର୍ଯ୍ୟାପ୍ତ ପରିମାଣର ପ୍ରମାଣ ରହିଥିଲା। ତଦନ୍ତରେ କେଜ୍ରିୱାଲ ସାମିଲ ନ ହେବା ଓ ଏହାକୁ ବିଳମ୍ବିତ କରିବା ବିଚାର ବିଭାଗୀୟ ହାଜତରେ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ପ୍ରଭାବିତ କରିଛି। ଏଥିପାଇଁ ତାଙ୍କ ଗିରଫଦାରୀ ଜରୁରୀ ଥିଲା।

Advertisment

ବିଚାରପତିମାନେ ଆଇନ ଦ୍ୱାରା ପରିଚାଳିତ। ସେମାନେ ରାଜନୀତି ଦ୍ୱାରା ପରିଚାଳିତ ନୁହନ୍ତି। ଜଜମାନେ ଆଇନରେ ବନ୍ଧା, ରାଜନୀତିରେ ନୁହେଁ। ରାୟ ଆଇନଗତ ନୀତି ଦ୍ୱାରା ଲେଖାଯାଏ। ରାଜନୀତି ସଂଗଠନ ଦ୍ୱାରା ନୁହେଁ। କୋର୍ଟ ଅଧୀନକୁ ରାଜନୀତିକ ବିଚାର ବ୍ୟବସ୍ଥା ଆସିବା କଥା ନୁହେଁ।

ବର୍ତ୍ତମାନ କୋର୍ଟଙ୍କ ପାଖରେ ଥିବା ମାମଲା କେନ୍ଦ୍ର ସରକାର ଓ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ଥିବା ବିବାଦ ସମ୍ପର୍କରେ ନୁହେଁ। କେଜ୍ରିୱାଲ ଓ ଇଡି ମଧ୍ୟରେ ଥିବା ମାମଲାର ବିଚାର କୋର୍ଟ କରୁଛନ୍ତି। କୋର୍ଟ ସାମ୍ବିଧାନିକ ମୂଲ୍ୟବୋଧ ପାଇଁ ଚିନ୍ତିତ। ରାଜନୀତିକ ମୂଲ୍ୟବୋଧ ପାଇଁ ନୁହେଁ।

ଇଡି ଆବଶ୍ୟକ ଦସ୍ତାବିଜ, ରାଜସାକ୍ଷୀଙ୍କ ବୟାନ ଓ ଗୋଆ ନିର୍ବାଚନରେ ଟଙ୍କା ପାଇଥିବା କଥାକୁ ନିଜର ପ୍ରାର୍ଥୀ(ଆପ ପ୍ରାର୍ଥୀ) ସ୍ୱୀକାର କରିଥିବାର ପ୍ରମାଣ କୋର୍ଟଙ୍କୁ ଦେଇଛି। ଇଡି ଦେଇଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ଗୋଆ ନିର୍ବାଚନକୁ ଟଙ୍କା ଯାଇଛି।

ତଦନ୍ତ କେମିତି ହେବ, ସେକଥା ଜଣେ ଅଭିଯୁକ୍ତ ନିଷ୍ପତ୍ତି ନେଇ ପାରିବେ ନାହିଁ। ଅଭିଯୁକ୍ତଙ୍କ କଥାରେ ସବୁ କିଛି ପରିଚାଳିତ ହେବ ନାହିଁ। ଆଇନ ସମସ୍ତଙ୍କ ପାଇଁ ସମାନ। ଜଣେ ମୁଖ୍ୟମନ୍ତ୍ରୀ ଆଇନରୁ ଉପରେ ନୁହନ୍ତି। କୋର୍ଟ କେବେ ହେଲେ ସାଧାରଣ ଲୋକ ଓ ଜନ ସେବକଙ୍କ ପାଇଁ ଭିନ୍ନ ଭିନ୍ନ ଆଇନ ପ୍ରଣୟନ କରିପାରିବେ ନାହିଁ।

ED Raid Arvind Kejriwal Delhi High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe