Advertisment

NCERT: ସୁପ୍ରିମକୋର୍ଟଙ୍କ ନାଲି ଆଖି ପରେ NCERT ବହିରୁ ହଟିବ ‘ନ୍ୟାୟିକ ଦୁର୍ନୀତି’

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଏହାକୁ ନେଇ ଖପ୍ପା ମଧ୍ୟ ହୋଇଥିଲେ। ସୁପ୍ରିମକୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ ଧମକ ପରେ ବହିରୁ ନ୍ୟାୟିକ ଦୁର୍ନୀତି ବିଷୟକୁ ବାଦ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।

author-image
Hemant Lenka
NCERT1

NCERT

ନ୍ୟାଶନାଲ କାଉନସିଲ ଅଫ ଏଡୁକେସନ ରିସର୍ଚ୍ଚ ଓ ଟ୍ରେନିଂ(ଏନସିଇଆରଟି) ପକ୍ଷରୁ ପ୍ରକାଶିତ ୮ମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିର ବିଷୟବସ୍ତୁ ବଦଳିବ। ଏଥିରେ ଥିବା ନ୍ୟାୟପାଳିକାରେ ଦୁର୍ନୀତି ବିଷୟକୁ ନେଇ ପ୍ରବଳ ବିବାଦ ଦେଖା ଯାଇଥିଲା।

Advertisment

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଏହାକୁ ନେଇ ଖପ୍ପା ମଧ୍ୟ ହୋଇଥିଲେ। ସୁପ୍ରିମକୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ ଧମକ ପରେ ବହିରୁ ନ୍ୟାୟିକ ଦୁର୍ନୀତି ବିଷୟକୁ ବାଦ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନ୍ୟାୟପାଳିକାର ବିଭିନ୍ନ ସ୍ତରରେ ଦୁର୍ନୀତି ବିଷୟବସ୍ତକୁ ୮ମ ଶ୍ରେଣୀ ବହିରୁ ବାଦ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ସରକାରୀ ସୂତ୍ରରେ କୁହାଯାଇଛି ଯେ ଏ ବିଷୟରେ ଲେଖା ଯିବାର ହିଁ ନଥିଲା। ଏପରି ବିଷୟବସ୍ତକୁ ସାର୍ବଜନୀନ କରିବା ଠିକ ନୁହେଁ। ଏହା ବଦଳରେ ନ୍ୟାୟପାଳିକା ଦେଉଥିବା ପ୍ରେରଣା ସମ୍ପର୍କରେ ବହିରେ ଉଲ୍ଲେଖ କରାଯିବାର ଥିଲା। 

Advertisment

ସୂତ୍ରରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗବାଇଙ୍କ ଉକ୍ତିକୁ ମଧ୍ୟ ସାମିଲ କରାଯାଇଛି। ସେ ବହିରେ ଉଲ୍ଲେଖ ଥିବା ବିଷୟ ବସ୍ତକୁ ଠିକ ନୁହେଁ ଓ ଅଶୋଭନୀୟ ବୋଲି କହିଛନ୍ତି। ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ମଧ୍ୟ ଏହାକୁ ନେଇ ଏନସିଇଆରଟି(NCERT) ଉପରେ ଖପ୍ପା ହୋଇଥିଲେ। 

ଆଜି ସୁପ୍ରିମକୋର୍ଟ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ସରକାର ନ୍ୟାୟିକ ଦୁର୍ନୀତିକୁ ବହିରୁ ହଟାଇବାକୁ ପ୍ରସ୍ତୁତି ହେଉଛନ୍ତି। ସୁପ୍ରିମକୋର୍ଟ ଗଭୀର ଚିନ୍ତା ପ୍ରକଟ କରିବା ସହ ନ୍ୟାୟପାଳିକାର ସଦସ୍ୟମାନେ ବହିରେ ଥିବା ବିଷୟବସ୍ତକୁ ଦେଖି କ୍ଷୁବ୍ଧ ହୋଇଥିବା କହିଥିଲେ। 

ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଥିଲେ ଯେ ସୁପ୍ରିମକୋର୍ଟ କେବେ ହେଲେ ହିଁ ନ୍ୟାୟପାଳିକାର ଅଖଣ୍ଡତାକୁ ହାନୀ ହେବାକୁ ଦେବେ ନାହିଁ। ସେହିପରି ମାମଲାକୁ ନିଜ ଆଡ଼ୁ ବିଚାରକୁ ନେବା ସହ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦେଇପାରନ୍ତି ବୋଲି ମଧ୍ୟ ମତ ରଖିଥିଲେ। 

ପୂରା ପ୍ରସଙ୍ଗକୁ ନିଜ ଆଡ଼ୁ ବିଚାର କରି ସିଜେଆଇ କହିଥିଲେ ଯେ ତାଙ୍କ ପାଖକୁ ଏକାଧିକ ହାଇକୋର୍ଟ ବିଚାରପତିଙ୍କ ନିୟମିତ କଲ ଓ ମେସେଜ ଆସୁଛି। ସମସ୍ତେ ଏହି ବିଷୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏନସିଇଆରଟି ବହିରେ ବଦଳିଥିବା ବିଷୟବସ୍ତୁ ସମ୍ପର୍କରେ ଉଲ୍ଲେଖ କରି ବରିଷ୍ଠ ଆଇନଜୀବୀ କପିଲ ଶିବଲ କୋର୍ଟଙ୍କୁ ଜଣାଇଥିଲେ ଯେ ନ୍ୟାୟପାଳିକାରେ ଦୁର୍ନୀତି ପ୍ରସଙ୍ଗକୁ ନେଇ ବାର ଆସୋସିସଏନର ବରିଷ୍ଠ ସଦସ୍ୟମାନେ ବିଚଳିତ ହୋଇପଡ଼ିଛନ୍ତି।

ସିଜେଆଇ କହିଥିଲେ ଯେ “ମୋତେ ଏହି ପ୍ରସଙ୍ଗରେ ଅନେକ ହାଇକୋର୍ଟର ବିଚାରପତି ଫୋନ ଓ ମେସେଜ କରିଛନ୍ତି। ମୁଁ କେବେ ହେଲେ କାହାକୁ ବି ନ୍ୟାୟପାଳିକାର ଅଖଣ୍ଡତାକୁ ଅସମ୍ମାନ କିମ୍ବା ଏହା ଉପରେ ପ୍ରଶ୍ନ ଉଠାଇବାକୁ ଦେବି ନାହିଁ। ଦରକାର ପଡ଼ିଲେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।” 

ଏହି ପ୍ରସଙ୍ଗକୁ ସରକାର ଓ ନ୍ୟାୟପାଳିକା ମଧ୍ୟରେ ନୂଆ ବିବାଦ ବୋଲି କହି ସିଜେଆଇ ଜୋର ଦେଇ କହିଛନ୍ତି ଯେ ମାମଲା ଯେତେ ଆଗକୁ ବଢ଼ିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ନ୍ୟାୟପାଳିକା ଉପରେ କୌଣସି ପ୍ରକାରର ଆକ୍ରମଣକୁ ଅନୁମତି ମିଳିବନି।

ସେ କହିଛନ୍ତି, “ଏହା ନ୍ୟାୟପାଳିକା ଉପରେ ଗୋଟିଏ ଯୋଜନାବଦ୍ଧ ଓ ଗଭୀର ଷଡ଼ଯନ୍ତ୍ରର ଅଂଶବିଶେଷ ଭଳି ମନେ ହେଉଛି। ଆମେ କାହାକୁ ବି ନ୍ୟାୟିକ ପ୍ରତିଷ୍ଠାନକୁ ଟାର୍ଗେଟ କରିବାକୁ ଅନୁମତି ଦେବୁ ନାହିଁ।”

NCERT