Advertisment

ସାହସ ଦେଖାଇଲେ ଦୁଇ ମହିଳା ସୁରକ୍ଷାକର୍ମୀ, ବ୍ୟାଙ୍କ ଡକାୟତି ରୋକିଲେ

ବିହାର ଗ୍ରାମୀଣ ବ୍ୟାଙ୍କ୍‌ର ପ୍ରବେଶ ପଥରେ କନେଷ୍ଟବଳ ଜୁହି କୁମାରୀ ଓ ଶାନ୍ତି କୁମାର ବସିଥିଲେ। ଏତିକି ବେଳେ ୩ ଜଣ ଲୋକ ବ୍ୟାଙ୍କ ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ୩ ଜଣଙ୍କୁ ଦୁଇ ମହିଳା କନଷ୍ଟେବଳ କାଗଜପତ୍ର ଦେଖାଇବାକୁ କହିଥିଲେ।

Saved the bank from being robbed

ସାହସ ଦେଖାଇଲେ ଦୁଇ ମହିଳା ସୁରକ୍ଷାକର୍ମୀ, ବ୍ୟାଙ୍କ ଡକାୟତି ରୋକିଲେ

Advertisment

ପାଟନା: ସାହସ ଦେଖାଇଲେ ଦୁଇ ମହିଳା ସୁରକ୍ଷାକର୍ମୀ। ଜୀବନକୁ ବାଜି ଲଗାଇ ବ୍ୟାଙ୍କ ଲୁଟେରାଙ୍କୁ ଧରିଲେ। ଫଳରେ ବଡ ଧରଣର ବ୍ୟାଙ୍କ ଲୁଟ୍ ହେବାରେ ଅଟକି ଯାଇଛି। ଏଥିସହ ଲୋକଙ୍କ ଜୀବନ ମଧ୍ୟ ବଞ୍ଚି ଯାଇଛି। ଏଭଳି କିଛି ଘଟଣା ଘଟିଛି ବିହାରର ହାଜିପୁର ଅଞ୍ଚଳରେ।

Advertisment

ବିହାର ସଦର ଥାନା ଅଞ୍ଚଳର ସେନ୍ଦୁଆରି ଚୌକ୍‌ରେ ଥିବା ଉତ୍ତର ବିହାର ଗ୍ରାମୀଣ ବ୍ୟାଙ୍କ୍‌ର ପ୍ରବେଶ ପଥରେ କନେଷ୍ଟବଳ ଜୁହି କୁମାରୀ ଓ ଶାନ୍ତି କୁମାର ବସିଥିଲେ। ଏତିକି ବେଳେ ୩ ଜଣ ଲୋକ ବ୍ୟାଙ୍କ ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। 

ଏହି ସମୟରେ ୩ ଜଣଙ୍କୁ ଦୁଇ ମହିଳା କନଷ୍ଟେବଳ କାଗଜପତ୍ର ଦେଖାଇବାକୁ କହିଥିଲେ। ଏହାଶୁଣି ତାଙ୍କ ଭତରୁ ଜଣେ ବ୍ୟକ୍ତି ପିସ୍ତଲ ବାହାର କରିଥିଲେ। ଏହା ଦେଖି ତୁରନ୍ତ ଜୁହି ଓ ଶାନ୍ତି ଉଠିପଡି ୩ ଜଣଙ୍କୁ ବ୍ୟାଙ୍କ ଭିତରେ ପ୍ରବେଶ କରିବା ପାଇଁ ଅଟକାଇଥିଲେ ଓ ସେମାନଙ୍କ ମୁକାବିଲା କରିଥିଲେ। ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଚାଲିଲା ବେଳେ ଜୁହି ଆହତ ହୋଇଥିଲେ। ସେତେବେଳକୁ ଭୟଭୀତ ‌ହୋଇଯାଇଥିବା ଡକାୟତମାନେ ବ୍ୟାଙ୍କ୍ ଡକାୟତି ନ କରି ଦୌଡ଼ି ପଳାଇଥିଲେ।

Advertisment

ଶାନ୍ତିଙ୍କ କହିବା ମୁତାବକ, ସେମାନେ ତାଙ୍କ ରାଇଫଲ୍ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ, ସେମାନଙ୍କୁ ବ୍ୟାଙ୍କ୍ ଲୁଟ୍ କରାଇ ଦେଇ ନଥିଲେ ଓ ତାଙ୍କ ନିଜ ଅସ୍ତ୍ର ଛାଡି ନଥିଲେ। ଜୁହି ତା’ର ରାଇଫଲ୍ ଉଠାଇ ଗୁଳି ମାରିବାକୁ ଯାଉଥିବା ବେଳେ ଡକାୟତମାନେ ଦୌଡି ପଳାଇଥିଲେ।

ଘଟଣାକୁ ନେଇ ବରିଷ୍ଠ ପୁଲିସ ଅଧିକାରୀ ଓମ୍ ପ୍ରକାଶ କହିଛନ୍ତି, ଦିନ ପ୍ରାୟ ୧୧ଟା ବେଳେ ୩ଜଣ ବ୍ୟକ୍ତି ସେନ୍ଦୁଆରି ସ୍ଥିତ ବ୍ୟାଙ୍କ୍ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ଆମ ମହିଳା କନେଷ୍ଟବଳମାନେ ଅସାଧାରଣ ସାହସ ଦେଖାଇ ଲୁଟେରାଙ୍କୁ ଘଉଡ଼ାଇ ଦେଲେ। କନେଷ୍ଟବଳ ଦୁହିଁଙ୍କୁ ପୁରସ୍କାର ମିଳିବ।

ସେପଟେ ପୁଲିସ ସିସିଟିଭି ଫୁଟେଜ ଆଧାରରେ ବ୍ୟାଙ୍କ ଲୁଟ୍ କରିବା ପାଇଁ ଆସିଥିବା ଲୁଟେରାଙ୍କ ସନ୍ଧାନ ଚଳାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୁଲିସ।    

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe