Advertisment

ଆନ୍ଦୋଳନରେ ଲାଗିବ ବିରାମ; କାଲିଠୁ କାମରେ ଯୋଗ ଦେବେ ଜୁନିୟର ଡାକ୍ତର

ଆଜି ଆନ୍ଦୋଳନରୁ ଉଠିବେ ପଶ୍ଚିମବଙ୍ଗ ଜୁନିୟର ଡାକ୍ତର। ଆରଜି କର ମେଡିକାଲର ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ଚାଲିଥିବା ଡାକ୍ତର ଆନ୍ଦୋଳନ ଆଜି ଆଶିଂକ ରୂପେ ସମାପ୍ତ ହେବ ।

author-image
Niharika Rout
Doctors’ Strike

Doctors’ Strike

ଦୀର୍ଘ ୪୧ ଦିନର ଆନ୍ଦୋଳନରେ ଲାଗିବ ବିରାମ । ଆଜି ଆନ୍ଦୋଳନରୁ ଉଠିବେ ପଶ୍ଚିମବଙ୍ଗ ଜୁନିୟର ଡାକ୍ତର। ଆରଜି କର ମେଡିକାଲର ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ଚାଲିଥିବା ଡାକ୍ତର ଆନ୍ଦୋଳନ ଆଜି ଆଶିଂକ ରୂପେ ସମାପ୍ତ ହେବ ।

Advertisment

ଅଭୟାଙ୍କୁ ନ୍ୟାୟ ଦାବିରେ ୪୧ ଦିନ ହେଲା ଆନ୍ଦୋଳନ କରୁଥିବା ଜୁନିଅର ଡାକ୍ତର ସଂଘ ନିଜ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛନ୍ତି। ଆଜିଠାରୁ ଡାକ୍ତରମାନେ ଜରୁରୀ ମେଡିକାଲ୍ ସେବାରେ ଯୋଗ ଦେବେ। ହେଲେ OPDରେ ସେବା ଯୋଗାଇବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ତେବେ ଧାରଣା ଓ ବିକ୍ଷୋଭ ବନ୍ଦ ହେଲେ ବି ଅଭୟା ନ୍ୟାୟ ପାଇବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଡାକ୍ତର ସଂଘ କହିଛି। ପଶ୍ଚିମବଙ୍ଗର ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଭୟା କ୍ୟାମ୍ପ୍ ନାଁରେ ଏକ କ୍ୟାମ୍ପ କରି ଆନ୍ଦୋଳନକୁ ଆଗକୁ ନେବାକୁ ସଂଘ ନିଷ୍ପତ୍ତି ନେଇଛି।

Advertisment

ଆରଜି କଲେଜ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ଗତ ଅଗଷ୍ଟ ୯ ତାରିଖରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଗାତର ଭାବେ କାମକୁ ଫେରିବାକୁ ଡାକ୍ତରଙ୍କୁ ଅପିଲ କରୁଥିଲେ। ଶେଷରେ ଉଭୟ ପକ୍ଷ ଆଲୋଚନାରେ ସରକାର ଡାକ୍ତରଙ୍କ ୫ଟି ଦାବି ମଧ୍ୟରୁ ୩ଟିକୁ ମାନି ନେବାକୁ ପ୍ରସ୍ତତ ଥିବା କହିଥିଲେ। ସେଥି ମଧ୍ୟରୁ ପୁଲିସ୍‌ କମିଶନ, ସ୍ୱାସ୍ଥ୍ୟ ଶିକ୍ଷା ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକଙ୍କୁ ହଟାଇ ଦିଆଯାଇଛି। ପୁଲିସ୍‌ କମିଶନର ବିନିତ ଗୋୟଲଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ନୂଆ ଆଇପିଏସ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି ।

ଡାକ୍ତର ସଙ୍ଗଠନ ମେମ୍ବର ଡା. ଅସଫାକ କହିବାନୁଯାୟୀ, ଆଜି ଆମେ ସିବିଆଇ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାଲି କରିବୁ । ଏହି ମାମଲାର ତ୍ୱରିତ ତଦନ୍ତ ନିମନ୍ତେ ଦାବି ଜଣାଇବୁ। ଏହାପରେ ଶନିବାରଠୁ ସବୁ ଅତ୍ୟାବଶ୍ୟକ ସେବା ଆରମ୍ଭ କରିବୁ।

ଏଥିସହ ସେ କହିଛନ୍ତି, ପଶ୍ଚିମବଙ୍ଗ ସରକାର ଦ୍ୱାରା ଦିଆଯାଇଥିବା ସବୁ ପ୍ରତିଶ୍ରୁତି ପୂରଣ ନିମନ୍ତେ ସପ୍ତାହେ ପର୍ଯ୍ୟନ୍ତ ଅପେକ୍ଷା କରିବୁ । ଏହା ମଧ୍ୟରେ ସବୁ ପ୍ରତିଶ୍ରୁତି ପୂରଣ ନ ହେଲେ ଆମେ ପୁଣି ଥରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବୁ ।

West Bengal Kolkata Kolkata Doctor Rape And Murder Case